ଏକ ଅଧ୍ୟୟନରେ ମାନବ ଅନ୍ତନଳୀରେ ୫୪,୧୧୮ ପ୍ରଜାତିର ଜୀବନ୍ତ ଭୂତାଣୁ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୯୨ ପ୍ରତିଶତ ଭୂତାଣୁ ବା ଭାଇରସ୍ ପୂର୍ବରୁ ଅଜ୍ଞାତ ଥିଲେ।
Trending Photos
ବ୍ରିସବେନ୍: ନେଟର୍ ମାଇକ୍ରୋବାୟୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନରେ ମାନବ ଅନ୍ତନଳୀରେ ୫୪,୧୧୮ ପ୍ରଜାତିର ଜୀବନ୍ତ ଭୂତାଣୁ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୯୨ ପ୍ରତିଶତ ଭୂତାଣୁ ବା ଭାଇରସ୍ ପୂର୍ବରୁ ଅଜ୍ଞାତ ଥିଲେ। କୁଇନ୍ସଲାଣ୍ଡ ୟୁନିଭରସିଟିର ଫିଲିପ ହ୍ୟୁଜେନହୋଲ୍ଟଜ ଏବଂ ସୁ ଜେନ ଲୋବ କହିଛନ୍ତି ଯେ, କାଲିଫର୍ନିଆ ଏବଂ ଷ୍ଟାନଫୋର୍ଡ ୟୁନିଭରସିଟିର ଜଏଣ୍ଟ ଜେନୋମ୍ ଇନଷ୍ଟିଚ୍ୟୁଟରେ କରାଯାଇଥିବା ଅଧ୍ୟୟନରୁ ଏହି ପ୍ରଜାତିଗୁଡିକ ମଧ୍ୟରୁ ଅଧିକାଂଶ ବ୍ୟାକ୍ଟେରିଆକୁ ଖାଇଥାନ୍ତି।
ଅଧ୍ୟୟନରୁ ଜଣାପଡିଛି ଯେ ଏହି ଭୂତାଣୁ (virus) ଗୁଡିକ ବ୍ୟାକ୍ଟେରିଆ (Bacteria) 'ଖାଆନ୍ତି' କିନ୍ତୁ ମାନବ କୋଷ ଉପରେ ଆକ୍ରମଣ କରିପାରନ୍ତି ନାହିଁ। ଯେତେବେଳେ ଆମ ମଧ୍ୟରୁ ଅଧିକାଂଶ ଭୂତାଣୁଙ୍କ ନାମ ଶୁଣୁ, ସେତେବେଳେ ଆମେ ଆମ କୋଷକୁ ନଷ୍ଟ କରୁଥିବା କୋଭିଡ -19 ଭଳି ରୋଗ ମନେପଡେ। ଆମ ଶରୀରରେ, ବିଶେଷକରି ପେଟ (human intestine) ରେ ଏହି ସୂକ୍ଷ୍ମ ପରଜୀବୀମାନେ ବାସ କରିଛନ୍ତି।
Also Read: କୋରୋନା ମୁକ୍ତ ଖଏଟ ଗାଁ, ଜାଣନ୍ତୁ କେମିତି ଗ୍ରାମବାସୀଙ୍କଠୁ ଦୂରରେ ଅଛି ମହାମାରୀ?
ସମ୍ପ୍ରତି ଆମ ଅନ୍ତଃରେ ରହୁଥିବା ସୂକ୍ଷ୍ମ ଜୀବ ବିଷୟରେ ଜାଣିବାକୁ ଆଗ୍ରହ ବୃଦ୍ଧି ପାଇଇଛି। ଏହି ସୂକ୍ଷ୍ମ ଅଣୁଜୀବମାନେ କେବଳ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରନ୍ତି ନାହିଁ ବରଂ ସେମାନଙ୍କ ମଧ୍ୟରୁ ଅନେକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଆମକୁ ରୋଗକାରୀ ବ୍ୟାକ୍ଟେରିଆରୁ ରକ୍ଷା କରନ୍ତି, ଆମର ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରିତ କରନ୍ତି, ବାଲ୍ୟକାଳରେ ଆମର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରନ୍ତି ଏବଂ ବୟସ ବଢିବା ସହିତ ପ୍ରତିରକ୍ଷା ନିୟନ୍ତ୍ରଣରେ ଏକ ସ୍ଥିର ଭୂମିକା ମଧ୍ୟ ଗ୍ରହଣ କରନ୍ତି।
ମଣିଷ ଅନ୍ତଃ ଉପରେ ଅନେକ ଗବେଷଣା କରାଯାଉଛି। ତଥାପି ଆଜି ପର୍ଯ୍ୟନ୍ତ ୭୦ ପ୍ରତିଶତରୁ ଅଧିକ ସୂକ୍ଷ୍ମ ଜୀବର ପ୍ରଜାତି ଗବେଷଣାକେନ୍ଦ୍ରରେ ବଢି ନାହାଁନ୍ତି। ସୁ ଜେନ ଲୋବ ଏବଂ ଫିଲିପ କହିଛନ୍ତି ଯେ, ଆମର ନୂତନ ଅନୁସନ୍ଧାନରେ ୨୪ଟି ବିଭିନ୍ନ ଦେଶର ଲୋକଙ୍କଠାରୁ ନିଆଯାଇଥିବା ମଳ ନମୂନା-ମେଟେଜେନୋମରୁ କମ୍ପ୍ୟୁଟେସନ ରୂପରେ ଭାଇରାଲ ସିକ୍ୟୁଏନ୍ସକୁ ପୃଥକ କରାଯାଇଥିଲା। ଭୂତାଣୁ ମାନବ ମଳ ମଧ୍ୟରେ କେତେ ପରିମାଣରେ ଅଛନ୍ତି ସେ ବିଷୟରେ ଆମେ ଏକ ଧାରଣା ପାଇବାକୁ ଚାହୁଁଥିଲୁ।
Also Read: ଆପଣ ନିଦ୍ରାହୀନତା ରୋଗରେ ପୀଡିତ କି? ଶୀଘ୍ର ହୋଇପାରେ ମୃତ୍ୟୁ, ଗବେଷଣାରେ ଖୁଲାସା
ପୃଥକୀକରଣ ବେଳେ ମଳରୁ ୫୦୦୦୦ରୁ ଅଧିକ ଭାଇରାଲ୍ ପ୍ରଜାତି ଚିହ୍ନଟ କରାଯାଇଥିଲା। ଏହି ଭାଇରାଲ୍ ପ୍ରଜାତିର ୯୦% ରୁ ଅଧିକ ବିଜ୍ଞାନ ପାଇଁ ନୂତନ ଭାଇରସ। ଅନୁସନ୍ଧାନରେ ଅନ୍ତର୍ଭୁକ୍ତ ୨୪ଟି ଦେଶରେ କିଛି ଚମତ୍କାର ଢାଞ୍ଚା ବା ପାଟର୍ଣ୍ଣ ମଧ୍ୟ ଦେଖିବାକୁ ମିଳିଥିଲା ବୋଲି ଲୋବ ଏବଂ ଫିଲିପ କହିଛନ୍ତି।