The Great Resignation: ସଙ୍କଟରେ ଭାରତର ସବୁ ଘରୋଇ କମ୍ପାନୀ, ଛଅ ମାସରେ ଚାକିରି ଛାଡିଲେ ୨୦% କର୍ମଚାରୀ
Advertisement

The Great Resignation: ସଙ୍କଟରେ ଭାରତର ସବୁ ଘରୋଇ କମ୍ପାନୀ, ଛଅ ମାସରେ ଚାକିରି ଛାଡିଲେ ୨୦% କର୍ମଚାରୀ

The Great Resignation: ରିପୋର୍ଟ ଅନୁସାରେ, କମ ଦରମା ସାଙ୍ଗକୁ କମ୍ପାନୀ ଅଧିକ ଚାପ ଇସ୍ତଫା ହାରରୁ ବଢ଼ାଇଛି। ବିଶେଷ କରି ହ୍ୱାର୍କ ଫ୍ରମ୍ ହୋମ କର୍ମଚାରୀ ଅଧିକ ମାତ୍ରାରେ ଇସ୍ତଫା ଦେଉଛନ୍ତି। ଗତ ୧୮ ମାସରେ ଆଇଟି କମ୍ପାନୀଗୁଡ଼ିକ ସବୁଠାରୁ ଖରାପ ସମୟ ଦେଇଗତି କରୁଛନ୍ତି।

The Great Resignation: ସଙ୍କଟରେ ଭାରତର ସବୁ ଘରୋଇ କମ୍ପାନୀ, ଛଅ ମାସରେ ଚାକିରି ଛାଡିଲେ ୨୦% କର୍ମଚାରୀ

The Great Resignation, ନୂଆଦିଲ୍ଲୀ: ବିଶ୍ୱ ବଜାରରେ ବଡ ବଡ କମ୍ପାନୀ ଗୁଡିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। The Great Resignation ବା ମୁନଲାଇଟିଂ ସମସ୍ୟା ପାଇଁ ଅନେକ କମ୍ପାନୀ ବୁଡିବାକୁ ବସିଲେଣି। କେବଳ ଆମେରିକା, ୟୁରୋପ କି ଚୀନ ନୁହଁ The Great Resignationର ଭାଇରସ ଏବେ ଭାରତକୁ ମଧ୍ୟ ବ୍ୟାପିଲାଣି। ଆଉ ଏହି ସମସ୍ୟାରୁ ମୁକିଳିବା ପାଇଁ କମ୍ପାନୀଗୁଡିକ ବାରମ୍ବାର କର୍ମଚାରୀମାନଙ୍କୁ ଚେତାବନୀ ମଧ୍ୟ ଦେଉଛନ୍ତି। ଏପରିକି ଏଚ୍ଆର ପଲିସିରେ ପରିବର୍ତ୍ତନ ମଧ୍ୟ କରାଯାଉଛି। ୪୦ଟି ଉଦ୍ୟୋଗର ପ୍ରାୟ ୧୩୦୦ କମ୍ପାନୀରେ କରାଯାଇଥିବା ସର୍ଭେରୁ ଏହା ଜାଣିବାକୁ ମିଳିଛି।

ଗ୍ଲୋବାଲ ପ୍ରଫେଶନାଲ ସର୍ଭିସ୍ କମ୍ପାନୀ ଏଓଏନ୍‌ ପିଏଲ୍‌ସୀ ପକ୍ଷରୁ ଏକ ସର୍ଭେରୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମନାକୁ ଆସିଛି। ବିଶ୍ୱର ଅନେକ ଶିଳ୍ପ ଏବେ The Great Resignation ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବର୍ଷକରେ ଏହା ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। କେବଳ ଭାରତରେ ଇସ୍ତଫା ହାର ତିନି ଗୁଣ ବଢିଛି। ଚଳିତ ବର୍ଷର ପ୍ରଥମ ଛଅ ମାସରେ ଇସ୍ତଫା ହାର ୨୦.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ହାର ୨୦୨୦ରେ ମାତ୍ର ୬ ପ୍ରତିଶତ ଥିଲା। ୨୦୨୨ରେ ଭାରତରେ ସବୁ ଉଦ୍ୟୋଗରେ ଚାକିରି ଛାଡ଼ିବା ହାର ୨୦୨୧ ତୁଳନାରେ ସାମାନ୍ୟ କମ୍‌ ରହିଛି। ଏହି ସମସ୍ୟା ଆସନ୍ତା ୬ ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ସର୍ଭେରେ ଜଣାପଡ଼ିଛି। 

Also Read: Metro Rail: ଟ୍ୱିନସିଟିରେ ଗଡିବ ମେଟ୍ରୋ ଟ୍ରେନ୍! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

 

