ମହାନଦୀରେ ଡଙ୍ଗା ବୁଡି ଘଟଣା: ୮ ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha2213728

ମହାନଦୀରେ ଡଙ୍ଗା ବୁଡି ଘଟଣା: ୮ ମୃତଦେହ ଉଦ୍ଧାର

Mahanadi Boat Tragedy: ଗତକାଲି ସଂଧ୍ୟାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରଯାଇଥିଲା। ଆଜି ଅନ୍ୟ ସାତଟି ମୃତ ଦେହର ଉଦ୍ଧାର କରଯାଇଛି।

 

Mahanadi Boat Tragedy

Mahanadi Boat Tragedy: ଝାରସୁଗୁଡା ଜିଲ୍ଲା, ଲଖନପୁର ବ୍ଲକ୍ ଶରଧା ଗ୍ରାମ ନିକଟସ୍ଥ ମହାନଦୀରେ ଡଙ୍ଗା ବୁଡି ଘଟଣାରେ ସମସ୍ତ ୮ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଗତ ରାତିରେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହୋଇଥିଲା। ଆଜି ସକାଳ ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ଭୁବନେଶ୍ୱରରୁ ଆସିଥିବା ସ୍ୱତନ୍ତ୍ର  ବୁଡ଼ାଳୀ ଦଳଙ୍କ ସହାୟତାରେ ପାଣି  ଭିତରୁ ୭ଜଣଙ୍କ ମୃତ ଦେହ ଉଦ୍ଧାର କରାଇଛି। ଗତକାଲି ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରଯାଇଥିଲା।

ଛତିଶଗଡ଼ ରାଜ୍ୟର ରାୟଗଡ ଜିଲ୍ଲା ଖରସିଆଁ ଅଞ୍ଜୁରିପାଲି ଓ ଆଖ ପାଖ ଗ୍ରାମ ଅଂଚଳର ୪୫ ଜଣ ପୁରୁଷ ଓ ମହିଳା ଝାରସୁଗୁଡା ଜିଲ୍ଲା ଲଖନ ପୁର ବ୍ଲକ୍ ଶରଧା ଗ୍ରାମ ନିକଟରେ ମହାନଦୀରେ ଏକ ଟାପୁ ରେ ଥିବା ପଥରସେନି ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲେ। ସମସ୍ତେ ଶରଧା ନଦୀ ଘାଟରେ ଥିବା ଏକ ମଟରଚାଳିତ ଡଙ୍ଗାରେ ଟାପୁକୁ ଯାଇଥିଲେ। ଫେରିବା ସମୟରେ ଯାତ୍ରୀମାନଙ୍କ ମନା କରିବା ସତ୍ବେ ସମସ୍ତ ୪୫ ଜଣ ଯାତ୍ରୀଙ୍କୁ ଡଙ୍ଗା ଚାଳକ ଡଙ୍ଗାରେ ବସିବା ପାଇଁ କହିଥିଲେ। 

ପରେ ଡଙ୍ଗା ଭାରସାମ୍ୟ ହରାଇଥିଲା ଏବଂ ଡଙ୍ଗାରେ ପାଣି ପଶି ଯାଇଥିଲା। ଡଙ୍ଗାଟି ଅଣାୟତ୍ତ ହୋଇ ନଦୀରେ ବୁଡି ଯାଇଥିଲା। କେତେକ ପହଁରି ପହଁରି କୂଳକୁ ଆସିଥିଲେ। ୮ଜଣ ବୁଡ଼ି ଯାଇଥିଲେ। ସ୍ଥନୀୟ ଲୋକେ ଅନ୍ୟ ମତ୍ସ୍ୟ ଜିବୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗତକାଲି ସଂଧ୍ୟାରେ ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରଯାଇଥିଲା। ଆଜି ଅନ୍ୟ ସାତଟି ମୃତ ଦେହର ଉଦ୍ଧାର କରଯାଇଛି।