Airtel Offers! ସାଢେ ୫ କୋଟି ଗରିବ ଗ୍ରାହକଙ୍କୁ ଦେବ ମାଗଣା ସେବା
Advertisement

Airtel Offers! ସାଢେ ୫ କୋଟି ଗରିବ ଗ୍ରାହକଙ୍କୁ ଦେବ ମାଗଣା ସେବା

କମ୍ପାନୀ ଏହାର ସ୍ୱଳ୍ପ ଆୟକାରୀ ଗ୍ରାହକଙ୍କୁ ମହାମାରୀ ସମୟରେ ସେମାନଙ୍କ ନେଟୱାର୍କ ସହିତ ସଂଯୁକ୍ତ ରହିବାକୁ ବିଶେଷ ସୁବିଧା ଯୋଗାଉଛି। କିଛି ପ୍ଲାନ୍ ମାଗଣାରେ ଦେଉଥିବା ବେଳେ କିଛିର ଡବଲ ବେନିଫିଟ୍ ଦିଆଯିବ ବୋଲି କହିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ମୋବାଇଲ ନେଟୱାର୍କ ପ୍ରଦାନକାରୀ ଭାରତୀ ଏୟାରଟେଲ ଏହାର ଗ୍ରାହକଙ୍କୁ କୋରୋନା କଷ୍ଟରୁ ଉପଶମ ଦେବାକୁ ଅନେକ plan ଘୋଷଣା କରିଛି। କମ୍ପାନୀ ଏହାର ସ୍ୱଳ୍ପ ଆୟକାରୀ ଗ୍ରାହକଙ୍କୁ ମହାମାରୀ ସମୟରେ ସେମାନଙ୍କ ନେଟୱାର୍କ ସହିତ ସଂଯୁକ୍ତ ରହିବାକୁ ବିଶେଷ ସୁବିଧା ଯୋଗାଉଛି। କିଛି ପ୍ଲାନ୍ ମାଗଣାରେ ଦେଉଥିବା ବେଳେ କିଛିର ଡବଲ ବେନିଫିଟ୍ ଦିଆଯିବ ବୋଲି କହିଛି।

Airtel ସାଢେ ପାଞ୍ଚ କୋଟିରୁ ଅଧିକ ସ୍ୱଳ୍ପ ଆୟକାରୀ ଗ୍ରାହକଙ୍କୁ ୪୯ ଟଙ୍କା ମୂଲ୍ୟର ରିଚାର୍ଜ ପ୍ୟାକ୍ ପ୍ରଦାନ କରୁଛି। କିନ୍ତୁ ଗ୍ରାହକଙ୍କୁ ଏହି ସୁବିଧା କେବଳ ଥରେ ପ୍ରଦାନ କରାଯିବ। Airtelର ୪୯ ଟଙ୍କା ରିଚାର୍ଜ ବିଷୟରେ କହିବାକୁ ଗଲେ, ଉପଭୋକ୍ତାମାନେ ଏହି ପ୍ଲାନରେ ୧୦୦ MB ଡାଟା ପାଇବେ। ଭଏସ୍ କଲିଂ ପାଇଁ ଟକ୍ ଟାଇମ୍ ୩୮ ଟଙ୍କା ଉପଲବ୍ଧ ହେବ। ଯାହାର ବୈଧତା ୨୮ ଦିନ ଅଛି। ଏହି ଯୋଜନା ମାଧ୍ୟମରେ Airtel ଏହାର  ଗ୍ରାହକଙ୍କୁ ମଜବୁତ କରିବାକୁ ଚାହୁଁଛି। ଏହି ଗ୍ରାହକଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର ଅଟନ୍ତି। ଏଭଳି ପରିସ୍ଥିତିରେ ସେ ନେଟୱାର୍କ ସହିତ ସଂଯୁକ୍ତ ହେବେ ଏବଂ ଆବଶ୍ୟକ ହେଲେ ସେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। 

Also Read:  ସୁରକ୍ଷା ବାଡ଼ ଭାଙ୍ଗି IPL 2021ରେ କେମିତି ପଶିଲା କୋରୋନା? ହେଲା ବଡ଼ ଖୁଲାସା

କମ୍ପାନୀ ଜାଣିଛି ଯେ, ଏହି କଷ୍ଟ ସମୟରେ ଗ୍ରାହକମାନେ ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଅଧିକ ସଂଯୁକ୍ତ ହେବା ଆବଶ୍ୟକ। ଏଭଳି ପରିସ୍ଥିତିରେ କମ୍ପାନୀ ଏହାର ପ୍ରିପେଡ୍ ଗ୍ରାହକଙ୍କୁ ୭୯ ଟଙ୍କା ରିଚାର୍ଜରେ ଦୁଇଗୁଣ ଲାଭ ଦେଉଛି। ଗ୍ରାହକଙ୍କ ପାଇଁ ଏହି କଷ୍ଟ ସମୟରେ ସେମାନଙ୍କ ପ୍ରିୟଜନଙ୍କ ସହ ସଂଯୁକ୍ତ ରହିବା ସହଜ ହେବ।  ଆସନ୍ତା ସପ୍ତାହରେ ଏୟାରଟେଲ ଏହି ଦୁଇଟି ସୁବିଧା ଲଞ୍ଚ କରିବ। ଭାରତୀୟ ବଜାରରେ ସବୁଠାରୁ ବଡ ନେଟୱାର୍କ ପ୍ରଦାନକାରୀ କମ୍ପାନୀ ମଧ୍ୟରୁ ଏୟାରଟେଲ ଅନ୍ୟତମ। କମ୍ପାନୀ ଦକ୍ଷିଣ ଏସିଆ ଏବଂ ଆଫ୍ରିକାର ୧୮ଟି ଦେଶରେ ୪୫୮ ମିଲିୟନରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ଫେବୃଆରୀ ପାଇଁ ତଥ୍ୟ ଅନୁଯାୟୀ ଭାରତ ଏୟାରଟେଲରେ ପ୍ରାୟ 34 କୋଟି ମୋବାଇଲ୍ ସେବା ଗ୍ରାହକ ଅଛନ୍ତି।

ସେହିପରି  Airtel ଗ୍ରହାକଙ୍କ ସୁବିଧା ପାଇଁ  Airtel Thanks app ବିକଶିତ କରିଛି। ଏହା ଉଭୟ iOS, Androidରେ ଉପଲବ୍ଧ। ଏଥିରେ କୋଭିଡ୍ (Coronavirus) ସଂକ୍ରାନ୍ତୀୟ ତଥ୍ୟ ମିଳିବ।  Airtel Thanks app ମାଧ୍ୟମରେ ଜରୁରୀ ସେବା, ଟିକାକରଣ ପାଇଁ ରେଜିଷ୍ଟ୍ରେସନ, ହସ୍ପିଟାଲ ଓ ଅକ୍ସିଜେନ୍ ସ୍ଥିତି ଜାଣିବା ସହ କୋରୋନା ଜନିତ ପରାମର୍ଶ ନେଇପାରିବେ।