Advertisement
Photo Details/zeeodisha/odisha2018395
photoDetails0hindi

Ayodhya Ram Mandir: ରାମ ମନ୍ଦିର ଥିମରେ ତିଆରି ହେଲା ନେକଲେସ, ଲାଗିଛି ୫ ହଜାର ଆମେରିକାନ୍ ହୀରା

Ayodhya Ram Mandir: ୨୨ ଡିସେମ୍ବର ୨୦୨୪ ଭାରତ ଇତିହାସରେ ଏକ ନୂଆ ଫର୍ଦ୍ଧ ଯୋଡ଼ି ହେବାକୁ ଯାଉଛି। କାରଣ ଏହି ଦିନ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।  ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ଉତ୍ସବ ପାଇଁ ଟ୍ରଷ୍ଟ ୨ ହଜାର ୫୦୦ ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରିଛି, ଯେଉଁମାନେ ରାମ ମନ୍ଦିରର ମହାନ ଉଦଘାଟନ ସମାରୋହ ପାଇଁ ଆମନ୍ତ୍ରିତ ହେବେ। ଏହାବାଦ୍ ସମାରୋହରେ ୪୦୦୦ ହଜାର ସନ୍ଥକୁ ମଧ୍ୟ ନିମନ୍ତ୍ରଣ ରହିଛି। ତେବେ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ୨୩ ଜାନୁଆରୀରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବ। ତେବେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଅନେକ ଉତ୍କଣ୍ଠାପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି।

 

1/5

ଏହାରି ମଧ୍ୟରେ ଗୁଜୁରାଟର ଜଣେ ହୀରା ବ୍ୟବସାୟୀ ରାମ ମନ୍ଦିର ଥିମରେ ଏକ ନେକଲେସ ତିଆରି କରିଛନ୍ତି। ହୀରା ବେପାରୀଙ୍କ କହିବା କଥା, ଏହି ନେକଲେସ ସେ କୌଣସି ବ୍ୟବସାୟିକ ଚିନ୍ତାଧାରା ରଖି ତିଆରି କରିନାହାଁନ୍ତି। ଏହି ନେକଲେସକୁ ସେ ରାମ ମନ୍ଦିରକୁ ଉପାହାର ସ୍ୱରୁପ ପ୍ରଦାନ କରିବେ। 

 

2/5

ଏଠାରେ କହିରଖୁଛୁ ଯେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀ ୨୦୨୪ରେ ହେବାକୁ ଯାଉଛି । ଏଥିପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । 

 

3/5

ପ୍ରଭୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ବ୍ୟତୀତ ରାମ ମନ୍ଦିରର ବିଷୟବସ୍ତୁ ଉପରେ ନିର୍ମିତ ଏହି ହାରରେ ଲକ୍ଷ୍ମଣଙ୍କ ମୂର୍ତ୍ତି ବି ରହିଛି। ଏହା ସହିତ ଭଗବାନ ହନୁମାନଙ୍କ ପ୍ରତିମା ମଧ୍ୟ ହାରରେ ଖଚିତ କରାଯାଇଛି। ଏହି ନେକଲେସ ର ଚାରିପାଖରେ ଏକ ବାରହାସିଂଘାର ଆକୃତି ମଧ୍ୟ ତିଆରି କରାଯାଇଛି । 

 

4/5

ରାମ ମନ୍ଦିରର ବିଷୟବସ୍ତୁ ଉପରେ ନିର୍ମିତ ଏହି ହାରଟିକୁ ତିଆରି କରିବା ପାଇଁ ୪୦ କାରିଗର କଠିନ ପରିଶ୍ରମ କରି ୩୫ ଦିନ ମଧ୍ୟରେ ଏହାକୁ ପ୍ରସ୍ତୁତ କରିଛନ୍ତି। ହାରଟି ତିଆରି ସରିବା ପରେ ଅତି ସୁନ୍ଦର ଦେଖାଯାଉଥିବା ଏହି ଫଟୋ ଟି ନିଶ୍ଚିତ ରୂପେ ବୟାନ କରୁଛି।

 

5/5

ଗୁଜୁରାଟର ସୁରଟରେ ଏହି ହାରଟିକୁ ରାମ ମନ୍ଦିରର ବିଷୟବସ୍ତୁକୁ ନେଇ ତିଆରି ହୋଇଛି। ଏହି ସମ୍ପୂର୍ଣ୍ଣ ଡିଜାଇନ୍ ରେ ୫ହଜାର ଆମେରିକୀୟ ହୀରା ବ୍ୟବହାର କରାଯାଇଛି ହୀରା ହାରରେ ୨ କିଲୋଗ୍ରାମ ରୂପା ମଧ୍ୟ ବ୍ୟବହାର କରାଯାଇଛି।