ତ୍ୱଚାରୁ ରିଙ୍କିଲ୍ସ ଦୂର କରିଥାଏ ଏହି ଜଙ୍ଗଲି ଫୁଲ, ଉଜ୍ୱଳ ଚେହେରା ସହ ମାଇଗ୍ରେନ ସମସ୍ୟାକୁ କରିଥାଏ ଦୂର
Advertisement
Article Detail0/zeeodisha/odisha1134202

ତ୍ୱଚାରୁ ରିଙ୍କିଲ୍ସ ଦୂର କରିଥାଏ ଏହି ଜଙ୍ଗଲି ଫୁଲ, ଉଜ୍ୱଳ ଚେହେରା ସହ ମାଇଗ୍ରେନ ସମସ୍ୟାକୁ କରିଥାଏ ଦୂର

ଯଦି ଆପଣଙ୍କ ତ୍ୱଚାରେ ଆସୁଥିବା ରିଙ୍କିଲ୍ସକୁ ନେଇ ଚିନ୍ତିତ, ତେବେ ଏହି ଅରଖ ଫୁଲ ଆପଣଙ୍କ ପାଇଁ ରାମବାଣ ଭାବେ କାମ କରିବ । ଏବେ ଆପଣଙ୍କୁ ଏହାର ଉପାୟ କହିରଖୁଛୁ। ଆପଣ ପ୍ରଥମେ ୩ ଗ୍ରାମ ହଳଦି ଗୁଣ୍ଡ ସହ ଅରଖ ଗଛର ଦୁଇ ଚାମଚ କ୍ଷୀର ଆଉ ଏଥିସହ ଗୋଲାପ ଜଳକୁ ଭଲଭାବରେ ମିଶାନ୍ତୁ।

ତ୍ୱଚାରୁ ରିଙ୍କିଲ୍ସ ଦୂର କରିଥାଏ ଏହି ଜଙ୍ଗଲି ଫୁଲ, ଉଜ୍ୱଳ ଚେହେରା ସହ ମାଇଗ୍ରେନ ସମସ୍ୟାକୁ କରିଥାଏ ଦୂର

ନୂଆଦିଲ୍ଲୀ: ଆଜି ଆପଣଙ୍କୁ ଅରଖ ଗଛର କିଛି ଉପକାରିତା ଉପରେ ଜଣାଇବୁ । ମରୁଭୂମି ଜମି, ଖୋଲା ସ୍ଥାନ କିମ୍ବା ଶୁଷ୍କ ସ୍ଥାନରେ ଆପେ ଆପେ ଉଠୁଥିବା ଅରଖ ଗଛର ଫୁଲ ଔଷଧୀୟ ଗୁଣରେ ଭରପୁର। ଅରଖ ଫୁଲଟି ଆକାରରେ ଛୋଟ, ଧଳା ରଙ୍ଗ ସହ ପାତ୍ର ଆକରରେ ହୋଇଥାଏ। ଏହି ଫୁଲ ଉପରେ ସାମାନ୍ୟ ବାଇଗଣୀ ଗଙ୍ଗ ରହିଥାଏ। ଅରଖ ଗଛର ମୂଳରୁ ମନ୍ଦାରଲମ୍ବ (Mandaralban) ଓ ଫ୍ୟୁଏବିଲ୍ ନାମକ ରସାୟନ ମିଳିଥାଏ। ଅରଖ ଗଛ ଏକ ଔଷଧୀୟ ଗଛ, ଯାହା ଆପେ ଆପେ ଉଠିଥାଏ। ଶରୀରର ଅନେକ ସମସ୍ୟା ଏହି ଔଷଧୀୟ ଗଛରୁ ଦୂର ହୋଇଥାଏ।

