ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ ଜୀବନ ସହିତ ଜଡିତ ୭ ନିୟମ, ଆପଣ ପ୍ରସ୍ତୁତ ତ?
Advertisement
Article Detail0/zeeodisha/odisha876048

ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ ଜୀବନ ସହିତ ଜଡିତ ୭ ନିୟମ, ଆପଣ ପ୍ରସ୍ତୁତ ତ?

ସରଳ ପେନସନ୍ ଯୋଜନା ଏପ୍ରିଲ୍ ୧ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ବୀମା ନିୟନ୍ତ୍ରକ ଆଇଆରଡିଏ ଜୀବନ ବୀମା କମ୍ପାନୀଗୁଡ଼ିକୁ ଏପ୍ରିଲ ୧, ୨୦୨୧ରୁ ସରଳ ପେନସନ ଯୋଜନା ଆରମ୍ଭ କରିବାକୁ କହିଛି ।

ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ ଜୀବନ ସହିତ ଜଡିତ ୭ ନିୟମ, ଆପଣ ପ୍ରସ୍ତୁତ ତ?

ନୂଆଦିଲ୍ଲୀ: ନୂଆ ବର୍ଷରେ ଅର୍ଥାତ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଏହିପରି ଅନେକ ନିୟମ-ଆଇନ ବଦଳିଯିବ, ଯାହାର ପ୍ରଭାବ କୌଣସି ନା କୌଣସି ରୂପରେ ସାଧାରଣ ଜନତା, କର୍ମଚାରୀ ଏବଂ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ପେନସନଭୋଗୀଙ୍କ ଉପରେ ପଡ଼ିବ । ଆୟକରର ବର୍ତ୍ତମାନର ହାର ବା ସ୍ଲାବ ଅପରିବର୍ତ୍ତିତ ରହିବା ସତ୍ତ୍ୱେ ଆସନ୍ତା ମାସରୁ ନୂତନ ଶ୍ରମ ଆଇନ (new labor law) ଲାଗୁ ହେବା ସହିତ ବେତନ ସଂରଚନାରେ ପରିବର୍ତ୍ତନ ହେବ । ଏହା ପୂର୍ବ ଅପେକ୍ଷା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (PF) ରେ ଅଧିକ ଯୋଗଦାନ ମିଳିବ । ନୂତନ ଶ୍ରମ ଆଇନ ଅନୁଯାୟୀ, ମୌଳିକ ବେତନ ବା ବେସିକ ସେଲେରୀ (basic salary) ର ଅଂଶ ବୃଦ୍ଧି କରି ମୋଟ ବେତନର ଅତିକମରେ ୫୦ ପ୍ରତିଶତ କରିବାକୁ ପଡିବ । ଏଥିରୁ ୫୦ ପ୍ରତିଶତରୁ କମ୍ ଅଂଶ ଥିବା କର୍ମଚାରୀମାନଙ୍କ ଲାଭ ହେବ । ବେସିକ ଦରମା ବୃଦ୍ଧି PF ର ଯୋଗଦାନ ବୃଦ୍ଧି କରିବ । ଏହିପରି ସେମାନଙ୍କର ସଞ୍ଚୟ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା

ଆରମ୍ଭ ହେବ ସରଳ ପେନସନ୍ ଯୋଜନା (Saral Pension Scheme)

ସରଳ ପେନସନ୍ ଯୋଜନା ଏପ୍ରିଲ୍ ୧ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ବୀମା ନିୟନ୍ତ୍ରକ ଆଇଆରଡିଏ ଜୀବନ ବୀମା କମ୍ପାନୀଗୁଡ଼ିକୁ ଏପ୍ରିଲ ୧, ୨୦୨୧ରୁ ସରଳ ପେନସନ ଯୋଜନା ଆରମ୍ଭ କରିବାକୁ କହିଛି । ସରଲ ପେନସନ୍ ପ୍ଲାନ ଅନ୍ତର୍ଗତ ବୀମା କମ୍ପାନୀଗୁଡିକୁ କେବଳ ଦୁଇଟି ଏନ୍ୟୁଟି (ବାର୍ଷିକ) ଦେବାର ବିକଳ୍ପ ଦେବ । ଆଇଆରଡିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସରଳ ପେନସନ୍ ଯୋଜନା ଅଧୀନରେ ପରିପକ୍ୱତା ଲାଭ ମିଳିବ । ତଥାପି, ଏହାର କ୍ରୟ ମୂଲ୍ୟର 100% ଫେରସ୍ତ କରିବାର ବିକଳ୍ପ ରହିବ ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଏହି ସବୁ ରାଜ୍ୟ

ଏପ୍ରିଲ ୧ରେ ପରିବର୍ତ୍ତନ ହେବ LPG ମୂଲ୍ୟ!

ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ କରନ୍ତି । ଗତ ମାସରେ ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା । ଏବେ ଏହା ଦେଖିବାକୁ ପଡ଼ିବ ଯେ କମ୍ପାନୀମାନେ ଏହି ମାସରେ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରୁଛନ୍ତି କି ନାହିଁ ।

ମହଙ୍ଗା ହେବ ବିମାନ ଯାତ୍ରା 

ଏପ୍ରିଲ ୧ରୁ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଘରୋଇ ଯାତ୍ରା ପାଇଁ ଭଡ଼ା ୪୦ ଟଙ୍କା ବୃଦ୍ଧି କରିଛି । ବିମାନ ଟିକେଟରେ ବିମାନବନ୍ଦର ସୁରକ୍ଷା ଫିସ୍ (ASF) ବୃଦ୍ଧି କରାଯାଇଛି । ଏହି ବିମାନ ବନ୍ଦରର ସୁରକ୍ଷା ଶୁଳ୍କ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୧୧୪.୩୮ ଟଙ୍କା ହେବ ।

ଅଧିକ ପଢ଼ନ୍ତୁ:-ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ! ଏବେ ଟ୍ରେନରେ ରାତିରେ କରିପାରିବେନି ମୋବାଇଲ-ଲାପଟପ୍ ଚାର୍ଜ, ଜାଣନ୍ତୁ ଏହାର କାରଣ

ବୃଦ୍ଧମାନଙ୍କ ପାଇଁ ITR ପୂରଣରୁ ଛାଡ

୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କୁ ଆୟକର ରିଟର୍ଣ୍ଣ (ITR) ଦାଖଲରୁ ରିହାତି ଦିଆଯାଇଛି । ଏହି ସୁବିଧା କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନଙ୍କ ଆୟ ଉତ୍ସ ହେଉଛି ପେନସନ୍ ଏବଂ ଏହା ଉପରେ ମିଳୁଥିବା ସୁଧ ।

ଶେଷ ହେବ LTC ଇନକସମେଣ୍ଟ ଅବଧି (LTC Incashmen Period) 

 ଛୁଟି ଯାତ୍ରା କନ୍ସେସ୍ (LTC) ଭାଉଚର୍ ଅନ୍ତର୍ଗତ କର୍ମଚାରୀଙ୍କୁ ମିଳୁଥିବା ଛାଡ ଅବଧି ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ରହିଛି । ଅର୍ଥାତ୍ ଆସନ୍ତା ମାସରୁ ଏହାର ଫାଇଦା ମିଳିବ ନାହିଁ ।

ବାଧ୍ୟତାମୂଳକ ହେବ ଇ-ଇନଭଏସ୍ (E-invoice) 

ବିଜନେସ୍ ଟୁ ବିଜନେସ୍ (B2B) ବ୍ୟବସାୟ ଅନ୍ତର୍ଗତ ଏପ୍ରିଲ ୧ରୁ ଏହିପରି ସମସ୍ତ ବ୍ୟବସାୟୀଙ୍କ ପାଇଁ ଇ-ଇନଭଏସ୍ ବାଧ୍ୟତାମୂଳକ ହେବ, ଯାହାର ଟର୍ଣ୍ଣଓଭର ୫୦ କୋଟିରୁ ଅଧିକ ହେବ ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ନୂତନ ଶ୍ରମ ଆଇନରୁ କେଉଁ କର୍ମଚାରୀଙ୍କୁ ହେବ ସବୁଠାରୁ ଅଧିକ ଲାଭ, କାହା ଉପରେ ବଢ଼ିବ ଟ୍ୟାକ୍ସର ଭାର

ଅତିରିକ୍ତ PF ଯୋଗଦାନ ଉପରେ ଟିକସ

ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ବଜେଟ୍ ଉପସ୍ଥାପନ କରୁଥିବାବେଳେ କହିଥିଲେ ଯେ, ପିଏଫ୍ ଆକାଉଣ୍ଟ (PF Account) ରେ ୨.୫ ଲକ୍ଷ ପର୍ଯ୍ୟନ୍ତ ଟିକସ ମୁକ୍ତ ରହିବ । ଯଦି ଏହାଠାରୁ ଅଧିକ ଜମା ହୁଏ, ତେବେ ଅତିରିକ୍ତ ରାଶି ଉପରେ ସୁଧ ଆୟ କର ଲାଗିବ । ଏହି ସୀମାକୁ ଦ୍ୱିଗୁଣିତ କରି ୫ ଲକ୍ଷକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଯଦି ଆପଣ ଗୋଟିଏ ବର୍ଷରେ PF ଆକାଉଣ୍ଟରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଜମା କରନ୍ତି, ତେବେ ସୁଧ ଆୟ ସମ୍ପୂର୍ଣ୍ଣ ଟିକସମୁକ୍ତ ହେବ ।