Dates side effects: ଲାଭ ସହ ଶରୀରରେ ଏହିସବୁ ବଡ଼ କ୍ଷତି କରିଥାଏ ଖଜୁରୀ! ଖରା ଦିନେ ଖାଉଥିଲେ ହୋଇଯାଆନ୍ତୁ ସାବଧାନ
Advertisement

Dates side effects: ଲାଭ ସହ ଶରୀରରେ ଏହିସବୁ ବଡ଼ କ୍ଷତି କରିଥାଏ ଖଜୁରୀ! ଖରା ଦିନେ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

Dates side effects: ଖଜୁରୀ ପୋଷଣରେ ଭରପୂର ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଆଇରନ, ମିନେରାଲ୍ସ, କ୍ୟାଲସିୟମ୍ (Calcium), ଆମିନୋ ଏସିଡ୍, ଫସଫରସ୍ ଓ ଭିଟାମିନ୍ ବହୁ ପରିମାଣରେ ମହଜୁଦ ରହିଥାଏ ।

ସୌ(ସୋସିଆଲ ମିଡିଆ)

Dates side effects: ଖଜୁରୀ (Dates) ଖାଇବାକୁ ସବୁ ବୟସ ବର୍ଗର ଲୋକେ ବେଶ ପସନ୍ଦ କରିଥାଆନ୍ତି । ପାରସ୍ୟ ଉପସାଗରର ଚତୁର୍ଦିଗ ଅଞ୍ଚଳରେ ଏହା ଉତ୍ପତ୍ତି । ଖଜୁରୀ ଏକ ଉପାଦେୟ ଫଳ ଅଟେ । ଏଥିରେ ଶର୍କରା, ଲୌହ, ପଟାସିୟମ, କ୍ୟାଲସିୟମ ଓ ନିକୋଟିନ ଏସିଡ ଯଥେଷ୍ଟ ପରିମାଣରେ ମହଜୁଦ ରହିଥାଏ । ଖଜୁରୀ ଚାଷ ହେବା ପାଇଁ ଅତିଶୟ ଉଷ୍ମ ଜଳବାୟୁ ଦରକାର କରେ । ଆମ ଦେଶର ଜଳବାୟୁ ଉଷ୍ମ ହୋଇଥିଲେ ମଧ୍ୟ ବିଶେଷ ଆଦ୍ର ହୋଇଥିବାରୁ ଖଜୁରୀ କୋଳି ଏଠାରେ ଭଲ ହୁଏନି । ଆମର ଯେଉଁ ଖଜୁରୀ କିସମ ଅଛି ତାହା ନିମ୍ନ ସ୍ତରର ଅଟେ ତାହାକୁ ଫୋନିକ୍ସ ସିଲଭେଷ୍ଟ୍ରସ କୁହାଯାଏ । ସମୁଦ୍ର ପତ୍ତନ ଠାରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରେ । କିନ୍ତୁ ଅଧିକ ଉଚ୍ଚତା ଜାଗାରେ ଫଳ କମିଯାଏ ।

ଖଜୁରୀ (Dates) ପୋଷଣରେ ଭରପୂର ଅଟେ । ଇଂରାଜୀରେ ଏହାକୁ ଡେଟସ୍ ବୋଲି କୁହାଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଆଇରନ, ମିନେରାଲ୍ସ, କ୍ୟାଲସିୟମ୍ (Calcium), ଆମିନୋ ଏସିଡ୍, ଫସଫରସ୍ ଓ ଭିଟାମିନ୍ ବହୁ ପରିମାଣରେ ମହଜୁଦ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଖଜୁରୀ ଖାଇବା ଦ୍ବାରା ଶରୀରକୁ ଅନେକ ସମସ୍ୟାରୁ ଦୂରେଇ ରଖାଯାଇପାରିବ। ପ୍ରକୃତରେ ଖଜୁରୀକୁ ଲୌହର ଏକ ଉତ୍ତମ ଉତ୍ସ ଭାବେ ମଧ୍ଯ ବିବେଚନା କରାଯାଇଥାଏ ।