ତ୍ୱଚାରୁ ରିଙ୍କିଲ୍ସ ଦୂର କରିଥାଏ
ଯଦି ଆପଣଙ୍କ ତ୍ୱଚାରେ ଆସୁଥିବା ରିଙ୍କିଲ୍ସକୁ ନେଇ ଚିନ୍ତିତ, ତେବେ ଏହି ଅରଖ ଫୁଲ ଆପଣଙ୍କ ପାଇଁ ରାମବାଣ ଭାବେ କାମ କରିବ । ଏବେ ଆପଣଙ୍କୁ ଏହାର ଉପାୟ କହିରଖୁଛୁ। ଆପଣ ପ୍ରଥମେ ୩ ଗ୍ରାମ ହଳଦି ଗୁଣ୍ଡ ସହ ଅରଖ ଗଛର ଦୁଇ ଚାମଚ କ୍ଷୀର ଆଉ ଏଥିସହ ଗୋଲାପ ଜଳକୁ ଭଲଭାବରେ ମିଶାନ୍ତୁ। ଏହାପରେ ଏହି ଲେପକୁ ମୁହଁରେ ଲଗାନ୍ତୁ। ଯଦି ଆପଣଙ୍କ ତ୍ୱଚା ପୂର୍ବରୁ ନରମ ଅଛି ଆଉ ଅଧିକ ସ୍ୱଚ୍ଛ ଆଉ ଉଜ୍ୱଳ ଚାହୁଁଛନ୍ତି, ତେବେ ଅରଖ ଗଛର କ୍ଷୀର ବଦଳରେ ଗଛର ରସ ବ୍ୟବହାର କରନ୍ତୁ।

ମାଇଗ୍ରେନ୍ ଏବଂ କାନବିନ୍ଧାରୁ ମିଳିଥାଏ ମୁକ୍ତି

ଅରଖ ଗଛର ଫୁଲର ବ୍ୟବହାର ମୁଣ୍ଡ ଏବଂ କାନବିନ୍ଧା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ। ଗଛର କ୍ଷୀର ମୁଣ୍ଡରେ ଲଗାଇଲେ ମାଇଗ୍ରେନ୍ (Migrane)ରୁ ଆଶ୍ୱସ୍ତି ମିଳିଥାଏ। ଅରଖ ଗଛ ପତ୍ରର ରସ କାନରେ ପକାଇଲେ କାନ ସମ୍ବନ୍ଧିତ ରୋଗ, କାନରୁ ଶବ୍ଦ ଆସିବା, ସାଏଁ-ସାଏଁ ଶବ୍ଦ ଆସିବା ଭଳି ସମସ୍ୟା ଦୂର ହୋଇଥାଏ।

ଦାନ୍ତବିନ୍ଧା ମଧ୍ୟ ଦୂର କରିଥାଏ
ଅରଖ ଗଛର କ୍ଷୀରରେ ତୁଳାକୁ ଭିଜାଇ ଏହାକୁ ଘିଅରେ ଭଲଭାବରେ ମିଶାଇ ଦାନ୍ତ ମୂଳ ରଖନ୍ତୁ। ଏଥିରେ ଆପଣଙ୍କ ଦାନ୍ତ କିମ୍ବା ଦାନ୍ତମୂଳରେ ହେଉଥିବା ବିନ୍ଧା ଦୂର ହୋଇଥାଏ। ଏଥିସହ ଅରଖ ଗଛର କ୍ଷୀରରେ ଲୁଣ ମିଶାଇ ଦାନ୍ତରେ ଲଗାଇଲେ ଦାନ୍ତବିନ୍ଧା କମିଥାଏ। ଏପରିକି ହଲୁଥିବା ଦାନ୍ତ ମୂଳରେ ଅରଖ ଗଛର କ୍ଷୀର ଲଗାଇଲେ ଅତି ସହଜରେ ଦାନ୍ତ କାଢିବାରେ ସହଯୋଗ ହୋଇଥାଏ।

NB: ଏହି ଖବର ଉପରେ ଜୀ ମିଡିଆ କୌଣସି ପ୍ରକାରର ପୁଷ୍ଟି କରୁନାହିଁ। ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

Also Read: ଗୁଗଲରୁ ବିଜ୍ଞାପନ ବନ୍ଦ କରିବାର ପ୍ରତିଶୋଧ: ଗୁଗଲ ନ୍ୟୁଜକୁ ବ୍ଲକ କଲା ଋଷ

Also Read: ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ କ'ଣ ହେବ ଭବିଷ୍ୟତ