ଆର୍ଟିଫିସିଆଲ ଯୁଗରେ 'ହସ' ଏକ ଔଷଧ
Advertisement
Article Detail0/zeeodisha/odisha881876

ଆର୍ଟିଫିସିଆଲ ଯୁଗରେ 'ହସ' ଏକ ଔଷଧ

ହସ ପାଇଁ ଟିଭିରେ ନାନା ପ୍ରକାରର କାର୍ଯ୍ୟକ୍ରମ କରାଯାଉଛି। ଏପରି କି ଲୋକ ବିଭିନ୍ନ ସଂସ୍ଥାରେ ଟଙ୍କା ଦେଇ ହସିବାକୁ ଯାଆନ୍ତି। କେହି କେହି ନିଜ ପ୍ରିୟ ପରିଜନଙ୍କ ଓଠରେ ଟିକେ ହସ ଆଣିବା ପାଇଁ କେହି କେହି ସରପ୍ରାଇଜ ବି ପ୍ଲାନ କରିଥାଆନ୍ତି।

ସୌ- ସୋସିଆଲ ମିଡିଆ

ହସ ଏକ ଔଷଧ! ଆଉ ହସକୁ ନେଇ କେତେ ଗପ, କେତେ କବିତା ବି ଲେଖା ହୋଇଛି। କିନ୍ତୁ ଆଜିର ଏହି ବ୍ୟସ୍ତବହୁଳତା ଜୀବନରେ ମଣିଷ ହସିବା ଭୁଲି ଗଲାଣି। ଆଉ ଏବେ କେବଳ ସେ ଆର୍ଟିଫିସିଆ ହସ ହସିବାକୁ ଅଭ୍ୟାସ କରୁଛି। ସେହି ହସ ପାଇଁ ଟିଭିରେ ନାନା ପ୍ରକାରର କାର୍ଯ୍ୟକ୍ରମ କରାଯାଉଛି। ଏପରି କି ଲୋକ ବିଭିନ୍ନ ସଂସ୍ଥାରେ ଟଙ୍କା ଦେଇ ହସିବାକୁ ଯାଆନ୍ତି। କେହି କେହି ନିଜ ପ୍ରିୟ ପରିଜନଙ୍କ ଓଠରେ ଟିକେ ହସ ଆଣିବା ପାଇଁ କେହି କେହି ସରପ୍ରାଇଜ ବି ପ୍ଲାନ କରିଥାଆନ୍ତି। 

ରନିଂ ରେସର ବ୍ୟସ୍ତବହୁଳ ଜୀବନରେ ଆମେ ପ୍ରକୃତ ଆଉ ହୃଦୟ ଭିତରୁ ବାହାରୁ ଥିବା ହସ ହସିବାକୁ ଭୁଲିଗଲୁଣି। କେବେ, କେମିତି ମଜା ମସ୍ତିରେ ମୁହଁରୁ ଅଳ୍ପ ଟିକିଏ ହସ (Smile) ବାହାରୁଛି। କିନ୍ତୁ ନିଜକୁ ସୁସ୍ଥ (healthy) , ନିରୋଗ (Fit) ରହିବାକୁ ହେଲେ ଆମକୁ ହସିବା ପାଇଁ ପଡ଼ିବ। ଯଦି ଯେ କୌଣସି କାରଣ ପଇଁ ଆମେ ବହୁତ କାନ୍ଦୁଛୁ, ଆଉ ମନଦୁଖଃରେ ରହୁଛୁ। ଆମକୁ ହସିବା ପାଇଁ କାରଣ ଓ ସୁଯୋଗ ସୃଷ୍ଟି କରିବା ପାଇଁ ପଡ଼ିବ। ଏବେ ସମୟ ଆସିଛି ହସକୁ ଆମେ ଦୈନିକ ବ୍ୟାୟାମ (daily excersise) ରେ ବି ସାମିଲ କରିପାରିବା।.

Also Read: ଅତ୍ୟଧିକ 'କାଢା' ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ !

ଆନେକ ସମୟରେ ଘରେ ହେଉ କି ବାହାରେ କାହା ସହ ଯଦି କଥା କଟାକଟି କିମ୍ବା କଳିଝଗଡ଼ା ହେଉଛି, ସେଇ ସମୟରେ ହସନ୍ତୁ। ମୋ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନା ! ଭାବୁଥିବେ ମୁଁ ଏମିତି ବିଚିତ୍ର କଥା ଆପଣମାନଙ୍କୁ କାହିଁକି କହୁଛି। କାରଣ ଏହା ହେଉଛି ଯେ ଆପଣଙ୍କର ଏହି ବିଚିତ୍ର ହରକତ୍ ପାଇଁ ଆପଣଙ୍କ ମୁହଁରେ ହସ ଆଣିବା ସହିତ ଅନ୍ୟମାନଙ୍କ ମୁହଁରେ ମଧ୍ୟ ଖୁସି ଆଣିବ। ହସ ସମସ୍ତଙ୍କ ପାଇଁ ଜରୁରୀ। ବିଶେଷଜ୍ଞଙ୍କ ମତରେ ଆରୋଗ୍ୟ ରହିବା ପାଇଁ ଏହା ଏକ ଔଷଧ (Medicine)। ଯାହାକୁ କିଣିବା କିମ୍ବା ଅନ୍ୟଠାରୁ ମାଗିବାର ଆଦୌ ଆବଶ୍ୟକତା ନାହିଁ। 

