Brown Rice: ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ବ୍ରାଉନ ରାଇସ୍‌, ପ୍ରତିଦିନ ଖାଆନ୍ତୁ ନିରୋଗୀ ରୁହନ୍ତୁ
Advertisement
Article Detail0/zeeodisha/odisha1365483

Brown Rice: ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ବ୍ରାଉନ ରାଇସ୍‌, ପ୍ରତିଦିନ ଖାଆନ୍ତୁ ନିରୋଗୀ ରୁହନ୍ତୁ

Brown Rice Benefits: ହ୍ୱାଇଟ୍ ରାଇସ୍ ପରିବର୍ତେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା କେବଳ ଓଜନ କମହୋଇନଥାଏ । ଏଥିରେ ଶରୀରକୁ ଅନେକ ଫାଇଦା ମଧ୍ୟ ମିଳିଥାଏ । 

ସୌ: ସୋସିଆଲ ମିଡିଆ

Brown Rice Benefits: ହ୍ୱାଇଟ୍ ରାଇସ୍ ପରିବର୍ତେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା କେବଳ ଓଜନ କମହୋଇନଥାଏ । ଏଥିରେ ଶରୀରକୁ ଅନେକ ଫାଇଦା ମଧ୍ୟ ମିଳିଥାଏ । ତେବେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ ଯେ ଏହି ବ୍ରାଉନ ରାଇସ କ’ଣ ? ଏବଂ ଏହାକୁ କିପରି ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ବ୍ରାଉନ ରାଇସ କ’ଣ ,ଏହାକୁ କିପରି ତିଆରି କରାଯାଇଥାଏ ଏବଂ ଏହା ଶରୀର ପାଇଁ କେତେ ଲାଭଦାୟକ ଅଟେ ।

ହ୍ୱାଇଟ୍ ରାଇସ୍ ଓ ବ୍ରାଉନ୍ ରାଇସ୍ ମଧ୍ୟରେ କଣ ରହିଛି ପାର୍ଥକ୍ୟ :

ପ୍ରୋସେସ କରିବା ସମୟରେ ବ୍ରାଉନ ରାଇସର ନଡାକୁ ଅପସାରଣ କରାଯାଏ ନାହିଁ । ଯେଉଁ କାରଣରୁ ଏଥିରେ ପୃଷ୍ଟିକର ଖାଦ୍ୟ ଶସ୍ୟ ଭରପୁର ହୋଇ ରହିଥାଏ । ମାତ୍ର ହ୍ୱାଇଟ୍ ରାଇସର ନଡାକୁ ପ୍ରୋସେସ କରିବା ସମୟରେ ବାହାର କରିଦିଆଯାଇଥାଏ । ଯାହା ଦ୍ୱାରା ଏହି ଚାଉଳରେ ପୋଷକ ତତ୍ତ୍ବର ମାତ୍ରା କମିଯାଇଥାଏ । ବର୍ତମାନ ସମୟରେ ଏହି ବ୍ରାଉନ୍ ରାଇସର ସ୍ୱାଦକୁ ଅନେକ ଲୋକ ସେବନ କରିବା ସହ ଏହାକୁ ପସନ୍ଦ କରିବାକୁ ଆରମ୍ଭ କଲେଣି ।

ବ୍ରାଉନ ରାଇସ ସେବନ ଦ୍ୱାରା କ’ଣ ଲାଭ ମିଳିଥାଏ ?

ମଧୁମେୟ / Diabetes :

ସାଧାରଣତଃ ଚାଉଳରେ ଶର୍କରାର ପରିମାଣ ଅଧିକ ରହିଥାଏ । ଯେଉଁ କାରଣରୁ ମଧୁମେୟ ରୋଗୀ ମାନେ ଏହି ଚାଉଳ ଠାରୁ ନିଜକୁ ଦୂରେଇ ରଖିଥାନ୍ତି । କିନ୍ତୁ ଏହି ବ୍ରାଉନ ରାଇସକୁ ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇନଥାଏ ।

କୋଲେଷ୍ଟ୍ରୋଲ / Cholesterol :

ବ୍ରାଉନ ରାଇସ ଖାଇବାର ସବୁଠାରୁ ବଡ ଲାଭ ହେଉଛି ଏହା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିଥାଏ ।

ହୃଦଘାତ / Heart Attack :

ହୃଦଘାତ କିମ୍ବା ଅନ୍ୟାନ୍ୟ ହୃଦରୋଗ ମୁଖ୍ୟତଃ ହୃଦୟର ଧମନୀରେ କୋଲେଷ୍ଟ୍ରଲ ଜମା ହେବା ଦ୍ୱାରା ହୋଇଥାଏ । ବ୍ରାଉନ ରାଇସକୁ ଖାଇବା ଦ୍ୱାରା ନିଜକୁ ହୃଦଘାତ ପରି ରୋଗ ଠାରୁ ଦୂରେଇ ରଖିହେବ ।

ହାଡ ମଜବୁତ / Bone Density :

ଏହି ବ୍ରାଉନ ରାଇସ ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ରେ ଭରପୂର ହୋଇରହିଥାଏ , ଯାହା ହାଡକୁ ମଜବୁତ କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ । ତେଣୁ ହ୍ୱାଇଟ୍ ରାଇସ୍ ଅପେକ୍ଷା ବ୍ରାଉନ୍ ରାଇସ୍ ଶରୀର ପାଇଁ ଫାଇଦା ଦେଇଥାଏ।

ଓଜନ କମ / Weight Loss :

ଓଜନ କମ କରିବାକୁ ଚାହୁଁଛନ୍ତି ମାତ୍ର ଚାଉଳ ଠାରୁ ଦୂରେଇ ରହି ପାରୁନାହାନ୍ତି , ତେବେ ଏହି ସମୟରେ ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା ଓଜନ କମ ହୋଇଥାଏ ।

ଏହା ବି ପଢ଼ନ୍ତୁ: Human Eye: ଆପଣ କେବେ ଭାବିଛନ୍ତି କି? ମଣିଷ ଆଖି କେତେ ମେଗାପିକ୍ସେଲ

ଏହା ବି ପଢ଼ନ୍ତୁ: Health Tips: ତକିଆ ତଳେ ମୋବାଇଲ୍ ରଖି ଶୋଉଛନ୍ତି କି? ହୋଇଯାଆନ୍ତୁ ସାବଧାନ