ନୁପୁର ଶର୍ମାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା କୋଲକାତା ପୋଲିସ
Advertisement

ନୁପୁର ଶର୍ମାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା କୋଲକାତା ପୋଲିସ

Prophet Muhammad Row: କୋଲକାତା ପୋଲିସ ନୁପୁର ଶର୍ମାଙ୍କ (Nupur Sharma) ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ତାଙ୍କୁ କୋଲକାତା ପୋଲିସ ପକ୍ଷରୁ ହାଜର ହେବାକୁ ଦୁଇଟି ନୋଟିସ ଦିଆଯାଇଥିଲା ।

 

ସୌ: ସୋସିଆଲ ମିଡିଆ

Kolkata Police issued Look out notice against Nupur Sharma: ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ (Nupur Sharma) ବିରୋଧରେ କୋଲକାତା (Kolkata police) ପୋଲିସ ଏକ ଲୁକ୍ ଆଉଟ୍ (Look out notice) ନୋଟିସ ଜାରି କରିଛି । କୋଲକାତା ପୋଲିସ ଦ୍ୱାରା ନୁପୁର ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । କୋଲକାତା ପୋଲିସ ନୁପୁର ଶର୍ମାଙ୍କ ବିରୋଧରେ ୨ ଟି ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା । ଏହି ଏଫ୍ଆଇଆର ଗୁଡିକ ନାର୍କେଲଡଙ୍ଗା ଓ ଆମହର୍ଷ୍ଟ ଷ୍ଟ୍ରିଟ୍ ପୋଲିସ୍ ଷ୍ଟେସନରେ ପଞ୍ଜୀକୃତ ହୋଇଥିଲା ।

କହିରଖୁଛୁ ଯେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ କୋଲକାତା ପୋଲିସର ଇଷ୍ଟର୍ନ ସବର୍ବାନ ଡିଭିଜନ୍ ଅନ୍ତର୍ଗତ ନାର୍କେଲଡଙ୍ଗା ପୋଲିସ ଷ୍ଟେସନରୁ ନୁପୁର ଶର୍ମାଙ୍କୁ ଏକ ନୋଟିସ୍ ପଠାଯାଇଛି । ତାଙ୍କୁ ଜୁନ୍ ୨୦ ରେ ପୋଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା । ତେବେ ସୁରକ୍ଷା କାରଣ ଦର୍ଶାଇ ନୁପୁର ଶର୍ମା ଶେଷ ମୁହୂର୍ତ୍ତରେ ଆସିବାକୁ ମନା କରିଦେଇଥିଲେ ।

ଏହା ପରେ କୋଲକାତାର ଆମହର୍ଷ୍ଟ ଷ୍ଟ୍ରିଟ୍ ପୋଲିସ୍ ଷ୍ଟେସନରେ ନୁପୁର ଶର୍ମାଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରାଯାଇଥିଲା । ଆମହର୍ଷ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନ ଦ୍ୱାରା ନୁପୁର ଶର୍ମାଙ୍କୁ ମଧ୍ୟ ସମନ ପଠାଇଥିଲା । ଜୁନ୍ ୨୫ ରେ ଉକ୍ତ ପୋଲିସ ଷ୍ଟେସନରେ ନୁପୁର ଶର୍ମା ଉପସ୍ଥିତ ଥିଲେ।  ନପୁର ଶର୍ମାଙ୍କ ଏକ ଚିଠି ସେହି ଦିନ କୋଲକାତା ପୋଲିସ ପାଖରେ ପହଞ୍ଚିଥିଲା ଓ ଇମେଲ ଜରିଆରେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ । ସେ କହିଛନ୍ତି ଯଦି ସେ ସହରକୁ ଆସନ୍ତି ତେବେ ସେ ଆକ୍ରମଣର ଭୟ କରୁଛନ୍ତି ।

ନୁପୁର ଶର୍ମାଙ୍କ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଇରାଲ ହେବା ପରେ ଦେଶର ଅନେକ ରାଜ୍ୟରେ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ବଙ୍ଗଳାର ହାୱଡ଼ା, ନଦିଆ ଓ ମୁର୍ସିଦାବାଦ ଜିଲ୍ଲାର ଅନେକ ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ହାୱଡ଼ା ଜିଲ୍ଲାର ଡୋମଜୁର ପୋଲିସ ଷ୍ଟେସନ ଉପରେ ଆକ୍ରମଣ ହୋଇଥିବା ବେଳେ ପୋଲିସ ଗାଡିରେ ନିଆଁ ଲାଗିଯାଇଥିଲା ଓ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ । କିଛି ଦିନ ପାଇଁ ଅନେକ କ୍ଷେତ୍ରରେ ଇଣ୍ଟରନେଟ୍ ସେବା ମଧ୍ୟ ସ୍ଥଗିତ ରହିଥିଲା ​​।

ବିବାଦୀୟ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇବା ପରେ ନୁପୁର ଶର୍ମାଙ୍କୁ ବିଜେପି ପକ୍ଷରୁ ଦଳରୁ ନିଲମ୍ବିତ କରାଯାଇଥିଲା । ଯାହା ପରେ ଅନେକ ରାଜ୍ୟର ପୋଲିସ ଷ୍ଟେସନରେ ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଗତକାଲି ଅର୍ଥାତ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ମଧ୍ୟ ନୁପୁର ଶର୍ମାଙ୍କୁ ତାଗିଦ କରିଥିଲେ । ଦେଶ କ୍ଷମା ମାଗିବାକୁ କୋର୍ଟ ନୁପୁର ଶର୍ମାଙ୍କୁ କହିଥିଲେ ।

ଏହା ବି ପଢ଼ନ୍ତୁ: ତେଲେଙ୍ଗାନା ସରକାରକୁ ଭାଙ୍ଗିକି ଦେଖାନ୍ତୁ, ମୁଁ କେନ୍ଦ୍ର ସରକାରକୁ ଭାଙ୍ଗିଦେବି: KCR 

ଏହା ବି ପଢ଼ନ୍ତୁ: ସଞ୍ଜୟ ରାଉତଙ୍କ ବଡ଼ ଖୁଲାସା: କହିଲେ- ମୋତେ ମଧ୍ୟ ମିଳିଥିଲା ଗୁଆହାଟି ଯିବାକୁ ଅଫର