fallback

କାଲିଫର୍ଣ୍ଣିଆର (Califarnia) ବିଶେଷଜ୍ଞ ଦଳ ୧୯ ମାସ ଅନୁଧ୍ୟାନ କରିବା ପରେ ହସିବାର ଆବଶ୍ୟକତା ବିଷୟରେ ଅବଗତ କରାଇଛନ୍ତି। କୌଣସି କାରଣ ପାଇଁ କାହା ଉପରେ ରାଗିଥିଲେ କିମ୍ବା ଝଗଡ଼ା ହୋଇଥିଲେ, ଆପଣ ପ୍ରଥମେ ହସନ୍ତୁ। ହସିଲେ ହିଁ ଆପଣଙ୍କ ରାଗ କମିବ। ମନରେ ରାଗ ଥିଲେ ନିୟନ୍ତ୍ରଣକୁ ଆଣିବାର ସବୁଠୁ ସହଜ ଓ ସରଳ ଉପାୟ ହେଲା ମନଖୋଲା ହସନ୍ତୁ। ଜାପାନରେ ଅଧିକାଂଶ ଖବରକାଗଜ, ଟେଲିଭିଜନ ଚ୍ୟାନେଲ୍‌ ଜରିଆରେ ପ୍ରଶାସନ ନିୟମିତ ହସିବାକୁ ପ୍ରଚାର କରାଉଛି। ସେଠାରେ ଲୋକଙ୍କ ସୁସ୍ଥ ଜୀବନଶୈଳୀ ତଥା ଦୀର୍ଘାୟୁ ଜୀବନ ବିଷୟରେ ନିଶ୍ଚୟ ଜାଣିଥିବେ। 

Also Read: ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଜଣେ ବରିଷ୍ଠ ବିଶେଷଜ୍ଞ କହିଛନ୍ତି, "କଳିଝଗଡ଼ା ହେବା ସ୍ବାଭାବିକ, କିନ୍ତୁ ଅଧିକଦିନ ଏସବୁ କଥାକୁ ଧରିବସିଲେ ଆପଣଙ୍କ ସ୍ବାସ୍ଥ୍ୟ ଅବନତି ହେବା ସହ ମାନସିକ ଚାପ ବଢ଼େ।" ୪୫ଜଣ ଦମ୍ପତିଙ୍କୁ ନେଇ ସେମାନେ ଅନୁଧ୍ୟାନ ଆରମ୍ଭ କଲେ, ପୂର୍ବଦିନ ଯେତେ ମନାନ୍ତର ହେଲେ ମଧ୍ୟ ତହିଁ ଆରଦିନ ସକାଳୁ ଦମ୍ପତି ଉଠିବା ପରେ ପ୍ରଥମେ ୪୫-୬୦ ସେକେଣ୍ଡ ବିଭିନ୍ନ ମଜା କଥା କହି ପରସ୍ପରକୁ ହସାଇବେ। ଏହି କଥା ସେହି ଦମ୍ପତିଙ୍କୁ ଜଣାଇ ଦିଆଯାଇଥିଲା। ଦେଢ଼ ମାସ ଏଇ ପ୍ରକ୍ରିୟା ଚାଲିବା ପରେ ଦମ୍ପତିଙ୍କ କଳହରେ ପୂର୍ଣ୍ଣ​‌ଚ୍ଛେଦ ପଡ଼ିବା ସହ ରକ୍ତଚାପ, ମଧୁମେହ ରୋଗୀ ଏକରକମ ସୁସ୍ଥ ହୋଇଥିଲେ କହିଲେ ଚଳେ। 

ଏଥରକ ଘରେ କଳି ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ମତାନ୍ତର, ସବୁବେଳେ ମନେ ରଖିବେ ଯେ, ରାଗ ଆସିବା ମାତ୍ରେ ହସିବେ। ଏହା ହେଲା ଆପଣଙ୍କ ସୁସ୍ଥ ଜୀବନଶୈଳୀର ସୂତ୍ର। ପୁରୁଣା କଥା ଧରି ମନ ଦୁଖଃରେ ନବସି ହସିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ। ତେବେ ଆପଣ ଏହି ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରି ପାରିବେ।