Foot Palmistry: ଆପଣଙ୍କ ପାଦ ଦେଖିବାକୁ ଏମିତି କି? ତାହେଲେ ଆପଣ ଭାଗ୍ୟବାନ !
Advertisement
Article Detail0/zeeodisha/odisha2018578

Foot Palmistry: ଆପଣଙ୍କ ପାଦ ଦେଖିବାକୁ ଏମିତି କି? ତାହେଲେ ଆପଣ ଭାଗ୍ୟବାନ !

Foot Palmistry: ଏପରି ବ୍ୟକ୍ତି ନିଜର କ୍ୟାରିୟରରେ ସହଜରେ ସଫଳତା ପାଇବା ସହ ସମସ୍ତଙ୍କ ପ୍ରିୟ ଭାଜନ ହୋଇଥାନ୍ତି। ଏହିକାରଣରୁ ଏହି ବ୍ୟକ୍ତି ମାନେ କେବେ ବି ନିଜ ଜୀବନରେ କଷ୍ଟ ଭୋଗନ୍ତି ନାହିଁ।

 

Foot Palmistry: ଆପଣଙ୍କ ପାଦ ଦେଖିବାକୁ ଏମିତି କି? ତାହେଲେ ଆପଣ ଭାଗ୍ୟବାନ !

Foot Palmistry: ହସ୍ତରେଖା ବିଜ୍ଞାନ କେବଳ ହାତର ରେଖା ପର୍ଯ୍ୟନ୍ତ ସୀମିତ ରହିନଥାଏ ବରଂ ଏହା ପାଦର ଆକାର, ରଙ୍ଗ ଓ ଆକୃତିରୁ ଜଣେ ମଣିଷର ସ୍ୱଭାବ ଓ ଭବିଷ୍ୟତ ବିଷୟରେ ମଧ୍ୟ କହିପାରେ । ତେବେ ଆସନ୍ତୁ ଆପଣଙ୍କୁ ଏଠାରେ କହିରଖିବାକୁ ଚାହୁଁଛୁ ଯେ, ଜଣେ ବ୍ୟକ୍ତିଙ୍କ ପାଦର ଗଠନ ବା ଆକାର ପ୍ରାୟତଃ ତାଙ୍କ ସୁଖମୟ ଜୀବନ ଆଡକୁ ସୂଚାଇଥାଏ, ଏହା ଆଗରୁ ଜାଣିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ପାଦରେ ଥିବା ଏହି ଶୁଭ ଚିହ୍ନ ଏବଂ ରେଖା ବିଷୟରେ ବିସ୍ତୃତ ଭାବରେ କଣ ସୂଚାଇଥାଏ। 

ଯଦି କୌଣସି ବ୍ୟକ୍ତିଙ୍କ ପାଦ ତଳ ରଙ୍ଗ ହାଲୁକା ଗୋଲାପି ବା ଲାଲ୍ ତେବେ ଏହି ବ୍ୟକ୍ତି ଜୀବନରେ ସବୁ ପ୍ରକାର ସୁଖ ସମୃଦ୍ଧି ସହ ସବୁ ପ୍ରକାରର ସୁବିଧା ପାଇଥାନ୍ତି । ଏପରି ଲୋକଙ୍କୁ ନିଜ ଜୀବନରେ କେବେ ବି ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ିନଥାଏ। ଏପରି ବ୍ୟକ୍ତି ନିଜର କ୍ୟାରିୟରରେ ସହଜରେ ସଫଳତା ପାଇବା ସହ ସମସ୍ତଙ୍କ ପ୍ରିୟ ଭାଜନ ହୋଇଥାନ୍ତି। ଏହିକାରଣରୁ ଏହି ବ୍ୟକ୍ତି ମାନେ କେବେ ବି ନିଜ ଜୀବନରେ କଷ୍ଟ ଭୋଗନ୍ତି ନାହିଁ। ଯଦି ଏପରି ବ୍ୟକ୍ତିଙ୍କ ପାଦର ଅଙ୍ଗୁଳି(Foot Finger) ଗୁଡିକ ଡାହାଣ ପଟକୁ ଢଳି ରହୁଥାନ୍ତି ଏହାସହ ନରମ ହୋଇଥାଏ ଏମାନେ ବହୁତ ଭାଗ୍ୟବାନ ସାବ୍ୟସ୍ତ ହୁଅନ୍ତି। 

