ଗୁଗଲରୁ ବିଜ୍ଞାପନ ବନ୍ଦ କରିବାର ପ୍ରତିଶୋଧ: ଗୁଗଲ ନ୍ୟୁଜକୁ ବ୍ଲକ କଲା ଋଷ
Advertisement
Article Detail0/zeeodisha/odisha1134169

ଗୁଗଲରୁ ବିଜ୍ଞାପନ ବନ୍ଦ କରିବାର ପ୍ରତିଶୋଧ: ଗୁଗଲ ନ୍ୟୁଜକୁ ବ୍ଲକ କଲା ଋଷ

ଗୁଗଲ ନ୍ୟୁଜ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଋଷର ସୂଚନା ଓ ପ୍ରସାରଣ ବିଭାଗ ଗ୍ରହଣ କରିଛି । ଅଲ-ଜଜିରା ନିଜ ଏକ ରିପୋର୍ଟରେ ସୂଚନା ଦେଇଛି କି ତାଙ୍କ ଦ୍ୱାରା ଆଲ୍ଫାବେଟ୍ ଇଙ୍କ୍ ଗୁଗଲ ସମାଚାର ଏଗ୍ରିଗ୍ରେଟର ସେବାକୁ ବ୍ଲକ କରିଦିଆଯାଇଛି ।

ଗୁଗଲରୁ ବିଜ୍ଞାପନ ବନ୍ଦ କରିବାର ପ୍ରତିଶୋଧ: ଗୁଗଲ ନ୍ୟୁଜକୁ ବ୍ଲକ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷ , ୟୁକ୍ରେନ ଯୁଦ୍ଧକୁ ନେଇ ଫେକ୍ ନ୍ୟୁଜ ପ୍ରଚାର କରିବା ଅଭିଯୋଗରେ ଦେଶରେ ଗୁଗଲ ନ୍ୟୁଜ୍ ସର୍ଭିସକୁ ବ୍ୟାନ୍ କରିଦିଆଯାଇଛି । ଋଷର ଏହି ପଦକ୍ଷେପ ଗୁଗଲର ସେହି ପଦକ୍ଷେପର ଜବାବ ବୋଲି କୁହାଯାଉଛି, ଯେଉଁଥିରେ ଗୁଗଲ ଆପ୍ ଏବଂ ୟୁଟ୍ୟୁବ୍ ପାଇଁ  ଋଷ ନିଜ ଆଡଭରଟାଇଜିଂ ବିଜିନେସକୁ ବନ୍ଦ କରିଦେଇଥିଲା ।

ଗୁଗଲ ନ୍ୟୁଜ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଋଷର ସୂଚନା ଓ ପ୍ରସାରଣ ବିଭାଗ ଗ୍ରହଣ କରିଛି । ଅଲ-ଜଜିରା ନିଜ ଏକ ରିପୋର୍ଟରେ ସୂଚନା ଦେଇଛି କି ତାଙ୍କ ଦ୍ୱାରା ଆଲ୍ଫାବେଟ୍ ଇଙ୍କ୍ ଗୁଗଲ ସମାଚାର ଏଗ୍ରିଗ୍ରେଟର ସେବାକୁ ବ୍ଲକ କରିଦିଆଯାଇଛି । ବିଭାଗ ଏହା ଅଭିଯୋଗ ଆଣିଛି କି ଗୁଗଲ ୟୁକ୍ରେନରେ ଋଷ ସୈନ୍ୟ ଅଭିଯାନ ସମ୍ପର୍କରେ ମିଥ୍ୟା ଖବର ଦେଉଛି ।

ଗୁଗଲ ଦେଲା ସୂଚନା
ଗୁଗଲ ନିଜ ଏକ ବୟାନରେ କହିଛି କି କିଛି ଲୋକଙ୍କୁ ଋଷରେ ଗୁଗଲ୍ ନ୍ୟୁଜ୍ ଆପ୍ ଏବଂ ୱେବସାଇଟ୍ ବ୍ୟବହାର କରିବାରେ ଅସୁବିଧା ହେଉଛି ଏବଂ ଏହା ଆମ ପକ୍ଷରୁ କୌଣସି ଟେକ୍ନିକାଲ ଅସୁବିଧା ଯୋଗୁ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି । ଆମେ ଋଷ ଲୋକଙ୍କୁ ସମାଚାର ଦେବା ପାଇଁ ଅନେକ ପରିଶ୍ରମ କରିଛୁ।

