ସ୍ୱଳ୍ପ ମୁଲ୍ୟରେ ଡାକ୍ତରୀ ପାଠ ପଢିବା ପାଇଁ ବିଦେଶ ଯାଇଥିବା ଛାତ୍ରଛାତ୍ରୀ ଏବେ ଚିନ୍ତାରେ । ୟୁକ୍ରେନରେ ଯୁଦ୍ଧ ହେବାପରେ ଫେରିଥିବା ଛାତ୍ରଛାତ୍ରୀ ଏବେ ଦ୍ୱନ୍ଦରେ କାରଣ କଣ ହେବ ତାଙ୍କର ଭବିଷ୍ୟତ, କେମିତି ଗଢିବେ ତାଙ୍କ କ୍ୟାରିୟର ତାକୁ ନେଇ ଆରମ୍ଭ ହୋଇଯାଇଛି ତର୍କ ବିତର୍କ।
Trending Photos
ନୂଆଦିଲ୍ଲୀ: ଭାରତୀୟ ଛାତ୍ର ଛାତ୍ରୀ ୟୁକ୍ରେନରୁ ଫେରିବା ପରେ ଭାରତରେ ଡାକ୍ତରୀ ଶିକ୍ଷା ପ୍ରସଙ୍ଗରେ ବେଶ ଚର୍ଚ୍ଚା ଚାଲିଛି। ଶିକ୍ଷା ପାଇଁ ୟୁକ୍ରେନକୁ ଯାଇଥିବା ବହୁ ସଂଖ୍ୟକ ଭାରତୀୟ ଛାତ୍ର ଛାତ୍ରୀ ଫେରିବା ପରେ ଭାରତରେ ଡାକ୍ତରୀ ଶିକ୍ଷା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନ ଭାରତର ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀ ବିଭିନ୍ନ ଦେଶରେ ଡାକ୍ତରୀ ପାଠ ଅଧ୍ୟୟନ କରୁଛନ୍ତି। ଚାଇନା, ୟୁକ୍ରେନ,ଋଷ, ଫିଲିପାଇନ୍ସ, କିର୍ଗିଜସ୍ଥାନ, କାଜାଖସ୍ତାନ, ପୋଲାଣ୍ଡ ଏବଂ ଆର୍ମେନିଆ ପରି ଦେଶରେ ସର୍ବାଧିକ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କମ୍ ଶୁଳ୍କ ହେତୁ ଭାରତୀୟ ଛାତ୍ର ଛାତ୍ରୀମାନେ ଡାକ୍ତରୀ ଶିକ୍ଷା ପାଇଁ ବହୁ ସଂଖ୍ୟାରେ ଏହିସବୁ ଦେଶକୁ ଯାଇଥାନ୍ତି ।
ବିଦେଶରେ ପାଠ ପଢୁଥିବା ଏହି ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କୁ ବିଦେଶୀ ମେଡିକାଲ ଗ୍ରାଜୁଏଟ୍ ପରୀକ୍ଷା (FMGE) କିମ୍ବା ସ୍କ୍ରିନିଂ ଟେଷ୍ଟ ନାମକ ପରୀକ୍ଷା ଦେବାକୁ ପଡିଥାଏ । ଏହି ପରୀକ୍ଷା NBEMS ଦ୍ୱାରା ବର୍ଷକୁ ଦୁଇଥର କରାଯାଇଥାଏ । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ ଅଟେ । ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ହିଁ ସେମାନେ ଭାରତରେ ଚିକିତ୍ସା ଅଭ୍ୟାସ ପାଇଁ ଯୋଗ୍ୟ ବୋଲି ବିବେଚିତ ହୋଇପାରିବେ । ତଥାପି, ଏପରି କିଛି ଦେଶ ଅଛି ଯେଉଁଠାରେ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଅଧ୍ୟୟନ ସମାପ୍ତ କରିଛନ୍ତି ମାତ୍ର ଏହି ପରୀକ୍ଷାରୁ ସେମାନେ ବଞ୍ଚିତ । ଏହି ଦେଶଗୁଡ଼ିକ ହେଉଛି- ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା । ଗତ କିଛି ବର୍ଷର FMGE ଫଳାଫଳ ମଧ୍ୟ ବହୁତ ଚିନ୍ତାଜନକ ।