ଏହାସହ ପାଦର ଅଙ୍ଗୁଳି(Foot Palmistry) ଗୁଡ଼ା ସମାନ ଆକାରରେ ରହିଥାନ୍ତି, ଏହିପରି ଲୋକ ମାନେ ଜୀବନରେ ଅପାର ଧନ ଅର୍ଜନ କରିଥାନ୍ତି। ଏପରି ବ୍ୟକ୍ତି କେବେ ବି ନିଜ ଜୀବନରେ ଆର୍ଥିକ ସଙ୍କଟ ଦେଇ ଗତି କରନ୍ତି ନାହିଁ। ଯଦି କୌଣସି ବ୍ୟକ୍ତି ପାଦ ଦଳ ଭାଗରେ ପଦ୍ମ, ଧନୁ, କଳଶ, ଶଙ୍ଖ, ସୂର୍ଯ୍ୟ, ଚନ୍ଦ୍ର, ଧ୍ୱଜା କିମ୍ବା ଗଦାର ଚିହ୍ନ ଥାଏ, ତେବେ ଏହିପରି ଲୋକଙ୍କ ଭାଗ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ। ଏପରି ଲୋକମାନଙ୍କର ଭାଗ୍ୟ ରାତାରାତି ମଧ୍ୟ ସକାରାତ୍ମକ ପରିବର୍ତ୍ତନ ହୋଇପାରେ । ଆହୁରି ମଧ୍ୟ, ଭାଗ୍ୟ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ସର୍ବଦା ଅନୁଗ୍ରହ କରେ ଅର୍ଥାତ୍ ଭାଗ୍ୟ ସବୁବେଳେ ସାଥ୍ ଦେଇଥାଏ। 

ଯଦି ଜଣେ ବ୍ୟକ୍ତିଙ୍କ ପାଦର ଗଠନ ସୁନ୍ଦର ଦେଖାଯାଏ, ଗୋଇଠି ଗୋଲାକାର ଏବଂ ନରମ, ତେବେ ଏହିପରି ଲୋକଙ୍କ ସ୍ୱାସ୍ଥ୍ୟ (Health Condition) ସବୁବେଳେ ଭଲ ରହିଥାଏ। ଏହି ଲୋକମାନେ ବହୁତ ଖୁସିରେ ଜୀବନଯାପନ କରିଥାନ୍ତି।  ଯେଉଁମାନଙ୍କ ଆଙ୍ଗୁଠି ସମତଳ, ଗୋଇଠି ଫଟା ସହ ପାଦର ତଳ ପାଖରେ ଯଦି ଅଧିକ ରେଖା ଦେଖାଯାଏ ତେବେ ଏପରି ଲୋକମାନେ ଜୀବନରେ ଅନେକ କଷ୍ଟ ଦେଖନ୍ତି । ଏହିପରି ଲୋକ ମାନଙ୍କୁ ନିଜ ଜୀବନରେ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।) 

Also Read: Salaar Star Cast Fees: ସଲାର ଫିଲ୍ମ ପାଇଁ କିଏ କରିଛି କେତେ ଡିମାଣ୍ଡ, ଆଶ୍ଚର୍ଯ୍ୟ କରିବ ପ୍ରଭାସ ଓ ଶ୍ରୃତି ହସାନଙ୍କ ଫି

Also Read: Ayodhya Ram Mandir: ରାମ ମନ୍ଦିର ଥିମରେ ତିଆରି ହେଲା ନେକଲେସ, ଲାଗିଛି ୫ ହଜାର ଆମେରିକାନ୍ ହୀରା