ଗତ କିଛି ମାସ ହେଲା ରୋଷେଇ ଘରେ ନିଆଁ ଲାଗିଛି। ପନିପରିବା ଦର ବୃଦ୍ଧି ସାଙ୍ଗକୁ ମହଙ୍ଗା ରୋଷେଇ ଗ୍ୟାସ ଲୋକଙ୍କୁ ମୁଣ୍ଡରେ ଚଡକ ପକାଇଛି। ଏହାରି ମଧ୍ୟରେ Indian Oil Corporation Limited ଖାଉଟିଙ୍କୁ ଏକ ଆଶ୍ୱସ୍ଥିକର ଖବର ଦେଇଛି। କମ୍ପାନୀ Indian Oil Corporation Limited ତାର Domestic LPG cylinder ଦର ୧୦ ଟଙ୍କା ଶସ୍ତା କରିଛି।
Trending Photos
ନୂଆଦିଲ୍ଲୀ: ଫେବୃଆରୀରୁ ବର୍ତ୍ତମାନ ସୁଦ୍ଧା ଗ୍ୟାସ ସିଲିଣ୍ଡର ମୂଲ୍ୟ ପ୍ରାୟ ୧୨୫ ଟଙ୍କା ବୃଦ୍ଧି ପାଇଛି। ଲଗତାର ମହଙ୍ଗା ହେବା ପରେ ଏବେ ରୋଷେଇ ଗ୍ୟାସ ୧୦ ଟଙ୍କା ଶସ୍ତା ହୋଇଛି। ଆଜି ଦିଲ୍ଲୀରେ LPG Cylinder ମୂଲ୍ୟ ୮୧୯ ଟଙ୍କା ଥିଲା କିନ୍ତୁ ଏପ୍ରିଲ ପହିଲାରୁ ଏହା ୮୧୦ ଟଙ୍କାରେ ମିଳିବ।
ଗତ କିଛି ମାସ ହେଲା ରୋଷେଇ ଘରେ ନିଆଁ ଲାଗିଛି। ପନିପରିବା ଦର ବୃଦ୍ଧି ସାଙ୍ଗକୁ ମହଙ୍ଗା ରୋଷେଇ ଗ୍ୟାସ ଲୋକଙ୍କୁ ମୁଣ୍ଡରେ ଚଡକ ପକାଇଛି। ଏହାରି ମଧ୍ୟରେ Indian Oil Corporation Limited ଖାଉଟିଙ୍କୁ ଏକ ଆଶ୍ୱସ୍ଥିକର ଖବର ଦେଇଛି। କମ୍ପାନୀ Indian Oil Corporation Limited ତାର Domestic LPG cylinder ଦର ୧୦ ଟଙ୍କା ଶସ୍ତା କରିଛି। ତେବେ ଏହି ନୂତନ ମୂଲ୍ୟ ଏପ୍ରିଲ ଏକ ତାରିଖରୁ ଲାଗୁ ହେବ।
Also Read: ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ ଜୀବନ ସହିତ ଜଡିତ ୭ ନିୟମ, ଆପଣ ପ୍ରସ୍ତୁତ ତ?
କେବଳ ଫେବୃଆରୀରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୩ ଥର ବୃଦ୍ଧି ପାଇଥିଲା। ଆଇ ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ପୁଣି ବଢିଲା। ଫେବୃଆରୀରେ ଓ ମାର୍ଚ୍ଚକୁ ମାଶାଇ ସିଲିଣ୍ଡର ପିଛା ପ୍ରାୟ ୧୨୫ ଟଙ୍କା ବୃଦ୍ଧି ପାଇଛି। ତେବେ ସେଥିରେ ୧୦ ଟଙ୍କା ହ୍ରାସ ଖାଉଟିଙ୍କୁ କିଛିଟା ମାତ୍ରାରେ ଆଶ୍ୱସ୍ଥି ମିଳିଛି। ସେପଟେ AmazonPayରେ ଗ୍ୟାସ ରିଫିଲ ବୁକ୍ କଲେ ୫୦ ଟଙ୍କା ପର୍ଯ୍ୟନ୍ତ Cash back ମିଳିବ ବୋଲି କମ୍ପାନୀ କହିଛି।