ଅତ୍ୟଧିକ 'କାଢା' ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ !
Advertisement
Article Detail0/zeeodisha/odisha881435

ଅତ୍ୟଧିକ 'କାଢା' ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ !

ପ୍ରତିଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି । ତେଣୁ ପ୍ରଥମ ଲହର ସମୟରେ ଆୟୁଷ ମନ୍ତ୍ରଣାଳୟ ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏ ମତ ରଖିଥିଲେ ଯେ, ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେଲେ କାଢା ପିଇବା ଜରୁରୀ ।

ଅତ୍ୟଧିକ 'କାଢା' ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ !

ନୂଆଦିଲ୍ଲୀ: ଏକବର୍ଷରୁ ଅଧିକ ସମୟ ଧରି ପୁରା ଦେଶବାସୀ ପ୍ରାଣଘାତୀ କୋରୋନା ମହାମାରୀ ସହ ଲଢୁଛନ୍ତି । କୋରୋନା ଭ୍ୟାକସିନ ଆସିଛି ସତ ହେଲେ ଏବେ ବେଶି ମୁଣ୍ଡବିନ୍ଧାର କାରଣ ପାଲଟିଛି କୋରୋନା ମହାମାରୀର ଦ୍ୱିତୀୟ ଲହର । ଏହି ଲହର ଏବେ ବେଶି ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି । ତେଣୁ ପ୍ରଥମ ଲହର ସମୟରେ ଆୟୁଷ ମନ୍ତ୍ରଣାଳୟ ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏ ମତ ରଖିଥିଲେ ଯେ, ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେଲେ କାଢା ପିଇବା ଜରୁରୀ ।

ଆଉ ଏହାକୁ ମାନି କାଢା (Kadha) ପିଇବା ସହ ରୋଗ ପ୍ରତିରୋଧକ ଶକ୍ତି (Immunity booster Kadha) ବଢାଇବା ପାଇଁ ସମସ୍ତେ ଆଗଭର ହୋଇଥିଲେ । ଏବେ ବି ଅନେକଙ୍କ ଘରେ ସକାଳ ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ପ୍ରାୟ ସବୁ ସମୟରେ କାଢା ପ୍ରସ୍ତୁତ ହେଉଛି । ତେବେ ଚାଲନ୍ତୁ ଆଜି ଜାଣିବା କାଢା ପିଇବାର ସଠିକ ସମୟ ଓ ପରିମାଣ । କାରଣ କୌଣସି ବି ଜିନିଷ ଅତ୍ୟଧିକ ହେଲେ ତାହା ସ୍ବାସ୍ଥ୍ୟ ପ୍ରତି ଓ ଜୀବନ ପାଇଁ କ୍ଷତିକାରକ । ତେବେ ତାହା ଆମେ ପିଉଥିବା କାଢା ବି ହେଉ ନାଁ କାହିଁକି ? ଆୟୁର୍ବେଦ ଏକ୍ସପର୍ଟ (Ayurveda Expert) ମାନେ ଏ ମତ ବି ଦେଉଛନ୍ତି ଯେ, ବହୁତ ଅଧିକ ମାତ୍ରାରେ କାଢାର ବ୍ୟବହାର କରାଯାଏ ତେବେ ଶରୀରକୁ ଅନେକ କ୍ଷତି ମଧ୍ୟ ହୋଇପାରେ ।

Also Read: ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ଜାଣନ୍ତୁ ଏହାର ଉପକାରିତା

କାଢା ଗରମ ଗରମ ପିଇବା ଦରକାର । ହେଲେ ଏହାକୁ ଅତ୍ୟଧିକ ଗରମ ଥିବା ବେଳେ ସେବନ କଲେ ପେଟ ଗରମ ହୋଇଯିବା ସହ ପାଟି ଓ ଗଳାରେ ଯନ୍ତ୍ରଣା ମଧ୍ୟ ହୋଇପାରେ ।

କାଢାର ଅଧିକ ମାତ୍ରାରେ ସେବନ (Acidity) ଭଳି ରୋଗର ଆଶଙ୍କା ଉପୁଜାଇପାରେ । 

ମାତ୍ରାଧିକ କାଢା ପିଇବା ଯୋଗୁଁ ଲିଭର୍ ପାଇଁ ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସେହିପରି ଗିଲୟର ମାତ୍ରାଧିକ ସେବନ ସୁଗାର ସ୍ତରକୁ ମଧ୍ୟ କମ କରିଦେଇଥାଏ।

ଅତ୍ୟଧିକ କାଢା (Excess Kadha) ପିଇବା ଦ୍ୱାରା ନାକରୁ ରକ୍ତ ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ । ସେହିଭଳି ପରିସ୍ରା ସମୟରେ ମଧ୍ୟ ସମସ୍ୟା ଦେଖାଦେଇଥାଏ। 

ଯେଉଁ ଲୋକମାନେ ପୂର୍ବରୁ ରୋଗାକ୍ରାନ୍ତ ବା ଯେଉଁ ମାନଙ୍କ ରକ୍ତ ଖୁବ ପତଳା ଅତ୍ଯଧିକ କାଢା ସେବନ ଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇପାରେ ।