ବର୍ଷାଦିନରେ ଦହି ଓ ଅନ୍ୟାନ୍ୟ ଖଟା ଜିନିଷ ଖାଇବା ଉଚିତ୍ କି ? କଣ କହୁଛି ଆୟୁର୍ବେଦ ଜାଣନ୍ତୁ
Advertisement
Article Detail0/zeeodisha/odisha1258521

ବର୍ଷାଦିନରେ ଦହି ଓ ଅନ୍ୟାନ୍ୟ ଖଟା ଜିନିଷ ଖାଇବା ଉଚିତ୍ କି ? କଣ କହୁଛି ଆୟୁର୍ବେଦ ଜାଣନ୍ତୁ

 ଆୟୁର୍ବେଦ ଅନୁଯାୟୀ ଋତୁ ବଦଳିଲେ ଆମେ ଆମର ଭୋଜନ ମଧ୍ୟ ବଦଳାଇବା ଦରକାର । ଯଦି ଏପରି ଆପଣ ନ କରନ୍ତି ତେବେ ସେହି ଖାଦ୍ୟ ଲାଭ ଦେବା ବଦଳରେ ଆପଣଙ୍କ ଶରୀରରେ ପ୍ରଭାବ ପକାଇଥାଏ । 

ପ୍ରତିକାତ୍ମକ ଫଟୋ

ଆପଣ ଲକ୍ଷ୍ୟ କରିଥିବେ କି ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଆପଣଙ୍କ ପରିବାରର କାହାର ଗଳା ବସିବା, ଥଣ୍ଡା ହେବା , କାଶ ହେବା, ଜ୍ବର ହେବା ଆଦି ସମସ୍ୟା ବୃଦ୍ଧି ପାଇଥାଏ । ତେବେ ଏହା କାହିଁକି ହେଉଛି ତାହା ବହୁତ ଲୋକଙ୍କୁ ବୁଝା ପଡେ ନାହିଁ । ବାସ୍ତବରେ ଏହାର କାରଣ ପାଗ ନୁହେଁ ଆପଣଙ୍କର ଖାଦ୍ୟ । ଆୟୁର୍ବେଦ ଅନୁଯାୟୀ ଋତୁ ବଦଳିରେ ଆମେ ଆମର ଭୋଜନ ମଧ୍ୟ ବଦଳାଇବା ଦରକାର । ଯଦି ଏପରି ଆପଣ ନ କରନ୍ତି ତେବେ ସେହି ଖାଦ୍ୟ ଲାଭ ଦେବା ବଦଳରେ ଆପଣଙ୍କ ଶରୀରରେ ପ୍ରଭାବ ପକାଇଥାଏ । 

ବର୍ଷାଋତୁରେ ପେଟର ପାଚନଶକ୍ତିକୁ କମ୍ କରିଥାଏ -
ଆୟୁର୍ବେଦ ହେଉଛି ବିଶ୍ବର ସର୍ବ ପୁରାତନ ପ୍ରାକୃତିକ ଚିକିତ୍ସା ବିଜ୍ଞାନ । ଏଲୋପାଥିରେ ଯେଉଁଠାରେ ଆପଣ ଅସୁସ୍ଥ ହେବା ପରେ ଆପଣଙ୍କୁ ଔଷଧ ସେବନ ପାଇଁ ପରାମର୍ଶ ଦିଆଯାଏ  ସେହି ଅନୁଯାୟୀ ଆୟୁର୍ବେଦରେ ଶରୀରକୁ କିପରି ଫିଟ୍ ରଖାଯିବ ଏବଂ ରୋଗ ନହେବା ପାଇଁ କେଉଁ ପଦ୍ଧତିରେ କଣ ଗ୍ରହଣ କରିବେ ତାହାର ଉପାୟ ରହିଥାଏ । ସାଧାରଣତଃ ବର୍ଷାଦିନରେ ପେଟର ହଜମ ଶକ୍ତି ଦୁର୍ବଳ ହୋଇଥାଏ । ଏପରି ସ୍ଥିତିରେ ଆମର ଖାଦ୍ୟ ଅଭ୍ୟାସକୁ ପରିବର୍ତ୍ତନ କରିବା ଦରକାର କାରଣ ଆମକୁ ଏପରି ଖାଦ୍ୟ ଖାଇବା ଉଚିତ୍ ଯାହା ଆମ ଶରୀରକୁ ଗରମ ରଖିବା ସହ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । 