ଋଷରେ ସମସ୍ତ ଅନଲାଇନ ବିଜ୍ଞାପନ ବନ୍ଦ ହେଲା
ଋଷ ଏହି ପଦକ୍ଷେପ ସେହି ସମୟରେ ଉଠାଇଲା, ଯେବେ ଗୁଗଲ ନିକଟରେ କହିଥିଲା କି ସେ ଆପ୍ ଏବଂ ୟୁଟ୍ୟୁବ ଚ୍ୟାନେଲକୁ ଏଭଳି କଣ୍ଟେଣ୍ଟ ସହ ବିଜ୍ଞାପନ ବିକ୍ରି କରିବା ପାଇଁ ସହଯୋଗ କରିବ ନାହିଁ । ଏହା ଛଡ଼ା ଗୁଗଲ ଚଳିତ ମାସ ଆରମ୍ଭରେ ଘୋଷଣା କରିଥିଲା କି ସେ ରୁଷରେ ସମସ୍ତ ଅନଲାଇନ ବିଜ୍ଞାପନ ବିକ୍ରି ବନ୍ଦ କରିଦେବ ।

ଗୁଗଲ  ଋଷରେ ନିଜ ସର୍ଭିସ ବନ୍ଦ କରିବାକୁ ପ୍ରସ୍ତୁତ
କିଛି ରିପୋର୍ଟ୍ସରୁ ଜଣାପଡ଼ିଛି କି ଗୁଗଲ ରୁଷରେ ନିଜ ସେବାକୁ ବନ୍ଦ କରିବାକୁ ପ୍ରସ୍ତୁତି ଚଳାଇଛି । ଗୁଗଲ୍ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି କହି ନାହିଁ, ହେଲେ ଗୁଗଲ ନିଜ କର୍ମଚାରୀଙ୍କୁ ରୁଷରୁ ବାହାରକୁ ବାହାର କରୁଛି । ବ୍ଲୁମବର୍ଗ ନିଜ ଏକ ରିପୋର୍ଟରେ କହିଛି କି ଗୁଗଲକୁ ଭୟ ଅଛି କି ଏହାକୁ ଋଷ ସରକାର ବ୍ୟାନ୍ କରିପାରେ । ଏଥିପାଇଁ ସେ ଏହାର ପ୍ରସ୍ତୁତି ପୂର୍ବରୁ କରୁଥିଲା ।

ଋଷ କହିଲା ଫେସବୁକ ଏବଂ ଇନଷ୍ଟାଗ୍ରାମ ହେଉଛନ୍ତି ଚରମପନ୍ଥୀ
ଏହା ପୂର୍ବରୁ ଋଷ ଫେସବୁକ ଏବଂ ଇନଷ୍ଟାଗ୍ରାମରୁ ଚରମପନ୍ଥୀ ସଂଗଠନ କହି ଏହା ଉପରେ ବ୍ୟାନ୍ ଲଗାଇ ଦେଇଥିଲା । ରୁଷର ଏକ କୋର୍ଟ, ଚରମ୍ପପନ୍ଥୀ ଆକ୍ଟିଭିଟିକୁ ନେଇ ଦୁଇଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ବ୍ୟାନ୍ ଲଗାଇବା ପରେ ସହମତି ପ୍ରକାଶ କରିଥିଲା । ସେପଟେ ମେଟା କମ୍ପାନୀର ହ୍ୱାଟ୍ସଆପ୍ ମେସେଞ୍ଜର ସେବାକୁ ବନ୍ଦ କରାଯାଇନଥିଲା।

Also Read: ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ କ'ଣ ହେବ ଭବିଷ୍ୟତ

Also Read: QR କୋଡ୍ ସ୍କାମ ନେଇ ଗ୍ରାହକଙ୍କୁ SBIର ସତର୍କବାଣୀ