Cauliflower: ଅଧିକ ଫୁଲକୋବି ଖାଉଛନ୍ତି କି? ହୋଇପାରେ ଏହି ଅସୁବିଧା
Advertisement

Cauliflower: ଅଧିକ ଫୁଲକୋବି ଖାଉଛନ୍ତି କି? ହୋଇପାରେ ଏହି ଅସୁବିଧା

Cauliflower: ସବୁ ପରିବା ପରି ଫୁଲ କୋବି ଆମ ଶରୀର ପାଇଁ ବେଶ୍ ଉପକାରୀ କିନ୍ତୁ ଯଦି ଆପଣ ଅଧିକ ମାତ୍ରାରେ ଫୁଲ କୋବି ଖାଇବେ ତେବେ ଏହା ଆପଣଙ୍କ ଶରୀରରେ କ୍ଷତି ଘଟାଇପାରେ । 

Cauliflower: ଅଧିକ ଫୁଲକୋବି ଖାଉଛନ୍ତି କି? ହୋଇପାରେ ଏହି ଅସୁବିଧା

Cauliflower: ବଜାରରେ ମିଳୁଥିବା ସମସ୍ତ ପନିପରିବା ମଧ୍ୟରେ ଫୁଲକୋବି ଏକ ଭଲ ପରିବା ବୋଲି ବିବେଚନା କରାଯାଏ । ଲୋକମାନେ ଫୁଲ କୋବିରେ ବିଭିନ୍ନ ପ୍ରକାରର ଆଇଟମ ତିଆରି କରି ଖାଇଥାନ୍ତି ।  କିଛି ଲୋକ ଫୁଲ କୋବିକୁ ତରକାରୀ କିମ୍ୱା ଭଜା କରି ଖାଉଥିବା ସମୟରେ ଆଉ କିଛି ଲୋକ ଏହାକୁ ରସା କିମ୍ୱା ପରଟା ତିଆରି କରି ଖାଇଥାନ୍ତି । କେବଳ ସେତିକି ନୁହେଁ ଚିଲି କୋବି, କୋବି ପକୋଡା ସହିତ ଆହୁରି ଅନେକ ପ୍ରକାରର ଆଇଟମ ଫୁଲ କୋବିରେ କରାଯାଇଥାଏ । ଶୀତ ଋତୁରେ ( winter season) ଅନ୍ୟ ରାଜ୍ୟ ଗୁଡିକ ସମେତ ଓଡ଼ିଶାରେ ମଧ୍ୟ ଫୁଲ କୋବି ବ୍ୟାପକ ଭାବରେ ଚାଷ କରାଯାଏ । ଫୁଲକୋବିକୁ ଗୋଟିଏ ସୁସ୍ଥ ପରିବା (healthy vegetables) ଭାବରେ ଗଣନା କରାଯାଏ । କାରଣ ଏଥିରେ ପୁଷ୍ଟିକର ତତ୍ୱର ଅଭାବ ନାହିଁ । ଫୁଲକୋବି ଖାଇବା ଦ୍ୱାରା ଆମ ଶରୀରକୁ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ (Phytonutrients and antioxidants) ସମେତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଫୁଲ କୋବି ଖାଇବା ଦ୍ୱାରା ନିଦ୍ରା ଜନିତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ । ଏଥିସହ ଫୁଲ କୋବି ଖାଇଲେ ମାଂସପେଶୀ ସୁସ୍ଥ ରହିଥାଏ ଏବଂ ସ୍ମୃତି ଶକ୍ତି ବଢିଥାଏ (Memory improves) । ଏତେ ସବୁ ଭଲ ଗୁଣ ଥିଲେ ମଧ୍ୟ ଆମେ ଫୁଲକୋବିକୁ ଆବଶ୍ୟକ ମୁତାବକ ଖାଇବା ଉଚିତ । କାରଣ ବେଶି ଫୁଲକୋବି ଖାଇଲେ ସମସ୍ୟା ଉପୁଜିଥାଏ ।