ଯେଉଁମାନେ ରକ୍ତହୀନତାର ଶିକାର ହୋଇଥାଆନ୍ତି ସେମାନଙ୍କ ପାଇଁ ଖଜୁରୀ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖଜୁରୀ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ । କେବଳ ଏତିକି ନୁହେଁ, ଏହା ହାଡକୁ ମଜବୁତ କରିବା ସହ ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । କିନ୍ତୁ ଏସବୁ ସତ୍ତ୍ବ ଯଦି ଆପଣ ଖରା ଦିନେ ଅତ୍ୟଧିକ ଖଜୁରୀ ଖାଉଛନ୍ତି ତାହାଲେ ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ତେବେ ଆଜି ଆସନ୍ତୁ ଜାଣିବା ଅତ୍ୟଧିକ ଖଜୁରୀ ଖାଇବା ଦ୍ବାରା କେଉଁ ସବୁ ଶରୀରରେ କେଉଁ ସବୁ ସମସ୍ୟା ହୋଇଥାଏ ।

fallback

ମାତ୍ରଧିକ ଖଜୁରୀ ଶରୀରରେ କରିଥାଏ ଏହି ସବୁ ସମସ୍ୟା

  • ଅତ୍ୟଧିକ ପରିମାଣର ଖଜୁରୀ ଖାଇଲେ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ । ଏଥିରେ ମାତ୍ରଧିକ ପରିମାଣର ପୋଟାସିୟମ ରହିଥିବାରୁ ଶରୀରରେ ପୋଟାସିୟମ ସ୍ତର (potassium level) ବଢିବା ଆଶଙ୍କା ରହିଥାଏ । ଏହି କାରଣରୁ ମାଂସପେଶୀ ଦୁର୍ବଳ ହେବା ନେଇ ସମ୍ଭାବନା ରହିଛି ।
  • ଗ୍ରୀଷ୍ମ ଋତୁରେ ଅତ୍ୟଧିକ ପରିମାଣର ଖଜୁରୀ ଖାଇବା ଦ୍ୱାରା ଓଜନ ବୃଦ୍ଧି (weight gain) ହେବା ନେଇ ଆଶଙ୍କା ରହିଥାଏ । ପ୍ରକାଶଥାଉ କି, ଖଜୁରୀରେ ବହୁ ପରିମାଣର କ୍ୟାଲୋରୀ (calories) ରହିଥାଏ । ଯାହା ଫଳରେ ଏହାର ଅତ୍ୟଧିକ ସେବନ ଓଜନ ବୃଦ୍ଧି କରାଇଥାଏ ।
  • ବଜାରରେ ଉପଲବ୍ଧ ଖଜୁରୀ ଗୁଡ଼ିକୁ ଅଧିକ ଦିନ ସତେଜ ରଖିବା ଲାଗି ସଲଫାଇଟ୍ (sulfite) ର ବ୍ୟବହାର କରାଯାଇଥାଏ । ସଲଫାଇଟ୍ ଏକ ରାସାୟନିକ ଯଦାର୍ଥ ଅଟେ । ଯାହା ଖାଦ୍ୟ ପଦାର୍ଥକୁ କ୍ଷତିକାରକ ବ୍ୟାକ୍ଟେରିଆକୁ ଦୂରେଇ ରଖିଥାଏ । କିନ୍ତୁ ଯଦି ଆପଣର ସଲଫାଇଟ୍ ଆଲର୍ଜି ଥାଏ ତେବେ ଖଜୁରୀ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ୍, ଫ୍ଲାଟୁଲେନ୍ସ ଓ ଝାଡ଼ା ଭଳି ସମସ୍ୟା ଦେଖାଦେଇଥାଏ । ଖଜୁରୀରେ ଭରପୂର ମାତ୍ରରେ ଫାଇବର (Fiber) ରହିଥାଏ । ଅତ୍ୟଧିକ ପରିମାଣର ଖଜୁରୀ ଖାଇବା ଦ୍ବାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ ।
  • ଖଜୁରୀରେ ବହୁ ପରିମାଣର ପୋଟାସିୟମ୍ (potassium) ରହିଥାଏ । ଅତ୍ୟଧିକ ମାତ୍ରାରେ ଖଜୁରୀ ଖାଇବା ଦ୍ବାରା ଶରୀରରେ ପୋଟାସିୟମ ସ୍ତର ବଢିଥାଏ । ଏହି ଅବସ୍ଥାକୁ “ହାଇପରକଲୋମିଆ” କୁହାଯାଏ । ଏହି ସମୟରେ ବାନ୍ତି, ମାଂସପେଶୀ ଦୁର୍ବଳତା ଭଳି ସମସ୍ୟା ଦେଖାଦେଇଥାଏ ।
  • ଅତ୍ୟଧିକ ମାତ୍ରରେ ଖଜୁରୀ  ସେବନ ଆପଣଙ୍କ ଚର୍ମ ପାଇଁ ମଧ୍ଯ କ୍ଷତିକାରକ ହୋଇପାରେ । ଖଜୁରୀରେ ଭରପୂର ମାତ୍ରରେ ସଲଫାଇଟ୍ ରହିଥାଏ, ତେଣୁ ଏହାର ମାତ୍ରାଧିକ ସେବନ ଚର୍ମରେ କୁଞ୍ଚନ ଓ ଘା ’ ପରି ସମସ୍ୟା ସୃଷ୍ଟି କରିପାରେ ।
  • ଯଦି ଆପଣ ଉଚ୍ଚ ରକ୍ତଚାପ ରୋଗୀ (High blood pressure) । ତାହାଲେ ଆପଣ ଅଳ୍ପ ପରିମାଣର ଖଜୁରୀ ଖାଆନ୍ତୁ । ଖଜୁରୀ ଏକ ଗ୍ଲାଇସେମିକ୍ ଖାଦ୍ୟ ଅଟେ । ଯାହା ଶରୀରରେ ରକ୍ତ ଶର୍କରା ସ୍ତର ବଢାଇଥାଏ ।

