Coughing At Night: ରାତିରେ ଶୋଇବା ମାତ୍ରେ ହେଉଛି କି କାଶ? ଏହି ଗମ୍ଭୀର ରୋଗର ଶୀକାର ଆପଣ
Advertisement
Article Detail0/zeeodisha/odisha2390593

Coughing At Night: ରାତିରେ ଶୋଇବା ମାତ୍ରେ ହେଉଛି କି କାଶ? ଏହି ଗମ୍ଭୀର ରୋଗର ଶୀକାର ଆପଣ

Coughing At Night: ସାଧାରଣତଃ ରାତିରେ ହେଉଥିବା କାଶ ରାତିରେ ହେଉଥିବା କାଶ ତୁଳନାରେ ଅଧିକ କଷ୍ଟଦାୟକ ଓ ଯନ୍ତ୍ରଣାଦାୟକ ହୋଇଥାଏ। ଏହି କାରଣରୁ ନିଶ୍ୱାସ ନେବାରେ ଅସୁବିଧା, ଛାତିରେ ଯନ୍ତ୍ରଣା ଓ ଶରୀର ବିନ୍ଧା ପରି ସମସ୍ୟା ବଢିଥାଏ । 

 

Coughing At Night: ରାତିରେ ଶୋଇବା ମାତ୍ରେ ହେଉଛି କି କାଶ? ଏହି ଗମ୍ଭୀର ରୋଗର ଶୀକାର ଆପଣ

Coughing At Night: ସାଧାରଣତଃ ଲୋକେ କାଶ ସମସ୍ୟାକୁ ଅତି ହାଲୁକା ଭାବେ ନେଇଥାନ୍ତି। କିନ୍ତୁ ଯଦି ଲଗାତାର ଅନେକ ସପ୍ତାହ ଧରି କାଶ ଲାଗିରହେ, ତେବେ ଏହାକୁ ଭୁଲରେ ବି ଅଣଦେଖା କରିବା ଉଚିତ ନୁହେଁ। ବିଶେଷ କରି ରାତିରେ ବିଛଣାରେ ଶୋଇବା ମାତ୍ରେ (Coughfing At Night) ଏହି ସମସ୍ୟା ଆରମ୍ଭ ହୋଇଥାଏ। ସାଧାରଣତଃ ରାତିରେ ହେଉଥିବା କାଶ ରାତିରେ ହେଉଥିବା କାଶ ତୁଳନାରେ ଅଧିକ କଷ୍ଟଦାୟକ ଓ ଯନ୍ତ୍ରଣାଦାୟକ ହୋଇଥାଏ। ଏହି କାରଣରୁ ନିଶ୍ୱାସ ନେବାରେ ଅସୁବିଧା, ଛାତିରେ ଯନ୍ତ୍ରଣା ଓ ଶରୀର ବିନ୍ଧା ପରି ସମସ୍ୟା ବଢିଥାଏ । 

ଆସ୍ଥମା ରୋଗ
ଆସ୍ଥମା ଶ୍ୱାସନଳୀରେ ପ୍ରଦାହ ସୃଷ୍ଟି କରିଥାଏ, ଯାହା ନିଶ୍ୱାସ ନେବାରେ ଅସୁବିଧା ସହିତ ବାନ୍ତି ଏବଂ କାଶ ସମସ୍ୟାକୁ ବଢାଇଥାଏ । ଆଜମା ରୋଗରେ କାଶ ରାତିରେ ଓ ସକାଳେ ହୁଏ । କାଶ ସହିତ ଏହି ଅବସ୍ଥା ନିଶ୍ୱାସ ନେବାରେ ଅସୁବିଧା ଏବଂ କଠିନତା ସୃଷ୍ଟି କରିପାରେ।

