ପାକିସ୍ତାନରେ ଗୃହଯୁଦ୍ଧର ପଦଧ୍ୱନୀ'; ଆନ୍ଦୋଳନକୁ ନେଇ ମୁହାଁମୁହିଁ କଟ୍ଟରପନ୍ଥୀ-ସରକାର
Advertisement
Article Detail0/zeeodisha/odisha1017540

ପାକିସ୍ତାନରେ ଗୃହଯୁଦ୍ଧର ପଦଧ୍ୱନୀ'; ଆନ୍ଦୋଳନକୁ ନେଇ ମୁହାଁମୁହିଁ କଟ୍ଟରପନ୍ଥୀ-ସରକାର

ମୌଳବାଦୀଙ୍କ ଦ୍ୱାରା କରାଯାଉଥିବା ଆନ୍ଦୋଳନକୁ ନେଇ ଥରହର ହୋଇଉଠିଛନ୍ତି ପାକିସ୍ତାନ ସରକାର। 

ପାକିସ୍ତାନରେ ଗୃହଯୁଦ୍ଧର ପଦଧ୍ୱନୀ'; ଆନ୍ଦୋଳନକୁ ନେଇ ମୁହାଁମୁହିଁ କଟ୍ଟରପନ୍ଥୀ-ସରକାର

ଇସାଲାମାବାଦ: ଦେଶରେ ମୌଳବାଦୀଙ୍କ ଦ୍ୱାରା କରାଯାଉଥିବା ଆନ୍ଦୋଳନକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ପାକିସ୍ତାନ ସରକାର। ନିଷିଦ୍ଧ କଟ୍ଟରପନ୍ଥୀ ଇସଲାମୀୟ ଦଳର ହଜାର ହଜାର ସମର୍ଥକ ଗୁରୁବାର ଦିନ ଇସଲାମାବାଦ ଅଭିମୁଖେ ଯାତ୍ରା କରିଛନ୍ତି। ଦଳୀୟ ମୁଖ୍ୟ ସାଦ୍ ରିଜଭିଙ୍କୁ ମୁକ୍ତ କରିବା ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଦେଶରେ ବହିଷ୍କାର କରିବା ଦାବିରେ ଆନ୍ଦୋଳନକାରୀ ଦେଶର ରାଜଧାନୀରେ ପହଞ୍ଚିଛନ୍ତି। ଯାହାର ଫଳସ୍ୱରପ ଆନ୍ଦୋଳନକାରୀଙ୍କ ଦାବି ପୂରଣ କରିବାକୁ ନେଇ ପ୍ରଧାନମନ୍ତ୍ରୀ ଇମରାନ ଖାନ ନେତୃତ୍ୱାଧିନ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି।

ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଦେଶରୁ ବହିଷ୍କାର କରିବା ପାଇଁଆନ୍ଦୋଳନକାରୀଙ୍କ ପକ୍ଷରୁ କରାଯାଉଥିବା ଦାବିକୁ ପୂରଣ କରାଯାଇ ପାରିବ ନାହିଁ ବୋଲି କହି ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ଏହା ପରେ ଦେଶର ସରକାରଙ୍କ ଉପରେ ତାତି ଉଠିଛନ୍ତି  ଦେଶର  ମୌଳବାଦୀ। ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ତେହେରିକ ଇ ଲେବାକ ପାକିସ୍ତାନ-ଟିଏଲପି (Tehreek-e-Labbaik Pakistan-TLP) ସଙ୍ଗଠନ ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ଏକ ରାଲି ଲାହୋର ଠାରୁ ୮୦ କିମି ଦୂରରେ ଅବସ୍ଥିତ ଗୁଜରାଁୱାଲା ଟାରେ ପହଞ୍ଚିସାରିଛି। ଏଠାରୁ ୨୨୦ କିମି ଦୂରରେ ଦେଶର ରାଜଧାନୀ ଇସଲାମାବାଦ ସହର। ସୁରକ୍ଷା ଦୃଷ୍ଟିରୁ ଏହା ଆଖପାଖ ଅଞ୍ଚଳରେ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି।

Also Read: ବର୍ଷକ ମଧ୍ୟରେ ବନ୍ଦ ହୋଇଗଲା ୩୦ ମସଜିଦ; କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଏନେଇ ପଞ୍ଜାବ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ସୁରକ୍ଷା ଦୃଷ୍ଟିରୁ ଏହି ମାର୍ଗରେ ଦେଶର ପୋଲିସ ବାହିନୀ ଏବଂ ପାକିସ୍ତାନୀ ରେଞ୍ଜର୍ସ ନିୟୋଜିତ ହୋଇଛନ୍ତି। ହେଲେ ଗତ ବୁଧବାର କିଛି ସରକାରୀ କର୍ମଚାରୀ ଟିଏଲପି ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦ୍ୱାରା କରାଯାଇଥିବା ବିଶାଳ ସମାବେଶ ହେତୁ ରାୱଲପିଣ୍ଡି ଏବଂ ଇସଲାମାବାଦର ଲାହୋର ସହ ଲିଙ୍କ ମଧ୍ୟ ଜିଟି ରୋଡ ଠାରୁ ବିଚ୍ଛିନ୍ନ ହୋଇଛି। ବୁଧବାର ରକ୍ତାକ୍ତ ସଂଘର୍ଷ ପରେ ସରକାର ସାମୟିକ ଭାବେ ରଣନୀତି ବଦଳାଇଛନ୍ତି ବୋଲି  ଜଣେ ଅଧିକାରୀ କହିଛନ୍ତି। ଏହି ହିଂସାରେ ୪ ପୋଲିସ କର୍ମଚାରୀ ଏବଂ ଅନେକ ଟିଏଲପି ସଦସ୍ୟ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ପ୍ରାୟ ୪ ଶହ ଲୋକ ଲୋକ ଏହା ଦ୍ୱାରା ଆହତ ହୋଇଛନ୍ତି।