ଖଜୁରୀ ଖାଇବା ଦ୍ବାରା ମିଳିଥାଏ ଏହି ସବୁ ଲାଭ

ହୃଦୟ ସୁସ୍ଥ ରହିଲେ ଶରୀର ମଧ୍ଯ ସୁସ୍ଥ ରହିଥାଏ । ତେଣୁ ଖଜୁରୀକୁ ରାତିରେ ପାଣିରେ ଭିଜାଇ ସକାଳୁ ଖାଆନ୍ତୁ । ଖଜୁରୀରେ ପୋଟାସିୟମ୍ ଥାଏ । ଏହାକୁ ଖାଇବା ଦ୍ୱାରା ଷ୍ଟ୍ରୋକ୍ ଓ ଅନ୍ୟାନ୍ୟ ହୃଦୟ ସମ୍ବନ୍ଧୀୟ ସମସ୍ୟା କମ୍ ହୋଇଥାଏ । ସପ୍ତାହରେ ମାତ୍ର ଦୁଇଥର ଖଜୁରୀ ଖାଇବା ଦ୍ୱାରା ହୃଦ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଖଜୁରୀରେ ଥିବା ଫାଇବର ଶରୀରରେ ସହଜରେ ତରଳି ଯାଏ । କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଖଜୁରୀ ବେଶ ଉପଯୋଗୀ ହୋଇଥାଏ । ସକାଳେ ଖାଲି ପେଟରେ ରାତି ସାରା ଭିଜାଇଥିବା ଖଜୁରୀ ଖାଇବା ସହ ଏହାର ପାଣି ପିଅନ୍ତୁ । ପ୍ରତିଦିନ ଖଜୁରୀ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

ଗର୍ଭବତୀ ମହିଳାମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା ଥାଏ । ତେବେ ଏହି ସମୟରେ ଖଜୁରୀ ଖାଇବା ଉଭୟ ମାଆ ଓ ଶିଶୁ ପାଇଁ ଲାଭଦାୟୀ ହୋଇଥାଏ । ଖଜୁରୀ ଖାଇବା ଦ୍ବାରା ପ୍ରସବ ସମୟରେ ହେଉଥିବା ସମସ୍ୟା ଦୂର ହୋଇଥାଏ । ଶରୀରରେ କ୍ଷୀରର ପରିମାଣ ମଧ୍ୟ ବୃଦ୍ଧି ହୋଇଥାଏ ।

Also Read-Hibiscus Benefits: କେବଳ କେଶ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ଯ ଏହିସବୁ ଲାଭ ଦେଇଥାଏ ମନ୍ଦାର ଫୁଲ!

ଯଦି ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆମକୁ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବକ୍ସରେ କୁହନ୍ତୁ ଓ ଆମେ ଏହାକୁ ଆମର ଆର୍ଟିକିଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ ପଢିବା ପାଇଁ ଆମ ଜି ଓଡ଼ିଶା ନ୍ୟୁଜ ସହିତ ଯୋଡି ରୁହନ୍ତୁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)