ଅତ୍ୟଧିକ ଫୁଲକୋବି ଖାଇଲେ ଶରୀରରେ କଣ ସମସ୍ୟା ଦେଖାଦିଏ ଆସନ୍ତୁ ସେ ବିଷୟରେ ଜାଣିବା ।

୧. ପେଟ ସମସ୍ୟା
ଫୁଲକୋବିରେ ରାଫିନୋଜ୍ (Raffinose) ନାମକ ଏକ ବିଶେଷ ପ୍ରକାରର ଚିନି ରହିଥାଏ । ଯାହା ସହଜରେ ଭାଙ୍ଗି ନଥାଏ । ବୃହତ୍ ଅନ୍ତନଳୀରେ ଥିବା ଜୀବାଣୁ ଏହାକୁ ଖୋଳିବାକୁ ଲାଗନ୍ତି । ଯାହା ଦ୍ୱାରା ମଣିଷ ଶରୀରରେ ଗ୍ୟାସ୍, କୋଷ୍ଠକାଠିନ୍ୟ (Problems like gas, constipation) ପରି ସମସ୍ୟା ଦେଖାଦେଇଥାଏ । ତେଣୁ ଆପଣ ଅଧିକ ଫୁଲକୋବି ଖାଆନ୍ତୁ ନାହିଁ ।

୨. ହାଇପୋଥାଇରଏଡିଜିମ୍ 
ଥାଇରଏଡ୍ ଗ୍ରନ୍ଥି ଆମ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିଥାଏ । ଯଦି ଏହି ଗ୍ରନ୍ଥି କମ୍ ହରମୋନ୍ କ୍ଷରଣ କରେ ତେବେ ଏହି ଅବସ୍ଥାକୁ ହାଇପୋଥାଇରଏଡିଜିମ୍ (Hypothyroidism) କୁହାଯାଇଥାଏ । ଯଦି ଆପଣ ଫୁଲକୋବି ଅଧିକ ପରିମାଣରେ ଖାଆନ୍ତି, ତେବେ ଏହା ଥାଇରଏଡ୍ ଗ୍ରନ୍ଥି (Thyroid gland) ଉପରେ ବହୁତ ଚାପ ପକାଇଥାଏ । ତେଣୁ ଆପଣଙ୍କ ଶରୀରରେ ଆବଶ୍ୟକୀୟ ପୋଷଣ ବିଷୟରେ ଜାଣିବା ପାଇଁ ଜଣେ ଡାଏଟିସିଆନଙ୍କଠାରୁ ପରାମର୍ଶ (Dieticians Advice) ନେଇପାରିବେ ।

୩. ଆଲର୍ଜି
କିଛି ବ୍ୟକ୍ତିଙ୍କର ଫୁଲକୋବି ପ୍ରତି ଆଲର୍ଜି (Allergies) ରହିଛି । ଯେକୌଣସି ଉପାୟର ହେଉ ନା କାହିଁକି କିଛି ବ୍ୟକ୍ତି ଫୁଲ କୋବି ଖାଇବା ପରେ ସେମାନଙ୍କ ଶରୀରରେ ସମସ୍ୟା ଦେଖାଦେଇଥାଏ । ଉକ୍ତ ସମସ୍ୟା ଗୁଡିକ ମଧ୍ୟରେ ରହିଛି ଚର୍ମରେ ଫଳିଯିବା (Skin problem) କିମ୍ବା ଶରୀରର କୌଣସି ସ୍ଥାନ ଫୁଲିବା, ଶ୍ୱାସକ୍ରିୟାରେ ଅସୁବିଧା (Difficulty breathing) ଇତ୍ୟାଦି । ଯଦି ଆପଣଙ୍କ ଶରୀରରେ ମଧ୍ୟ କୌଣସି ଅସୁବିଧା ହେଉଥାଏ ତେବେ ତୁରନ୍ତ ଆପଣ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ।

୪. ଭୋକ ନହେବା
ଫୁଲକୋବି ଏମିତି ଏକ ପରିବା ଯେଉଁଥିରେ କାର୍ବୋହାଇଡ୍ରେଟ୍ ଏବଂ ଚର୍ବି ଅଂଶ (Carbohydrate and fat portions) କମ୍ ରହିଛି । ଫୁଲକୋବିରେ ଫାଇବର ଅଶଂ ଅଧିକ ରହିଛି ଯେଉଁଥିପାଇଁ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ ହେବ ନାହିଁ । ଫୁଲକୋବି ଖାଇବା ଦ୍ୱାରା ଆପଣ ଓଜନ ହ୍ରାସ କରିପାରିବେ । 

Also Read- 200MP Camera Smartphone ସହିତ ବଜାରକୁ ଜବରଦସ୍ତ ଏଣ୍ଟ୍ରି କରୁଛି Honor