cardiology exercise: ଅଧ୍ୟୟନରୁ ଖୁଲାସା : ପାହାଚ ଚଢ଼ିବା ଦ୍ଵାରା କମିଥାଏ ହୃଦଘାତର ଆଶଙ୍କା
Advertisement
Article Detail0/zeeodisha/odisha2362203

cardiology exercise: ଅଧ୍ୟୟନରୁ ଖୁଲାସା : ପାହାଚ ଚଢ଼ିବା ଦ୍ଵାରା କମିଥାଏ ହୃଦଘାତର ଆଶଙ୍କା

benefiting those at higher risk of cardiovascular disease : ବର୍ତ୍ତମାନ ସମୟରେ ପିଲାଠୁ ବୃଦ୍ଧ ସମସ୍ତଙ୍କୁ କ୍ଷେତ୍ରରେ ହୃଦଘାତ ସମସ୍ୟା ଦେଖାଯାଉଛି। ଅଧ୍ୟୟନ ଅନୁଯାୟୀ ସିଡ଼ି ଚଢୁଥିବା ଲୋକଙ୍କ ହୃଦଘାତର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ ୨୦ ପ୍ରତିଶତ କମ୍ ଥାଏ।

Health tips

Climbing 50 Steps a Day Can Cut Your Risk of Heart Disease by 20% : ବର୍ତ୍ତମାନ ସମୟରେ ପିଲାଠୁ ବୃଦ୍ଧ ସମସ୍ତଙ୍କୁ କ୍ଷେତ୍ରରେ ହୃଦଘାତ ସମସ୍ୟା ଦେଖାଯାଉଛି। ପୂର୍ବରୁ ବୃଦ୍ଧାବସ୍ଥାରେ କ୍ୱଚିତ ଦେଖା ଯାଉଥିବା ଏହି ରୋଗ ଏବେ କିଶୋରଠୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତଙ୍କୁ ଗ୍ରାସ କରୁଛି । ତେବେ,ଗତ କିଛି ବର୍ଷ ମଧ୍ୟରେ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । 

ହୃଦଘାତ କାରଣରୁ ଅନେକ ଲୋକ ମୃତ୍ୟୁ ମୁଖରେ ପଡିଥାନ୍ତି । ତେଣୁ ସୁସ୍ଥ ରହିବା ପାଇଁ ଶାରୀରିକ ଭାବରେ ଆକ୍ଟିଭ ରହିବା ନିହାତି ଆବଶ୍ୟକ। ଏଥିରେ କେବଳ ବ୍ୟାୟାମ ଏବଂ ଯୋଗ ଅନ୍ତର୍ଭୁକ୍ତ ନୁହେଁ ବରଂ ଛୋଟ ଦୈନନ୍ଦିନ ଅଭ୍ୟାସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଅଭ୍ୟାସ ମଧ୍ୟରୁ ଗୋଟିଏ ହେଉଛି ପାହାଚ ଚଢ଼ିବା।ପାହାଚ ଚଢ଼ିବା କେବଳ ଆପଣଙ୍କ ମାଂସପେଶୀକୁ ମଜବୁତ କରେ ନାହିଁ ବରଂ ହୃଦଘାତ ଜନିତ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।

ସିଡ଼ି ଚଢୁଥିବା ଲୋକଙ୍କ ହୃଦଘାତର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ ୨୦ ପ୍ରତିଶତ କମ୍ ଥାଏ। ଷ୍ଟୁଲାନା ବିଶ୍ଵବିଦ୍ୟାଳୟର ଏକ ଅଧ୍ୟୟନ ଅନୁଯାୟୀ ଯଦି ଆପଣ ଜିମ୍ ଯିବାକୁ କିମ୍ବା ଅଧିକ ସମୟ ଚାଲିବାକୁ ସମୟ ପାଇପାରୁ ନାହାଁନ୍ତି,ତେବେ ପ୍ରତ୍ୟେକ ଦିନ ୫୦ ଟି ପାହାଚ ଚଢ଼ି ସେଥିରୁ ମୁକ୍ତି ପାଇ ପାରିବେ।

ଜାଣନ୍ତୁ ପାହାଚ ଚଢିଲେ ହୃଦୟକୁ କିପରି ଲାଭ ଦିଏ? 

ଅଧ୍ୟୟନରୁ ଜଣାପଡ଼ିଛି ଯେ ପାହାଚ ଚଢ଼ିବା ସମୟରେ ଶରୀରରେ ଉଚ୍ଚ ସାନ୍ଦ୍ରତା ଲିପୋପ୍ରୋଟେନ୍ (HDL) ର ସ୍ତର ବଢ଼ିଥାଏ, ଯାହାକୁ ଭଲ କୋଲେଷ୍ଟ୍ରଲ କୁହାଯାଏ। ଅନ୍ୟପକ୍ଷରେ,ଖରାପ କୋଲେଷ୍ଟ୍ରଲ ନାମକ ନିମ୍ନ ସାନ୍ଦ୍ରତା ଲିପୋପ୍ରୋଟେନ୍ (LDL) ର ସ୍ତର କମିଯାଏ। ଯେଉଁ କାରଣରୁ ହୃଦୟରେ କୌଣସି ବ୍ଲକେଜ୍ ହୁଏନାହିଁ ଏବଂ ହୃଦଘାତର ସମ୍ଭାବନା ବହୁତ କମିଯାଏ। ହୃଦଘାତ ସହିତ ମେଦବହୁଳତା ମଧ୍ୟ ଦୂର ହୁଏ- 

ନିୟମିତ ସିଡି ଚଢ଼ିଲେ ଏହା ଆପଣଙ୍କ ଗଣ୍ଠିକୁ ମଜବୁତ କରିବ ଏବଂ ଆପଣଙ୍କ ହାଡକୁ ମଧ୍ୟ ଦୃଢ଼ କରିବ। ବିଶେଷଜ୍ଞମାନେ କହିଛନ୍ତି ଯେ କେବଳ ପାହାଚ ଚଢ଼ିବା ଯଥେଷ୍ଟ ହେବ ନାହିଁ। ହୃଦୟକୁ ସୁସ୍ଥ ରଖିବା ପାଇଁ ଏକ ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ନିଦ ଏବଂ ଚାପମୁକ୍ତ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଧୂମପାନ ଏବଂ ମଦ୍ୟପାନକୁ ସମ୍ପୂର୍ଣ୍ଣରୂପେ ଏଡାଇବା ଉଚିତ୍।

 ଏକ ନୂଆ ଅଧ୍ୟୟନ ଅନୁଯାୟୀ ପ୍ରତିଦିନ ୫୦ଟି ପାହାଚ ଚଢ଼ିବା ଦ୍ୱାରା ହୃଦରୋଗ, ଷ୍ଟ୍ରୋକ, ରକ୍ତ ଜମାଟ ବାନ୍ଧିବା ଏବଂ ହୃଦଘାତ ଭଳି ରୋଗ ହେବାର ଆଶଙ୍କା ୨୦% କମିପାରେ।

Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।