ରିପୋର୍ଟ ଅନୁସାରେ, କମ ଦରମା ସାଙ୍ଗକୁ କମ୍ପାନୀ ଅଧିକ ଚାପ ଇସ୍ତଫା ହାରରୁ ବଢ଼ାଇଛି। ବିଶେଷ କରି ହ୍ୱାର୍କ ଫ୍ରମ୍ ହୋମ କର୍ମଚାରୀ ଅଧିକ ମାତ୍ରାରେ ଇସ୍ତଫା ଦେଉଛନ୍ତି। ଗତ ୧୮ ମାସରେ ଆଇଟି କମ୍ପାନୀଗୁଡ଼ିକ ସବୁଠାରୁ ଖରାପ ସମୟ ଦେଇଗତି କରୁଛନ୍ତି। କର୍ମଚାରୀଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଗୁଡିକ ଦରମା ବୃଦ୍ଧି କରିଛନ୍ତି, କିନ୍ତୁ ତାହାର ଫାଇଦା ଦେଖିବାକୁ ମିଳିନାହିଁ। ଭାରତରେ କମ୍ପାନୀଗୁଡ଼ିକ ଦରମାରେ ୨୦୨୨ରେ ୧୦.୬ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୨୩ରେ ଦରମା ବୃଦ୍ଧି ପରିମାଣ ୧୦.୪କୁ ଖସିପାରେ ବୋଲି ଆକଳନ କରାଯାଉଛି। ତେବେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା କର୍ମଚାରୀ ଚାକିରି ଛାଡୁଛନ୍ତି।

ବହୁଳ ମାତ୍ରାରେ କର୍ମଚାରୀମାନେ ଚାକିରି ଛାଡିବାର ଅନେକ କାରଣ ରହିଛି। ସେଥି ମଧ୍ୟରୁ ଅଧିକ ଚାପ ଓ ବସ ବା ବରିଷ୍ଠ ଅଧିକାରୀଙ୍କ ବ୍ୟବହାର ଅନ୍ୟତମ। ଏବା ବ୍ୟତୀତ ଚାକିରିର ବିକଳ୍ପ ମଧ୍ୟ ବୃଦ୍ଧି ପାଇଛି। କୋରୋନା କଳାରେ ଚାକିରି ଛାଡିବା ସମସ୍ୟା ବୃଦ୍ଧି ପାଇଛି। ଲୋକେ ୱାର୍କ ଫ୍ରମ ହୋମ ପରେ ଆଉ କାର୍ଯ୍ୟାଳୟକୁ ଫେରିବାକୁ ଇଚ୍ଛା କରୁନାହାନ୍ତି। ଫଳରେ ସେମାନଙ୍କୁ ଇସ୍ତଫା ଦେବାକୁ ପଡୁଛି। ସେହିପରି ଅନେକ କର୍ମଚାରୀ ନିଜର ଷ୍ଟାର୍ଟଅପ ଆରମ୍ଭ କରିବା ପାଇଁ ମଧ୍ୟ ଇସ୍ତଫା ଦେଉଥିବା ଜଣାପଡିଛି। କୋରୋନା ସମୟରେ ଓ ପରେ କିଛି କମ୍ପାନୀ ଖର୍ଚ୍ଚ କାଟ ପାଇଁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିବା ଦେଖିବାକୁ ମିଳିଛି।

Also Read: Make In India: କାମ କଲା ମୋଦିଙ୍କ ମନ୍ତ୍ର, ଆଠ ବର୍ଷରେ ଗଦା ହୋଇଗଲା ବିଦେଶୀ ପୁଞ୍ଜି

The Great Resignation ପାଇଁ କମ୍ପାନୀଗୁଡିକରେ ମାନବ ସମ୍ବର ଅଭାବ ଦେଖାଦେଇଛି। ଯାହା ଫଳରେ କମ୍ପାନୀର ଉତ୍ପାଦନ ହ୍ରାସ ପାଇଛି। କିଛି କମ୍ପାନୀ କର୍ମଚାରୀଙ୍କୁ ଇସ୍ତଫା ନ ଦେବା ପାଇଁ ପ୍ରଲୋଭ ବା ଭୟ ଦେଖାଉ ଥିବା ବେଳେ କିଛି ଇସ୍ତଫା ପରର ନୋଟିସ ଅବଧିକୁ ବୃଦ୍ଧି କରିଛନ୍ତି। ତଥାପି ଇସ୍ତଫା ହାରରେ ବ୍ରେକ ଲାଗୁନାହିଁ। ମାଇକ୍ରୋସଫ୍ଟର ୨୦୨୨ ୱାର୍କ ଟ୍ରେଣ୍ଡ ଇଣ୍ଡେକ୍ସ ଅନୁଯାୟୀ, ପ୍ରାୟ ୫୩ ପ୍ରତିଶତ କର୍ମଚାରୀ କାର୍ଯ୍ୟ ତୁଳନାରେ ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଆଉ ପ୍ରାୟ ୫୨ ପ୍ରତିଶତ ଯୁବପିଢି ଚାକିରି କରିବାର ବର୍ଷକ ମଧ୍ୟରେ କମ୍ପାନୀ ବଦଳାଇବାକୁ ଚିନ୍ତା କରୁଛନ୍ତି। କାନାଡା ସମେତ ପୃଥିବୀର ୩୧ଟି ଦେଶରେ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଆସିଛି।