Morning Tips: ସକାଳେ ଉଠିବା ପରେ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ୩ ଆୟୁର୍ବେଦିକ ପ୍ରତିକାର
Advertisement
Article Detail0/zeeodisha/odisha1743687

Morning Tips: ସକାଳେ ଉଠିବା ପରେ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ୩ ଆୟୁର୍ବେଦିକ ପ୍ରତିକାର

 ଆପଣ ମଧ୍ୟ ସକାଳୁ ଉଠିବା ପରେ ବହୁତ କ୍ଲାନ୍ତ ଅନୁଭବ କରୁଛନ୍ତି କି?

Morning Tips: ସକାଳେ ଉଠିବା ପରେ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ୩ ଆୟୁର୍ବେଦିକ ପ୍ରତିକାର

Morning Tips: ଆପଣ ମଧ୍ୟ ସକାଳୁ ଉଠିବା ପରେ ବହୁତ କ୍ଲାନ୍ତ ଅନୁଭବ କରୁଛନ୍ତି କି? ସାଧାରଣତଃ ଯେତେବେଳେ ବସନ୍ତ ଋତୁ ଓ ଗ୍ରୀଷ୍ମ ଋତୁ ଆସେ, ଲୋକମାନେ ସକାଳର ଥକାପଣ (Fatigue) ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେମାନେ ରାତିରେ ଭଲ ୭-୮ ଘଣ୍ଟା ଶୋଇଥିଲେ ମଧ୍ୟ ସକାଳେ ବହୁତ ନିଦ୍ରା ଅନୁଭବ କରନ୍ତି । ଆୟୁର୍ବେଦିକ (Ayurvedic) ଡ଼ାକ୍ତର ଭରାଲକ୍ଷ୍ମୀ ୟାନାମଚନ୍ଦ୍ର (BAMS, ଆୟୁର୍ବେଦ)ଙ୍କ ଅନୁଯାୟୀ, ବସନ୍ତ ଓ ଗ୍ରୀଷ୍ମ ପ୍ରାରମ୍ଭରେ ଶରୀର କଫର ପ୍ରଭାଵ ଅଧିକ ହୋଇଥାଏ । ଏହା ସହିତ ସକାଳ ୬ ରୁ ୮ ଟା ସମୟରେ କଫ ଅଧିକ ପ୍ରଭାବୀ ହୋଇଥାଏ । ଏହି କାରଣରୁ, ଏହି ସମୟ ମଧ୍ୟରେ ଆପଣ ଅଧିକ କ୍ଳାନ୍ତ ଓ ଆଳସ୍ୟ (laziness) ଅନୁଭବ କରନ୍ତି । କିନ୍ତୁ ଏହି କାରଣରୁ ଲୋକମାନଙ୍କୁ ବହୁତ ସମସ୍ୟା ମଧ୍ୟ ହେଇଥାଏ। ଯେଉଁଥିପାଇଁ ଏହି କାରଣରୁ, ସେମାନଙ୍କର ଅନେକ କାର୍ଯ୍ୟ ମଧ୍ୟ ବିଳମ୍ବିତ ହୁଏ । ଏଭଳି ପରିସ୍ଥିତିରେ ଲୋକମାନେ ସକାଳର ଥକାପଣରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟ ଖୋଜିଥାନ୍ତି ଓ ଆପଣାନ୍ତି । ଡକ୍ଟର ଭରାଲକ୍ଷ୍ମୀ ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସକାଳର ଥକ୍କା ଦୂର କରିବା ପାଇଁ ୩ ଟି ଆୟୁର୍ବେଦିକ ପ୍ରତିକାର କହିଛନ୍ତି । ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ପ୍ରତିକାର ବିଷୟରେ ବିସ୍ତୃତ ଭାବରେ କହିବୁ।

ସକାଳର ଥକାପଣ ଦୂର ପାଇଁ ଆୟୁର୍ବେଦିକ ଟିପ୍ସ - 

ବ୍ୟାୟାମ କରନ୍ତୁ :ସକାଳେ ଉଠିବା ପରେ ସତେଜ ଅନୁଭବ କରିବା ପାଇଁ ଦୈନିକ ବ୍ୟାୟାମ (Exercise)ଠାରୁ ଭଲ ଉପାୟ ଅନ୍ୟ କିଛି ହୋଇପାରିବ ନାହିଁ । କିଛି ସରଳ ବ୍ୟାୟାମ, ଷ୍ଟ୍ରେଚିଂ କିମ୍ବା ମର୍ଣ୍ଣିଂ ୱାକ୍ ଥକ୍କାପଣରୁ ମୁକ୍ତି ଦେଇଥାଏ ଓ ଆପଣଙ୍କୁ ହାଲୁକା ଅନୁଭବ କରାଇଥାଏ । ଏହା ଆପଣଙ୍କୁ ଦିନସାରା ଏନର୍ଜେଟିକ ଓ ସୁସ୍ଥ ରହିବାକୁ ମଧ୍ୟ ସାହାଯ୍ୟ କରିବ ।

