ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷଙ୍କ ମୃତ ଦେହ
X

ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷଙ୍କ ମୃତ ଦେହ

ବରିଷ୍ଠ ସାମ୍ବାଦିକ ନବୀନ ଦାସ ମଧ୍ୟ ନିଜ ପୁଅର ମୃତ୍ୟୁ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ପୁଅ ଗୁଡୁକୁ ସବୁଦିନ ପାଇଁ ହରାଇଲି ବୋଲି ନବୀନ ଦାସ ନିଜ ସୋସିଆଲ ମିଡିଆରେ ପୋଷ୍ଟରେ ଲେଖିଛନ୍ତି । 

ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷଙ୍କ ମୃତ ଦେହ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାତ୍ରପଡ଼ାର ଅଞ୍ଚଳ ଥିବା ଏକ ପୋଖରୀରୁ ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଦେହ ଉଦ୍ଧାର କରାଯିବା ପରେ ଭୁବନେଶ୍ୱର ଡିସିପି ତାଙ୍କ ନାମ ପ୍ରଥମେ ମନୀଷ ବୋଲି ସୂଚନା ଦେଇଥିଲେ । ଗତକାଲି ଇମ୍ପୋସିସ ଥାନା ଅଞ୍ଚଳରୁ ମଧ୍ୟ ଜଣେ ବ୍ୟକ୍ତି ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଅପହୃତ ଯୁବକ ଓ ଆଜିର ମିଳିଥିବା ମୃତଦେହକୁ ଆଧାର କରି ତଦନ୍ତ କରାଯାଉଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ଗତକାଲି ଇମ୍ପୋସିସ ଥାନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସିସିଟିଭି ଆଧାରରେ ଏହାର ଅଧିକ ତଦନ୍ତ ଟମାଣ୍ଡ ଥାନା କରିବ ।' ଏହା ସହ ଓଡ୍ରାଫ ଟିମ ଓ ସାଇଣ୍ଟିଫିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଏହି ସମୟରେ ମୃତ ଦେହଟି ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ବୋଲି କୁହାଯାଉଛି । ଏହା ହତ୍ୟା କିମ୍ୱା ଆଉ କିଛି ଏହାକୁ ନେଇ ଅଧିକ ତଦନ୍ତ ଜାରିରହିଛି । ବରିଷ୍ଠ ସାମ୍ବାଦିକ ମଧ୍ୟ ନିଜ ପୁଅର ମୃତ୍ୟୁ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ପୁଅ ଗୁଡୁକୁ ସବୁଦିନ ପାଇଁ ହରାଇଲି ବୋଲି ନବୀନ ଦାସ ନିଜ ସୋସିଆଲ ମିଡିଆରେ ପୋଷ୍ଟରେ ଲେଖିଛନ୍ତି । 

ସୁଚନା ଯୋଗ୍ଯ ଯେ ଆସନ୍ତା ମାସରେ ମନିଷଙ୍କ ବାହାଘର ହେବାର ଥିଲା । ଏଭଳି ପରିସ୍ଥିତିରେ ତାଙ୍କ ମୃତ ଦେହ ମିଳିବା ନିଶ୍ଚିତ ଭାବେ ରହସ୍ୟକୁ ଆହୁରି ସନ୍ଧିଆନ କରୁଛି । ପୋଲିସ ବର୍ତ୍ତମାନ ଇନଫୋସିଟି ଓ ପାତ୍ରପଡା ଅଞ୍ଚଳର ଲାଗିଥିବା ସିସିଟିଭି ଗୁଡିକୁ ଯାଞ୍ଚ କରୁଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଖବର ଅନୁଯାୟୀ ସେ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ରହିଥାନ୍ତି । ଏପରିକି ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ମଧ୍ୟ ହେଉଥିଲେ । 

Trending news