ଆମ ଚେହେରାରେ ଚମକ ଆଣିବା ପାଇଁ ଆମେ ଦାମି ପ୍ରଡକ୍ଟ ବ୍ୟବହାର କରିଥାଉ କିନ୍ତୁ ସେଭଳି ଫାଇଦା ମିଳି ନ ଥାଏ ,ଏପରି ସ୍ଥିତିରେ କିଛି ପ୍ରାକୃତିକ ଜିନିଷ ସେବନ କଲେ ଚମକିବ ଆପଣଙ୍କ ଚେହେରା ।
Trending Photos
ସମସ୍ତେ ଚାହାଁନ୍ତି ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇଁ ଏବଂ ମୁହଁରେ କୌଣସି ଦାଗ, ବ୍ରଣ କି ବୟସର ଛାପ ନ ଦେଖାଯାଉ । ବିଶେଷ କରି ମହିଳା ମାନେ ଏଥି ପ୍ରତି ଅଧିକ ସଚେତନ ଅଟନ୍ତି । ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ କାରଣରୁ ଆମ ଚେହେରା ଅଧିକ ଖରାପ ହେଉଛି । ଏହି କାରଣରୁ ଡିଟକ୍ସଫିକେସନ୍ ସମ୍ଭବ ହେଉ ନାହିଁ ଯେଉଁ କାରଣରୁ ଆମ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା ଆରମ୍ଭ ହୋଇଥାଏ ଏହା ଦ୍ବାରା ଆମ ଚେହେରାର ସୌନ୍ଦର୍ଯ୍ୟ ଧିରେ ଧିରେ ନଷ୍ଟ ହେବା ଆରମ୍ଭ କରିଥାଏ । ଡାଏଟିସିଆନଙ୍କ ମତରେ ଆମେ ସେହି ସବୁ ଜିନିଷ ଗୁଡିକ ଆମର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ ଯାହା ଆମ ତ୍ବଚା ପାଇଁ ଏକ ଉଜ୍ଜ୍ବଳ ଟନିକ ଭାବରେ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ ।
ଏହି ୩ଟି ଜିନିଷ ସେବନରେ ଚେହେରାରେ ଆସିବ ଚମକ
ଦହି- ସାଧାରଣତଃ ଆପଣ ଖାଇବା ପରେ ଦହି ରାଇତା ଖାଇବାକୁ ପସନ୍ଦ କରିଥାଆନ୍ତି । ଏହାର ବ୍ୟବହାର ଦ୍ବାରା ହଜମ ଶକ୍ତି ଭଲ ରହିଥାଏ ଏହା ସହ ପେଟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ସଫା ପେଟ ରହିବା ଦ୍ବାରା ଆମ ଚେହେରା ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । ତେଣୁ ପ୍ରତିଦିନ ଦହି ଖାଇବା ଲାଭଦାୟକ ଅଟେ । ଏହା ସହ ଆପଣ ନିଜ ମୁହଁରେ ଦହି ଲଗାଇବା ଅଧିକ ଲାଭାଦାୟକ ଅଟେ ।
Also Read ; କଣ ଆପଣ ପାଟିର ଦୁର୍ଗନ୍ଧ ନେଇ ଚିନ୍ତିତ ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ
କ୍ଷୀର- କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ କାରଣ ଏଥିରେ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ବ ରହିଥାଏ । ଏହା ଆମ ଶରୀରକୁ ଅନେକ ଉପାୟରେ ଉପକାର କରିଥାଏ । ଆପଣ ଦିନକୁ ଦୁଇଥର ଏକ ଗ୍ଲାସ କ୍ଷୀର ପିଇବା ଦ୍ବାରା ଆପଣଙ୍କ ଚେହେରାରେ ଜବରଦସ୍ତ ଚମକ ଆସିଥାଏ । କ୍ଷୀରକୁ ଫୁଟାଇ ପିଇବାକୁ ଚେଷ୍ଟା କରନ୍ତୁ ଯାହା ଦ୍ବାରା କ୍ଷୀରରେ ଥିବା ଜୀବାଣୁ ଦୂର ହୋଇଥାଏ ଆଉ ଆପଣଙ୍କ ଶରୀର ଉପରେ କୌଣସି ଖରାପ ପ୍ରଭାବ ପଡି ନ ଥାଏ ।
ଲେମ୍ବୁ- ଲେମ୍ବୁ ଏକ ସାଇଟ୍ରସ୍ ଖାଦ୍ୟ ଯାହା ଆମ ପେଟ ଏବଂ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ପ୍ରତ୍ୟେକ ଦିନ ଲେମ୍ବୁ ପାଣି ପିଅନ୍ତି ତେବେ ଆପଣଙ୍କ ହଜମ ସମସ୍ୟାରୁ ମୁକ୍ତି ପାଇବେ । ଏହା ସହ ଆପଣଙ୍କ ଚେହେରାରେ ଚମକ ବି ଆସିବ । ଲେମ୍ବୁ ରସକୁ ଗ୍ଲିସୋରିନ ସହ ମିଶାଇ ମୁହଁରେ ଲଗାଇପାରିବେ ଯାହା ଦ୍ବାରା ଆପଣଙ୍କ ତ୍ବଚା କୋମଳ ଏବଂ ସୁନ୍ଦର ହୋଇଥାଏ ।