ମୁଢୀ-କ୍ଷୀର ମିଶାଇ ଖାଆନ୍ତୁ, ରକେଟ୍ ବେଗରେ କମିବ ଚର୍ବି
Advertisement
Article Detail0/zeeodisha/odisha1426220

ମୁଢୀ-କ୍ଷୀର ମିଶାଇ ଖାଆନ୍ତୁ, ରକେଟ୍ ବେଗରେ କମିବ ଚର୍ବି

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି ତେବେ କ୍ଷୀରରେ ମିଶାଇ ମୁଢୀ ଖାଆନ୍ତୁ । ଦେଖିବେ କିଛି ଦିନରେ ଓଜନ ହ୍ରାସ ହୋଇଥାଏ ।ଏହା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ । 

ମୁଢୀ-କ୍ଷୀର ମିଶାଇ ଖାଆନ୍ତୁ, ରକେଟ୍ ବେଗରେ କମିବ ଚର୍ବି

ପ୍ରତ୍ୟେକ ଓଡିଆଙ୍କ ଜଳଖିଆ ହେଉଛି ମୁଢୀ । ସେ ସକାଳ ହେଉ ବା ସନ୍ଧ୍ୟା ସମସ୍ତଙ୍କ ପ୍ରିୟ ଜଳଖିଆ ଭାବେ ମୁଢୀ ଆଦୃତ। ମୁଢୀ ମସଲା ହେଉ ବା ମୁଢୀ ଘାଣ୍ଟ ସମସ୍ତେ ପସନ୍ଦ କରିଥାଆନ୍ତି ଏହାକୁ ଖାଇବା ପାଇଁ । କିନ୍ତୁ ଆପଣ ଜାଣିଛନ୍ତି କି ମୁଢୀ ଖାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । କ୍ଷୀରରେ ମିଶାଇ ମୁଢୀ ଖାଇବା ଦ୍ବାରା ଓଜନ ହ୍ରାସ ସହଜ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ଖାଇଲେ ଓଜନ କମ ହେବ । 

ପୁଷ୍ଟିକର ଖାଦ୍ୟରେ ଭରପୂର-କିଛି ଲୋକଙ୍କ ଧାରଣା ମୁଢୀ ଖାଇଲେ ଚର୍ବି ବଢିଥାଏ ଏବଂ ସ୍ବାସ୍ଥ୍ୟା ପାଇଁ କ୍ଷତି ପହଞ୍ଚିଥାଏ । ଆପଣଙ୍କୁ କହି ରଖୁଛୁ କି ମୁଢୀରେ ଅଧିକ ପୁଷ୍ଟିକର ପଦାର୍ଥରେ ପରିପୂର୍ଣ୍ଣ । ୧୦୦ ଗ୍ରାମ ମୁଢୀରେ ୪୦୨ କ୍ୟାଲୋରୀ,0.୫ ଗ୍ରାମ ଚର୍ବି,୧.୭ ଗ୍ରାମ ଫାଇବର, ୬ ଗ୍ରାମ ପ୍ରୋଟିନ୍,୯୦ ଗ୍ରାମ ପ୍ରୋଟିନ୍,୯୦ ଗ୍ରାମ କାର୍ବୋହାଇଡ୍ରେଟ୍ ,୬ମିଲିଗ୍ରାମ କ୍ୟାଲସିୟମ ଏବଂ ୩୧.୭ ଆଇରନ ମିଳିଥାଏ । 
ଓଜନ ହ୍ରାସ କରିବାର ଉପାୟ-
ମୁଢୀ ଲୋ-କ୍ୟାଲୋରୀ କାରଣରୁ ଓଜନ କମ୍ କରିବାରେ ଖୁବ ଲାଭଦାୟକ ଅଟେ । ମୁଢୀ ଫାଇବର ଯୁକ୍ତ ଖାଦ୍ୟ ଅଟେ ଯେଉଁ କାରଣରୁ ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ କ୍ଷୀର ସହ ମୁଢୀ ଖାଆନ୍ତି ତେବେ ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ । କ୍ଷୀର ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଆପଣଙ୍କ ହରମୋନକୁ ବ୍ୟାଲେନ୍ସ ରଖିଥାଏ । ପ୍ରଥମେ କ୍ଷୀରକୁ ଗରମ କରନ୍ତୁ ଏବଂ ଏହା ପରେ ମୁଢୀକୁ ମିଶାଇ କିଛି ସମୟ  ରଖି ଏହାକୁ ଖାଆନ୍ତୁ । 

Also Read ; ଓଜନ ବୃଦ୍ଧିର ବଡ଼ ଶତୃ କଳା ଜିରା, ଶରୀରକୁ ଦିଏ ଅନେକ ଲାଭ
ଏହି ସମୟରେ ଖାଆନ୍ତୁ ମୁଢୀ-କ୍ଷୀର - 
ଓଜନ ହ୍ରାସ କରିବାକୁ ଚାହାଁନ୍ତି ତେବେ ଆପଣ କ୍ଷୀର-ମୁଢୀକୁ ଜଳଖିଆ,ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନରେ ଖାଇ ପାରିବେ । ଯେଉଁ ମାନେ ଜଳଖିଆରେ କ୍ଷୀର-ମୁଢୀ ଖାଉଛନ୍ତି ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ଯେଉଁ କାରଣରୁ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରୁହନ୍ତି ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।