ଆମ୍ବକୁ ମିଳିଲା Z Plus ସୁରକ୍ଷା !
Advertisement

ଆମ୍ବକୁ ମିଳିଲା Z Plus ସୁରକ୍ଷା !

ହାପୁସ ଆମ୍ୱ ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି ହୁଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ମଧ୍ୟ ଆମ୍ୱର ଭେରାଇଟି ଅଛି ଯାହା କେଜି ପ୍ରତି ଅଢ଼େଇ ଲକ୍ଷରେ ବିକ୍ରି ହୁଏ। ଏହା ଆମ୍ୱର ନାଁ ହେଲା ମିଆଜାକି। ଜାପାନରେ ଏହି ପ୍ରକାର ଆମ୍ୱର ଚାଷ କରାଯାଏ। 

ଆମ୍ବକୁ ମିଳିଲା Z Plus ସୁରକ୍ଷା !

ନୂଆଦିଲ୍ଲୀ: ଆପଣମାନେ ଦେଖିଥିବେ ଯେଉଁମାନଙ୍କର ଆମ୍ୱ ବଗିଚା ଅଛି, ଖରା ଦିନ ଆସିଲାମାନେ ସେମାନେ ବଗିଚାର ସୁରକ୍ଷା ଦେବାକୁ ତୟାର ହୋଇଯାଆନ୍ତି। ଆମେ ଏଠାରେ ଏମିତି ଏକ ଆମ୍ୱ କଥା କହିବୁ ଯାହାକୁ ଦିଆଯାଇଛି ଜେଡ ପ୍ଲସ ସୁରକ୍ଷା (Z Plus) ସୁରକ୍ଷା। ଖରାଦିନ ଆସିଲାମାନେ ଆରମ୍ଭ ହୋଇଯାଏ ଫଳର ରାଜା ଆମ୍ୱର ଚର୍ଚ୍ଚା। ଆମ୍ୱ ସମସ୍ତଙ୍କ ପସନ୍ଦ। ଲୋକଙ୍କ ପସନ୍ଦ ଅନୁଯାୟୀ ବଜାରରେ ଭିନ୍ନ ଭିନ୍ନ ଆକାରର ଏବଂ ସ୍ୱାଦର ଆମ୍ୱ ମିଳୁଛି। ଆମ୍ୱ ରପ୍ତାନୀରେ ବିଶ୍ୱରେ ଭାରତ ହେଉଛି ପ୍ରଥମ। ଚାହିଦାକୁ ଦେଖି ଆମ୍ୱ ଚାଷ ମଧ୍ୟ କରାଯାଉଛି। ହାପୁସ, ଦଶେରୀ, ଟୋଟାପୁରୀ, ଛଉସା, କେଶର, ନୀଲମ, ବାଇଗଣପଲ୍ଲୀ , ହିମସାଗର, ଲେଙ୍ଗଡା ଆମ୍ୱ ଲୋକଙ୍କର ପସନ୍ଦର ଆମ୍ୱ ।

ହାପୁସ ଆମ୍ୱ (Hapus Mango) ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି ହୁଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ମଧ୍ୟ ଆମ୍ୱର ଭେରାଇଟି ଅଛି ଯାହା କେଜି ପ୍ରତି ଅଢ଼େଇ ଲକ୍ଷରେ ବିକ୍ରି ହୁଏ। ଏହା ଆମ୍ୱର ନାଁ ହେଲା ମିଆଜାକି। ଜାପାନରେ ଏହି ପ୍ରକାର ଆମ୍ୱର ଚାଷ କରାଯାଏ। ତେବେ ଭାରତରେ ମଧ୍ୟ ଏହି ଆମ୍ୱର ବେଶ ଚାହିଦା ରହିଛି। ଭାରତୀୟ ଭାଷାରେ ଏହି ଆମ୍ୱର ନାଁ ହେଲା ନୁରଜାହାନ। ମଧ୍ୟପ୍ରଦେଶର ଜଣେ ଦମ୍ପତି ମିଆଜାକି ଆମ୍ୱର ସୁରକ୍ଷା ପାଇଁ ଚାରି ଜଣ ସୁରକ୍ଷାକର୍ମୀ ଏବଂ ୬ଟି କୁକୁର ନିୟୋଜିତ କରିଥିବା ଖବର ଗତବର୍ଷ ଚର୍ଚ୍ଚାର ବିଷୟ ପାଲଟିଥିଲା।

Also Read: JIOର ନୂଆ ପ୍ଲାନ୍ ଲଞ୍ଚ; ୫୫୫ ରିଚାର୍ଜ କରନ୍ତୁ, ପାଆନ୍ତୁ ଜବରଦସ୍ତ ଅଫର

ତେବେ ଆମେ ମିଆଜାକି ଆମ୍ୱ ବିଷୟରେ କହୁନୁ । ଆମେ କହୁଛୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଆମ୍ୱର ଫଟୋ ବିଷୟରେ। ଆମ୍ୱକୁ ଭିଭିଆଇପି ( VVIP)ଙ୍କୁ ଦିଆଯାଉଥିବା ସୁରକ୍ଷା ପରି ଜେଡ ପ୍ଲସ (Z PLUS) ସୁରକ୍ଷା ମିଳୁଛି। ତାହା ମଧ୍ୟ କୌଣସି ସିକ୍ୟୁରିଟି ( SECURITY) କମ୍ପାନୀ ଦ୍ୱାରା ନୁହେଁ ବରଂ ପ୍ରକୃତି ଦେଉଛି। ଫଟୋ ଦେଖି ଆପଣ ବୁଝିପାରୁଥିବେ ଆମ କଣ କହିବାକୁ ଚାହୁଁଛୁ। ଫଟୋରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଆମ୍ୱକୁ ଘେରି ରହିଛି ମହୁମାଛିଙ୍କ ବସା। ଶହ ଶହ ମହୁମାଛି ଆମ୍ୱ ଡାଳରେ ବସା ବାନ୍ଧିଛନ୍ତି।  ଆଉ ମହୁମାଛି ବସା ପାଖକୁ ଯିବା ମାନେ କଣ ଆପଣ ତାହା ବେଶ ଭଲ ଭାବେ ଜାଣିଥିବେ। ଫଟୋଟି ipsvijrk ନାମକ ଜଣେ ବ୍ୟକ୍ତିଙ୍କ ଟ୍ୱିଟରରେ ପୋଷ୍ଟ ହୋଇଛି। ଯାହା ଏବେ ବେଶ ଭାଇରାଲ ହେଉଛି।