ଚାଣକ୍ୟ ନୀତି ଅନୁସାରେ ଏପରି ଲୋକଙ୍କ ସହ ମିତ୍ରତା ଆପଣଙ୍କୁ କେବେବି ମିଳିବନି ସୁଖ
Advertisement
Article Detail0/zeeodisha/odisha1184768

ଚାଣକ୍ୟ ନୀତି ଅନୁସାରେ ଏପରି ଲୋକଙ୍କ ସହ ମିତ୍ରତା ଆପଣଙ୍କୁ କେବେବି ମିଳିବନି ସୁଖ

ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର (Arthashastra) ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାଗୁଡିକ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ (Kautilya) ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ (Chanakya) ନାମରେ ମଧ୍ୟ ପ୍ରସିଦ୍ଧ । କେତେକ

ଚାଣକ୍ୟ ନୀତି ଅନୁସାରେ ଏପରି ଲୋକଙ୍କ ସହ ମିତ୍ରତା ଆପଣଙ୍କୁ କେବେବି ମିଳିବନି ସୁଖ

ନୂଆଦିଲ୍ଲୀ: ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର (Arthashastra) ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାଗୁଡିକ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ (Kautilya) ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ (Chanakya) ନାମରେ ମଧ୍ୟ ପ୍ରସିଦ୍ଧ । କେତେକଙ୍କ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଓ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । ଚାଣକ୍ୟଙ୍କ ନୀତି ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବହୁ ମହତ୍ୱ ରଖିଥାଏ । ସଠିକ ବାଟରେ ଚାଲିବାକୁ ସାହାଯ୍ୟ କରିଥାଏ । 

ଯଦି ଆପଣ ଚାଣକ୍ୟ ନୀତି ପାଳନ କରୁଛନ୍ତି, ତେବେ ଆପଣ ଜୀବନରେ ବଡ଼ ବଡ଼ ସମସ୍ୟାରୁ ସହଜରେ ମୁକୁଳି ପାରିବେ । ଆଚାର୍ଯ୍ୟ ଚାଣକ୍ୟ ରାଜ୍ୟନୀତି ଏବଂ ଅର୍ଥନୀତିର ଜ୍ଞାତା ଅଟନ୍ତି । ଚାଣକ୍ୟକଙ୍କ ନୀତି ଦୀର୍ଘ ଦିନରୁ ସାହସ ଏବଂ ସମାଧନାର ପ୍ରତୀକ ବୁଝା ଯାଇଥାଏ । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଏପରି ନୀତି ବିଷୟରେ କହୁଛୁ, ଯାହା ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବହୁତ ଅବଶ୍ୟକ ଅଟେ ।

ଚାଣକ୍ୟଙ୍କ ନୀତି ଅନୁସାରେ କେବେ ବି ସେହି ଲୋକଙ୍କ ସହ ମିତ୍ରତା କରିବା ଉଚିତ୍ ନୁହେଁ, ଯିଏ ଆଣଙ୍କଠାରୁ କମ୍ ବା ବେଶୀ ପ୍ରତିଷ୍ଠିତ ଅଟନ୍ତି । ଏପରି ଲୋକଙ୍କ ସହ ମିତ୍ରତା କେବେ ବି ଶୁଖ ଦିଏନାହିଁ  । ଏପରି ଲୋକଙ୍କ ସହ ରହି ଆପଣଙ୍କୁ ଅପମାନ ସହିବାକୁ ପଡ଼ିଥାଏ ।