ଶରୀରର ଉତ୍ତାପ ବୃଦ୍ଧି କରୁଥିବା ଖାଦ୍ୟ ଖାଆନ୍ତୁ: ତିଖା, କଡ଼ା ଓ କଷା ସ୍ୱାଦ ଥିବା ହାଲୁକା ଖାଦ୍ୟ  ଆପଣଙ୍କର ଶରୀରରେ ଉତ୍ତାପ ବୃଦ୍ଧି ପାଇଁ ସାହାଯ୍ୟ କରିଥାଏ । ଏହା ହଜମକୁ ବଜାୟ ରଖେ ଓ ଆପଣଙ୍କୁ ଶକ୍ତି ପ୍ରଦାନ କରେ । ଏହା ଆପଣଙ୍କୁ ଉତ୍ତମ ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ

ତେଲ ମାଲିସ: ଏହା ଏକ ଆୟୁର୍ବେଦିକ ପ୍ରକ୍ରିୟା । ଏଥିରେ ସକାଳେ ଗାଧୋଇବା ପୂର୍ବରୁ ଶରୀରର ତେଲ ମାଲିସ୍ କରାଯାଏ । ଏହା ଥକ୍କାପଣକୁ ଦୂର କରିଥାଏ ଓ ଚାପରୁ ମଧ୍ୟ ଆରାମ ଦେଇଥାଏ । ଏଥିପାଇଁ ଆପଣ ତ୍ଵଚାର ସେନ୍ସିଟିଭିଟି ଅନୁଯାୟୀ ତ୍ରିଫଳା କିମ୍ବା ବ୍ରଶ୍ ବ୍ୟବହାର କରିପାରିବେ । ଏହି ପ୍ରକ୍ରିୟା ଅତ୍ୟଧିକ କଫକୁ ବାହାର କରିବାରେ ସାହାଯ୍ୟ କରେ । ଏହା ଶରୀରର କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।

ଏହି ସରଳ ଟିପ୍ସଗୁଡ଼ିକ ସାହାଯ୍ୟରେ, ଆପଣ ସକାଳର ଥକାପଣରୁ ମୁକ୍ତି ପାଇବା ପାଇଁ ନିଶ୍ଚିତ ସଫଳ ହେବେ । ଏହା ବ୍ୟତୀତ, ସକାଳୁ ଉଠିବା ପରେ ୧-୨ ଗ୍ଲାସ୍ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଦିନସାରା ହାଇଡ୍ରେଟ ରୁହନ୍ତୁ । ଏହା ଶରୀରରେ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

ଲେମ୍ବୁ- ଅଦା ପଡ଼ିଥିବା ଗ୍ରୀନ ଟି: ପ୍ରଥମେ ପାଣି ପିଇବା ପରେ ନିଜକୁ ସ୍ଵସ୍ଥ ଓ ଶରୀରରୁ ଚର୍ବି ହଟାଇବା ପାଇଁ କଣ ଖାଦ୍ୟ ଖାଇବାକୁ ହେବ ପଢନ୍ତୁ । ଲେମ୍ବୁ ଓ ଅଦା ସହିତ ଗ୍ରୀନ୍ ଟି ହେଉଛି ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ (Antioxidants) ଯାହା ମେଟାବୋଲିକରେ ଉନ୍ନତି ଆଣେ ଓ ଚର୍ବିକୁ ଶୀଘ୍ର କମାଇ ଥାଇ । ଅଦା ପେଟ ରୋଗ ଓ ଗ୍ୟାସ ସମସ୍ୟାକୁ ଦୂର କରିଥାଏ । ସେହିପରି ଲେମ୍ବୁ ଠାରୁ ଶରୀରକୁ ଭିଟାମିନ୍ ସି ମିଳିଥାଏ । ଏହି ଗ୍ରୀନ୍ ଟିକୁ କ୍ରମାଗତ ଭାବରେ ତିନି ଦିନ ପିଇଲେ, ଆପଣ ନିଜ ଭିତରେ ଏକ ଭଲ ପରିବର୍ତ୍ତନ ଅନୁଭବ କରିବେ ।

Also read- କିଲୋ ପ୍ରତି ଦର ୧ହଜାର, ହୋଇଯିବେ ଧନୀ