Google Annual Search Report 2020: ଜାଣନ୍ତୁ, କାହାକୁ ଅଧିକ ଖୋଜିଛନ୍ତି ଜନତା
Advertisement
Article Detail0/zeeodisha/odisha874516

Google Annual Search Report 2020: ଜାଣନ୍ତୁ, କାହାକୁ ଅଧିକ ଖୋଜିଛନ୍ତି ଜନତା

 ମାହାମାରୀ ଯୋଗୁଁ ହୋଇଥିବା ଲକଡାଉନରେ ଲୋକେ ଅଧିକାଂଶ ସମୟ ବିତାଇଲେ। ଏହି ଅବଧି ମଧ୍ୟରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି। ତେବେ ସେମାନେ କେଉଁ କେଉଁ ବିଷୟରେ ଅଧିକ ସର୍ଚ୍ଚ କରିଥିଲେ ସେନେଇ Google ତାର Annual Search Report 2020 ପ୍ରକାଶ କରିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବର୍ଷ ୨୦୨୦ର ପ୍ରାରମ୍ଭିକ ୨ ମାସକୁ ଛାଡି ଦେଲେ ପୁରା ବର୍ଷଟା କୋରୋନା ନାଁରେ ରହିଲା। ମାହାମାରୀ ଯୋଗୁଁ ହୋଇଥିବା ଲକଡାଉନରେ ଲୋକେ ଅଧିକାଂଶ ସମୟ ବିତାଇଲେ। ଏହି ଅବଧି ମଧ୍ୟରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି। ତେବେ ସେମାନେ କେଉଁ କେଉଁ ବିଷୟରେ ଅଧିକ ସର୍ଚ୍ଚ କରିଥିଲେ ସେନେଇ Google ତାର Annual Search Report 2020 ପ୍ରକାଶ କରିଛି।

ଗୁଗୁଲର ବାର୍ଷିକ ସର୍ଚ୍ଚ ରିପୋର୍ଟ ଅନୁଯାୟୀ, 2020 ମସିହାରେ ପ୍ରତିଦିନ ଇଣ୍ଟରନେଟ୍ ବ୍ୟବହାରରେ ୪୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୯ ତୁଳନାରେ, ୨୦୨୦ରେ WORK FROM HOME jobs ସର୍ବାଧିକ ଖୋଜା ଯାଇଛି। ବିଗତ ବର୍ଷ ଅପେକ୍ଷା ଏହା ୧୪୦ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ONLINES jobsର ସନ୍ଧାନ ୫୦ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି।

Also Read: ଏଣିକି ପୋଷ୍ଟ୍ ଅଫିସରେ PAN Card ଆବେଦନ

ସେହିଭଳି App makingକୁ ନେଇ ହୋଇଥିବା ସନ୍ଧାନରେ ୨୦୧୯ ତୁଳନାରେ ୭୫ ପ୍ରତିଶତ ବୃଦ୍ଧି ହୋଇଛି। ONLINE BUSSINESS ଖୋଜା ୪୦ ପ୍ରତିଶତ ବୃଦ୍ଧି ଘଟିଛି। WORK FROM HOME jobs ଖୋଜୁଥିବା ରାଜ୍ୟଗୁଡ଼ିକରେ ତେଲେଙ୍ଗାନା ଆଗରେ ରହିଛି। ଏହା ପରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ ଏବଂ ମହାରାଷ୍ଟ୍ର ଅଛନ୍ତି।

ବିଗତ ବର୍ଷରେ, ମହାମାରୀ କୋରୋନା ସମୟରେ ବହୁ ସଂଖ୍ୟକ ଲୋକ ନିବେଶ ବିକଳ୍ପ ଖୋଜିଥିଲେ। ସେଥିପାଇଁ MUTUAL FUND ବିଷୟରେ ସର୍ବାଧିକ ସନ୍ଧାନ କରାଯାଇଛି। କିଛି ଲୋକ SELF FINANCING ମଧ୍ୟ ସର୍ଚ୍ଚ କରିଛନ୍ତି। ତେବେ MUTUAL FUND ସର୍ଚ୍ଚ ୧୨୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ SELF FINANCING ୫୦ ପ୍ରତିଶତ ବଢିଛି।

Also Read: INDvsENG Decider ODI : ରୋହିତ-ଧୱନ ଯୋଡି ରଚିଲେ ନୂଆ ଇତିହାସ

୨୦୨୦ରେ Googleରେ ଆଞ୍ଚଳିକ ଭାଷା ଉପରେ ସନ୍ଧାନ ବୃଦ୍ଧି ପାଇଛି। ଏହି ସମୟରେ, ଅଧିକାଂଶ ସନ୍ଧାନ Telugu ଭାଷାରେ କରାଯାଇଥିଲ। ଗତବର୍ଷ ତେଲୁଗୁ ଭାଷାରେ ୩୦ ପ୍ରତିଶତ ସର୍ଚ୍ଚ ହୋଇଥିବାବେଳେ ୨୫ ପ୍ରତିଶତ ହିନ୍ଦୀ ଏବଂ ୨୦ ପ୍ରତିଶତ ତାମିଲ ଭାଷାରେ ସର୍ଚ୍ଚ କରାଯାଇଥିଲା। ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ଜାଣିବା ପାଇଁ ଗୁଗୁଲ୍ ଅନୁବାଦ (Google Translation)ର ବହୁଳ ବ୍ୟବହୃତ ହୋଇଛି। ଏହି ସମୟରେ ପ୍ରାୟ ୧୭ ବିଲିୟନ ଥର ଗୁଗୁଲ୍ ଅନୁବାଦ ବ୍ୟବହୃତ ହୋଇଥିଲା।

ମହାମାରୀ ପାଇଁ ୨୦୨୦ରେ ଅନଲାଇନ୍ ସ୍ୱାସ୍ଥ୍ୟସେବା ଉପରେ ଲୋକଙ୍କ ନିର୍ଭରଶୀଳତା ବୃଦ୍ଧି ପାଇଲା। ଗୁଗୁଲର ରିପୋର୍ଟ ଅନୁଯାୟୀ, ୨୦୨୦ରେ ଅନଲାଇନ୍ ଡାକ୍ତରଙ୍କ ପରାମର୍ଶ (ONLINE DOCTOR CONSULTANCY) ସର୍ବାଧିକ ଖୋଜା ଯାଇଥିଲା। ୨୦୧୯ର ରିପୋର୍ଟକୁ ଆକଳନ ସହିତ ତୁଳନା କରାଯାଏ, ତେବେ ଏହାର ସନ୍ଧାନ ୩୦୦ ପ୍ରତିଶତ ବୃଦ୍ଧି ପାଇଛି।