ଚାଣକ୍ୟ ମଣିଷକୁ ସମାଜରେ ଭଲରେ ବଞ୍ଚିବା ପାଇଁ ଅନେକ ବାଣୀ କହିଛନ୍ତି । ଯଦି କୌଣସି ମଣିଷ ତାଙ୍କ ନୀତିକୁ ଅନୁସରଣ କରେ ତେବେ ତା ଜୀବନ ଅତି ଉତ୍ତମ ହେବାକୁ ଡେରି ହେବ ନାହିଁ । ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେପରି କି ସମାଜର ବଞ୍ଚିବା ପାଇଁ କିପରି ଲୋକଙ୍କ ଠାରୁ ଦୂରେଇ ରହିବ । ଜୀବନରେ ସଫଳତା ପାଇବାକୁ ହେଲେ ଭଲ ମିତ୍ରର ଆବଶ୍ୟକ ଅଛି । ଯଦି ଅଧିକ ସଫଳତା ପାଇଁ ଉଦ୍ୟମ କରୁଛି, ତେବେ ଏକ ଉତ୍ତମ ଶତ୍ରୁର ଆବଶ୍ୟକତା ଅଛି ।  ଜୀବନରେ ଉନ୍ନତି ନିମନ୍ତେ ଭଲ ବନ୍ଧୁଟିଏ ଆବଶ୍ୟକ ଯିଏକି ସବୁ ପରିସ୍ଥିତିରେ ସାହସ ବଢ଼ାଉଥିବ । ସଠିକ୍ ମାର୍ଗ ଦେଖାଉଥିବା । ଗୋଟେ ଭଲ ସାଙ୍ଗ ସବୁବେଳେ ଭଲ ପ୍ରେରଣା ଦେଇଥାଏ । ଯଦି ଆପଣ ଅଧିକ ସଫଳତା ଚାହାଁନ୍ତି ତେବେ ଭଲ ଶତ୍ରୁଟିର ଆବଶ୍ୟକତା ଅଛି କାରଣ ଗୋଟେ ଭଲ ଶତ୍ରୁ ହିଁ ଭଲ ଭାବରେ ଶତ୍ରୁତା କରିଥାଏ ଯାହାଦ୍ୱାରା ଆପଣଙ୍କୁ ଅଧିକା ସଫଳତା ପାଇବା ପାଇଁ ଆଗ୍ରହ ବଢ଼ିବ ଓ ଜିଦି ମଧ୍ୟ ରହିବ ।

ଏହା ବି ପଢ଼ନ୍ତୁ:-ମାଣିକ ସାହା କିଏ? ଯିଏ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ଦକ୍ଷିଣ କୋରିଆ ନେଲା ଏହି ପଦକ୍ଷେପ ତ ଚୀନର ବଢ଼ିଲା ଟେନସନ୍; ଏସିଆରେ ଦେଖାଦେବ ୟୁକ୍ରେନ ପରି ପରିସ୍ଥିତି!

ଏହା ବି ପଢ଼ନ୍ତୁ:-ଆଉ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହଟାଇଲା ବିଜେପି

ଚାଣକ୍ୟକଙ୍କ ନୀତି ଅନୁସାରେ ଶତ୍ରୁ ସବୁଠୁ ବଡ଼ ଅସ୍ତ୍ର ହୋଇଥାଏ ।  ଆପଣଙ୍କ ଶତ୍ରୁ ସବୁବେଳେ ଆପଣଙ୍କୁ ଉସୁକାଇବା ଭଳି କାମ କରିଥାଏ । ଯାହାଦ୍ୱାରା ଆପଣଙ୍କୁ କ୍ରୋଧ ଆସିବ । କ୍ରୋଧ ଯୋଗୁଁ ବ୍ୟକ୍ତିର ଶକ୍ତି ଏବଂ ବିବେକର ଅଧୋଗତି ହୋଇଥାଏ । ଯାହାର ଫାଇଦା ଶତ୍ରୁ ଉଠାଇଥାଏ । ଶତ୍ରୁ ଉସୁକାଇବା ଦ୍ୱାରା କେବେ ବି କ୍ରୋଧ କରନ୍ତୁ ନାହିଁ ।

ଚାଣକ୍ୟଙ୍କ ନୀତି ଅନୁସାରେ ଶତ୍ରୁକୁ କେବେ କ୍ଷମା କରିବା ଉଚିତ୍ ନୁହେଁ । କ୍ଷମା କରିବା ଦ୍ୱାରା ଶତ୍ରୁର ମନୋବଳ ବଢ଼ିଯାଇଥାଏ ।  ଶତ୍ରୁକୁ ହରାଇବା ପାଇଁ କେବେ ବି ପ୍ରଥମେ ଆକ୍ରମଣ କରିବା ଉଚିତ୍ ନୁହେଁ । ଶତ୍ରୁକୁ ପରାଜିତ କରିବାକୁ ତା ବିଷୟରେ ସୂଚନା ହାସଲ କରନ୍ତୁ  ଓ ତାଙ୍କୁ ନିଜର କୂଟନୈତିକ ଜାଲରେ ଫସାନ୍ତୁ । ଚାଣକ୍ୟ ନୀତି ଅନୁସାରେ ସମାଜରେ ଗରୀବ ବ୍ୟକ୍ତିକୁ କେହି କେବେହେଲେ ସହଜରେ ଧନର ସାହାଯ୍ୟ କରନ୍ତି ନାହିଁ । ସେଥିପାଇଁ ସବୁବେଳେ ଧନ କ୍ଷୟ ବିଷୟରେ କାହାକୁ କୁହନ୍ତୁ ନାହିଁ ।