NBEMS ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୫-୨୦୧୮ ମଧ୍ୟରେ ପ୍ରାୟ ୬୧ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ, ହେଲେ ସେଥିମଧ୍ୟରୁ କେବଳ ନଅ ହଜାର ସଫଳ ହୋଇଥିଲେ ଅର୍ଥାତ୍ ୮୩ ପ୍ରତିଶତ ବିଫଳ ହୋଇଥିଲେ। ଏପରି ପରିସ୍ଥିତିରେ, ସଫଳତାର ନିମ୍ନ ଅନୁପାତ ବିଦେଶୀ ଡାକ୍ତରୀ ଡିଗ୍ରୀ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରେ । ଏଥିରୁ ଏହା ମଧ୍ୟ ଜଣାପଡୁଛି ଯେ ସୁଲଭ ଚିକିତ୍ସା ଶିକ୍ଷାର ଗୁଣାତ୍ମକ ସ୍ତର ବହୁତ କମ୍ ଅଟେ ।
୨୦୨୦ ମସିହାରେ, ୧୭ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ ଯେଉଁଥିରେ କେବଳ ୧,୭୦୦ ଜଣ ପାସ୍ ହୋଇଥିବା ଘୋଷଣା କରାଯାଇଥିଲା । ଭାରତୀୟ ବିଦେଶୀ ଡାକ୍ତରୀ ସ୍ନାତକମାନଙ୍କ ମୂଲ୍ୟାଙ୍କନ ଆଧାରରେ ଯଦି ଏହି ଫଳାଫଳକୁ ଗ୍ରହଣ କରିବା, ତେବେ ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ।
ଦେଶରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ତୁଳନାରେ ବିଦେଶରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ଏ ସମ୍ପର୍କିତ ଜ୍ଞାନ ଏବଂ ଚିକିତ୍ସା ତାଲିମ ବେଶ ଦୁର୍ବଳ । ଏହା ପଛରେ ଅନେକ ମୁଖ୍ୟ କାରଣ ରହିଛି । ସେଥିମଧ୍ୟରୁ କିଛି କାରଣ ହେଉଛି ,ଯେପରିକି- ରୋଗ ଅଧ୍ୟୟନ, ଭାଷା, କ୍ଲିନିକାଲ ଟ୍ରେନିଂ, ବିଦେଶୀ ମେଡିକାଲ କଲେଜଗୁଡ଼ିକର ଡାକ୍ତରୀ ଶିକ୍ଷାରେ ଆଡମିଶନ ବେସ୍ ର ମାନ ଆମ ଦେଶ ତୁଳନାରେ ଭିନ୍ନ । ଔଷଧ କ୍ଷେତ୍ରରେ ଗୁଣବତ୍ତା ସାଂଘାତିକ ହୋଇପାରିବ ନାହିଁ ବୋଲି ଆମେ ସମସ୍ତେ ସହମତ ହୋଇପାରିବା। ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଭାରତରେ ଡାକ୍ତରୀ ଶିକ୍ଷା ବ୍ୟବସ୍ଥାର ମାନ ସ୍ଥିର କରିଛି ଯେଉଁଥିରେ ମେଡିକାଲ କଲେଜରେ ଆଡମିଶନରୁ ଇଣ୍ଟର୍ନସିପ ପର୍ଯ୍ୟନ୍ତ ଅନେକ ପରୀକ୍ଷା ଦେବାକୁ ପଡିବ। ନୂତନ ନିୟମ ଅନୁଯାୟୀ, ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ, NEET ଏବଂ ଇଣ୍ଟର୍ନସିପ୍ ପୂର୍ବରୁ ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡିବ, କେବଳ ସେତେବେଳେ ଯାଇ ଡାକ୍ତରୀ ଅଭ୍ୟାସ ପାଇଁ ଲାଇସେନ୍ସ ମିଳିପାରିବ ।
Also Read: QR କୋଡ୍ ସ୍କାମ ନେଇ ଗ୍ରାହକଙ୍କୁ SBIର ସତର୍କବାଣୀ
Also Read: NATO କୁ କାହିଁକି ଏତେ ଘୃଣା କରେ ଋଷ, ଜାଣନ୍ତୁ ୭ ଦଶନ୍ଧି ପୁରୁଣା ଶତ୍ରୁତାର କାହାଣୀ...