ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
Advertisement
Article Detail0/zeeodisha/odisha881799

ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଳେଇଚ ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ପୁରୁଷଙ୍କ ନପୁଂସକତା ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାକୁ ଖାଇବା ପାଇଁ କ୍ଷୀରରେ ଇଲାଇଚି ପକାଇ ଫୁଟାନ୍ତୁ, ସଠିକ୍ ଫୁଟିବା ପରେ ଏଥିରେ କିଛି ମହୁ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ସମୟରେ ଏହାକୁ ଖାଆନ୍ତୁ ।

ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ନୂଆଦିଲ୍ଲୀ: ଅଳେଇଚ (cardamom) ଦେଖିବାକୁ ବହୁତ ଛୋଟ ହୋଇଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ, ତାହା ବୋଧହୁଏ ସମସ୍ତେ ଜାଣନ୍ତି ନାହିଁ । ଅଳେଇଚ ହେଉଛି ଆମର ଉତ୍ତମ ସ୍ୱାସ୍ଥ୍ୟର ଭଣ୍ଡାର । ଏହା ମାଉଥ ଫ୍ରେଶନର ପାଇଁ ମଧ୍ୟ ବ୍ୟବହୃତ ହୁଏ । ଅଧିକାଂଶ ଲୋକ ଅଳେଇଚକୁ ଏକ ସ୍ୱାଦିଷ୍ଟ ମସଲା ଭାବରେ ବ୍ୟବହାର କରନ୍ତି ଏବଂ ଏହାର ଔଷଧୀୟ ଗୁଣ ବିଷୟରେ ଅଜଣା ରହନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଅଳେଇଚ ଖାଇବାର ଉପକାର ବିଷୟରେ ବିସ୍ତୃତ ଭାବରେ କହିବୁ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲା ବଢ଼ିବା ପରେ ରେଲୱେ ନେଲା ଏହି ବଡ଼ ନିଷ୍ପତ୍ତିo

ନପୁଂସକତା ସମସ୍ୟା ମଧ୍ୟ ଦୂର ହୁଏ 

ବାସ୍ତବରେ, ଅଳେଇଚ ଏପରି ଟନିକର କାମ କରିଥାଏ ଯାହା କାମୋତ୍ତେଜନାକୁ ବଢାଇଥାଏ । ଅଳେଇଚ ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ପୁରୁଷଙ୍କ ନପୁଂସକତା ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାକୁ ଖାଇବା ପାଇଁ କ୍ଷୀରରେ ଇଲାଇଚି ପକାଇ ଫୁଟାନ୍ତୁ, ସଠିକ୍ ଫୁଟିବା ପରେ ଏଥିରେ କିଛି ମହୁ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ସମୟରେ ଏହାକୁ ଖାଆନ୍ତୁ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ପାଟି ଦୁର୍ଗନ୍ଧ ଶେଷ କରେ 

ଅଳେଇଚ କେବଳ ଯୌନ କ୍ଷମତା ପାଇଁ ଲଭାଦାୟକ ହୋଇଥାଏ ବରଂ ଅନେକ ଲାଭ ମଧ୍ୟ ପ୍ରଦାନ କରିଥାଏ । ସମସ୍ତେ ଜାଣନ୍ତି ଯେ ଅଳେଇଚ ପାଟିର ଗନ୍ଧକୁ ଦୂରେ କରିଥାଏ । ଯଦି ଆପଣଙ୍କ ପାଟିରୁ ଖରାପ ଗନ୍ଧ ବାହାରୁଛି, ଏପରି ପରିସ୍ଥିତିରେ ଖାଦ୍ୟ ଖାଇବା ପରେ ଆପଣ ଅଳେଇଚ ଖାଇବା ଆରମ୍ଭ କରନ୍ତୁ । କିମ୍ବା ସକାଳେ ଉଠି ଏକ କପ୍ ଅଳେଇଚ ଚା ’ପିଅନ୍ତୁ ବା ଫୁଟାଯାଇଥିବା ଅଳେଇଚ ପାଣି ପିଅନ୍ତୁ ।

ଥଣ୍ଡାରେ ଆରାମ ପ୍ରଦାନ କରେ

ଆୟୁର୍ବେଦରେ ଅଳେଇଚକୁ ଗରମ ପ୍ରଭାବ ବୋଲି ମନେ କରାଯାଇଛି । ଯାହା ଶରୀରକୁ ଭିତରୁ ଗରମ କରିଥାଏ । ଏହା ବଲଗମ୍ ଓ କଫ୍ ବାହାର କରି ଛାତିର ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଶ୍ୱାସକ୍ରିୟା ସମସ୍ୟାକୁ ହ୍ରାସ କରେ ଯେପରିକି ଅସ୍ଥାମା, ଥଣ୍ଡା ଇତ୍ୟାଦି ରୋଗରେ କମି ଆସିଥାଏ ।

ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୫ ହଜାର ନୂତନ ସଂକ୍ରମିତ ଚିହ୍ନଟ, ୧୦ ଲକ୍ଷ ପାର କଲା ସକ୍ରିୟ ମାମଲା

ଗଳା ଯନ୍ତ୍ରଣା ଦୂର ହେବ 

ଯଦି ଆପଣଙ୍କର ଗଳାରେ ସମସ୍ୟା କିମ୍ୱା ଯନ୍ତ୍ରଣା ହେଉଛି, ତେବେ ସକାଳେ ଉଠିବା ସମୟରେ ଓ ରାତିରେ ଶୋଇବ ସମୟରେ ଅଳେଇଚକୁ ଚୋବାଇ ଚୋବାଇ ଖାଆନ୍ତୁ ଓ ଗରମ ପାଣି ପିଅନ୍ତୁ । ଏଥିରୁ ଗଳା ଯନ୍ତ୍ରଣା ଜନିତ ସମସ୍ୟାରୁ ଆରାମ ମିଳିବ ।