fallback

ଗତ ବର୍ଷ ଫ୍ରାନ୍ସ ଠାରେ ଇସଲାମ ପ୍ରତିଷ୍ଠାତା ପୈଗମ୍ବର ମହମ୍ମଦଙ୍କ ଉପରେ ଏକ କାର୍ଟୁନ୍ ପ୍ରକାଶିତ ହେବା ପରେ ଟିଏଲପି ସମର୍ଥକ ଗତ ଏପ୍ରିଲ ମାସରେ ବିକ୍ଷୋଭ ପ୍ରଦର୍ଶନ କରି ଫ୍ରାନ୍ସର ରାଷ୍ଟ୍ରଦୂତଙ୍କୁ ଦେଶର ବହିଷ୍କାର ଏବଂ ଫ୍ରାନ୍ସ ନିର୍ମିତ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। ଏହି ଆନ୍ଦୋଳନ ପାଇଁ ଟିଏଲପି ସଙ୍ଗଠନର ପ୍ରତିଷ୍ଠାତା ସ୍ୱର୍ଗତ ମୌଲନା ଖାଦିନ ହୁସେନ ରିଜଭିଙ୍କ (Khadim Hussain Rizvi) ପୁଅ ସାଦ୍ ରିଜଭିଙ୍କୁ (Saad Rizvi) ଗିରଫ କରାଯାଇଥିଲା। ସେବେଠାରୁ ଦେଶର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକାରୀଙ୍କ ଅସନ୍ତୋଷ ବଢିବାରେ ଲାଗିଥିଲା। 

Also Read: ମୌଲନା ଆନ୍ଦୋଳନକୁ ନେଇ ଅସ୍ତବ୍ୟସ୍ତ ପାକିସ୍ତାନ

ସାଦ ହୁସେନ୍ ରିଜଭିଙ୍କ ମୁକ୍ତି ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଦେଶରୁ ବହିଷ୍କାର କରିବାକୁ ଦାବି କରି ଟିଏଲପି ସମର୍ଥକ ନିରନ୍ତର ଆନ୍ଦୋଳନ ଜାରି ରଖିଛନ୍ତି। କୌତୁହଳର ବିଷୟ ହେଉଛି ଗତ ୨ ବର୍ଷ ଧରି ପାକିସ୍ତାନ ଠାରେ କୌଣସି ଫରାସୀ ରାଷ୍ଟ୍ରଦୂତ କାର୍ଯ୍ୟ କରୁନାହାଁନ୍ତି। ଏହା ସତ୍ତ୍ୱେ ଏହି ପାକିସ୍ତାନୀ ଇସଲାମୀୟ କାର୍ଯ୍ୟକର୍ତ୍ତା ଫ୍ରାନ୍ସର ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବାକୁ ଚାହୁଁଛନ୍ତି। ଏହି ଦାବି ପୂରଣ ପାଇଁ ଗତ ୩ ଦିନ ଧରି  ଗ୍ରାଣ୍ଡ ଟ୍ରଙ୍କ ରୋଡସ୍ଥିତ ମୁରୀଦିକେ-ଗୁଜରାଁୱାଲା ମାର୍ଗରେ ୧୦ ହଜାରରୁ ଅଧିକ ଟିଏଲପି ସମର୍ଥକ ଡେରା ପଡାଇଛନ୍ତି।

fallback

Also Read: କଟ୍ଟରପନ୍ଥୀଙ୍କ ଆଗରେ ହାତେ ଟେକିଦେଲ ଇମରାନ ସରକାର, ଫ୍ରାନ୍ସ ବିରୁଦ୍ଧରେ ନେଲେ ଏହି ପଦକ୍ଷେପ

ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଦେଶରୁ ବହିଷ୍କାର ପାଇଁ ଟିଏଲପି ସଙ୍ଗଠନ ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ଦାବିକୁ ପୂରଣ କରିବା ପାରିବ ସମ୍ଭବପର ନୁହେଁ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ (Pakistan PM Imran Khan)। ଏହା ପରେ ଗତ ବୁଧବାର ଦିନ ଶତାଧିକ ବିକ୍ଷୋଭକାରୀ ରାଜଧାନୀ ଇସଲାମାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେତେବେଳେ ଟିଏଲପି ସମର୍ଥକ ସାଧୋକ ଠାରେ ପହଞ୍ଚିଥିଲେ ସେତେବେଳେ ପୋଲିସ ସେମାନଙ୍କୁ ବଳପୂର୍ବକ ଅଟକାଇଥିଲା। ଯାହା ଫଳରେ ଏହି ସ୍ଥାନ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଗୁଳି ଚଳାଇଥିଲା। ଏହି ସଂଘର୍ଷରେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଟିଏଲପି ସମର୍ଥକ ଆହତ ହୋଇଛନ୍ତି।