ନିମୋନିଆ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ନିମୋନିଆ ହେଲେ ମଧ୍ୟ ଅନେକ ସମୟରେ ରାତିରେ ଶୋଇବା ସମୟରେ କାଶ ହୋଇପାରେ, ଏଭଳି ପରିସ୍ଥିତିରେ ଜ୍ୱର, ଥଣ୍ଡା, ନିଶ୍ୱାସ ନେବାରେ ଅସୁବିଧା ଓ ଛାତିରେ ଯନ୍ତ୍ରଣା ହୋଇପାରେ । କହିରଖୁଛୁ ଯେ ନିମୋନିଆ ଏକ ବ୍ୟାକ୍ଟେରିଆ ସଂକ୍ରମଣ ଯାହା ଧୀରେ ଧୀରେ ଶରୀରରେ ବଢିପାରେ ।

ଗ୍ୟାଷ୍ଟ୍ରୋଇସୋଫେଜିଆଲ ରିଫ୍ଲେକ୍ସ ରୋଗ
ପେଟରେ ଥିବା ଏସିଡ୍ ଆପଣଙ୍କ ଖାଦ୍ୟନଳୀକୁ ଫେରି ଆସିଲେ ଏହି ସମସ୍ୟା ଦେଖାଦେଇଥାଏ। ଏଭଳି ସ୍ଥିତିରେ ଯଦି ଆପଣ କେବଳ ରାତିରେ କାଶୁଛନ୍ତି ତେବେ ଏଥିପାଇଁ ଏସିଡ୍ ରିଫ୍ଲେକ୍ସ ଦାୟୀ ହୋଇପାରେ। ବାସ୍ତବରେ ଆମେ ରାତିରେ ଶୋଇବା ସମୟରେ ପେଟରେ ଏସିଡ୍ ସଞ୍ଚାଳନ ହୋଇ ଗଳାର ଶିରାରେ କାଶ ସୃଷ୍ଟି କରିଥାଏ। ଏହା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ହୋଇପାରେ ।

ପୋଷ୍ଟ ନାଜାଲ୍ ଡ୍ରିପ୍ ର କାରଣ 
ଉପର ଏୟାରୱେ କଫ ସିଣ୍ଡ୍ରୋମ, ଯାହାକୁ ପୋଷ୍ଟ-ନାଜାଲ ଡ୍ରିପ୍ ମଧ୍ୟ କୁହାଯାଏ, କ୍ରନିକ କାଶର ଅନ୍ୟତମ ସାଧାରଣ କାରଣ ଏବଂ ଗଳାରେ ଅଟକି ରହିଥିବା ଶ୍ଲେଷ୍ମା ଝରୁଥିବାରୁ ହୋଇପାରେ । ବାସ୍ତବରେ ଏହା ଗଳାକୁ ସଲସଲ କରିବା ଦ୍ୱାରା କାଶ ସୃଷ୍ଟି କରିଥାଏ। କାଶ ବ୍ୟତୀତ ଆଖି ବହୁ ମାତ୍ରାରେ କୁଣ୍ଡେଇ ହେବା, ଛିଙ୍କିବା ଏବଂ ସଂକୁଚିତ ହେବା ପୋଷ୍ଟନାଜାଲ ଡ୍ରିପ୍ ର ଲକ୍ଷଣ ହୋଇପାରେ ।

ରାତିରେ କାଶ ହେଲେ କ'ଣ କରିବେ?
ଯଦି ଆପଣଙ୍କୁ ରାତିରେ କାଶ ସମସ୍ୟା ହେଉଛି ତେବେ ଏହି ପରିସ୍ଥିତିରେ ଆପଣ ମହୁ ଏବଂ ଅଦା ରସ ପିଇବା ବ୍ୟତୀତ ଗରମ ପାଣି, କଫ ସିରପ ପିଇବା, ଖୋଲା ପବନରେ ଚାଲିବା, ନେବୁଲାଇଜର ନେବା, ଷ୍ଟିମ ନେବା ଏବଂ ଲବଙ୍ଗ ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

Also Read: Gold Price Today: ସୁନାଦରରେ ବୃହତ ହ୍ରାସ, ୫୪ ହଜାର ତଳେ ଭରିପିଛା ମୂଲ୍ୟ

Also Read: Rakhi Purnima: ଆଜିର ଏହି ସମୟରେ ଭାଇଙ୍କୁ ବାନ୍ଧନ୍ତୁ ରାକ୍ଷୀ, ଧନଧାନ୍ୟରେ ଭରିଯିବ ଜୀବନ!