Also Read ; କଣ ଆପଣ ବି କେଶରେ ତେଲ ଲଗାନ୍ତି ନାହିଁ , ହୋଇପାରେ ଏ ଭଳି କ୍ଷତି 

ବର୍ଷାଦିନରେ ଖଟା ଓ ଚିକ୍କଣ ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ-
ବର୍ଷାଦିନରେ ଆପଣ ଦହି, ଆଚାର,ଏବଂ ଅନ୍ୟାନ୍ୟ ଖଟା ଜିନିଷ ଠାରୁ ଦୂରରେ ରୁହନ୍ତୁ । ସେହିପରି ତେଲିଆ ଖାଦ୍ୟ ଠାରୁ ମଧ୍ୟ ନିଜକୁ ଦୂରରେ ରଖନ୍ତୁ । ଏହି ଖାଦ୍ୟ ବର୍ଷା ସମୟରେ କଫ, କାଶ, ଜ୍ବର ହେବାର କାରଣ ହୋଇଥାଏ । ଏହି ସବୁ ଜିନିଷ ସହଜରେ ହଜମ ହୁଏ ନାହିଁ । ବର୍ଷା କାରଣରୁ ଏହି ସବୁ ଜିନିଷ ସେବନ ଦ୍ବାରା ଗଳା ଯନ୍ତ୍ରଣା, କାଶ, ପେଟ ଗଡବଡ ହେବା ଏବଂ ଜ୍ବର ସମସ୍ୟା ବୃଦ୍ଧି ହୋଇଥାଏ । ସେଥିପାଇଁ ଆୟୁର୍ବେଦ ପଦ୍ଧତି ଦ୍ବାରା ବର୍ଷାଦିନରେ ଏପରି ରୋଗ ଠାରୁ ଆପଣ ଦୂରରେ ରହିପାରିବେ । 

ଗରମ ମସଲା ବ୍ୟବହାର କରନ୍ତୁ-
ଆୟୁର୍ବେଦରେ କୁହାଯାଇଛି ଯେ ବର୍ଷା ଦିନରେ ଶରୀରକୁ ଗରମ ରଖିବା ପାଇଁ ଅଦା, ହେଙ୍ଗୁ, ଗୋଲମରିଚ, ଗହମ ଆଦି ଖାଇବା ଉଚିତ୍ । ବର୍ଷାଦିନରେ ଆପଣ ଶରୀରରେ ଦେଖିବାକୁ ମିଳିଥିବା ଅସୁବିଧାକୁ ଦୂର କରିବା ପାଇଁ ଲୁଣିଆ ଏବଂ ମିଠା ଜିନିଷ ଖାଇବା ଉଚିତ୍ । ଏହି କାରଣରୁ ଏହି ସମୟରେ ଘିଅ, ଗହମ ଏବଂ ଅଟାରେ ତିଆରି ବିଭିନ୍ନ ଖାଦ୍ୟ ଖାଆନ୍ତୁ । ଏହି ସବୁ ଜିନିଷ ଦେହକୁ ଗରମ ରଖିବାରେ ସାହାଯ୍ୟ କରିଥାଏ । 

ଅଦା,ଲବଙ୍ଗ,ଅଳେଇଚ(ଗୁଜୁରାତି)ର ସେବନ ଲାଭଦାୟକ -
ବର୍ଷାଦିନରେ ଅନେକ ପର୍ବପର୍ବାଣୀ ଆସିଥାଏ , ଯେଉଁଥିରେ ଆୟୁର୍ବେଦର ନୀତିକୁ ଧ୍ୟାନ ଦିଆଯାଇଥାଏ। ଏହି ସମୟରେ ପ୍ରସ୍ତୁତ ମିଠା ଗୁଡିକରେ ଅନେକ ଜିନିଷ ବ୍ୟବହାର କରାଯାଇଥାଏ । ଏହି ସମୟରେ ଜନ୍ମଷ୍ଟମୀ ପର୍ବ ପଡିଥାଏ । ପୂଜାରେ ପ୍ରସାଦ ତିଆରି ସମୟରେ ଅନେକ ଗରମ ମସଲାର ବ୍ୟବହାର କରାଯାଇଥାଏ । ଯାହା ବର୍ଷା ଦିନରେ ଆମ ଶରୀରକୁ ଯଥେଷ୍ଟ ପୋଷକ ତତ୍ତ୍ବ ଯୋଗାଇଥାଏ ।