ଓପନର ରୋହିତ ଶର୍ମା ଏବଂ ଶିଖର ଧୱନ ପ୍ରଥମ ୱିକେଟ୍ ପାଇଁ ଭାରତର ଏକ ଶକ୍ତ ଯୋଡି ସାବ୍ୟସ୍ତ ହୋଇଥିଲେ। ସେମାନେ ସେଞ୍ଚୁରୀ ପିଟି ଅଷ୍ଟ୍ରେଲୀୟ ଯୋଡି ଗ୍ରିଲକ୍ରିଷ୍ଟ ଓ ହେଡନଙ୍କୁ ପଛରେ ପକାଇଛନ୍ତି।
Trending Photos
ପୁଣେ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ଭ୍ରମଣକାରୀ ଦଳ ଟିମ୍ ଇଣ୍ତିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଓପନର ରୋହିତ ଶର୍ମା ଏବଂ ଶିଖର ଧୱନ ପ୍ରଥମ ୱିକେଟ୍ ପାଇଁ ଭାରତର ଏକ ଶକ୍ତ ଯୋଡି ସାବ୍ୟସ୍ତ ହୋଇଥିଲେ। ସେମାନେ ସେଞ୍ଚୁରୀ ପିଟି ଅଷ୍ଟ୍ରେଲୀୟ ଯୋଡି ଗ୍ରିଲକ୍ରିଷ୍ଟ ଓ ହେଡନଙ୍କୁ ପଛରେ ପକାଇଛନ୍ତି।
ପୁଣେ ଷ୍ଟାଡିୟମ (Pune stadium) ରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଶିଖର ଧୱନ (Shikhar Dhawan) ୬୭ ଏବଂ ରୋହିତ ଶର୍ମା (Rohit Sharma) ୩୭ ରନ କରିଛନ୍ତି। ଏହା ସହ ଦଳ ଇଂଲଣ୍ଡ ଆଗରେ ୩୩୦ର ବିଜୟ ଲକ୍ଷ ରଖିଛି। ଇଂଲଣ୍ଡ (England) ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଉଭୟେ ପ୍ରଥମ ୱିକେଟ୍ ପାଇଁ ୯୧ ବଲରେ ୧୦୩ ରନ କରିଥିଲେ। ରୋହିତ-ଧାୱନ ଯୋଡି ଏପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ୫୦୨୩ ରନ୍ କରିଛନ୍ତି।
Also Read: 'ଭଗବାନ' ଓ 'କାଞ୍ଜି ଲାଲ'ଙ୍କୁ କୋରୋନା
ଦିନିକିଆ ଫର୍ମାଟ (ODI format) ରେ ରୋହିତ ଶର୍ମା ଏବଂ ଶିଖର ଧୱନଙ୍କ ଭାରତୀୟ ଓପନିଂ ଯୋଡି ଏପର୍ଯ୍ୟନ୍ତ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୧୩ ଚାମ୍ପିଅନ୍ସ ଟ୍ରଫି (Champions Trophy) ରେ ରୋହିତ ଏବଂ ଧୱନ ପ୍ରଥମେ ଭାରତ ପାଇଁ ଖୋଲିଥିଲେ। ସେବେଠାରୁ ଏହି ଦୁଇ ଖେଳାଳି ଓପନର୍ ଭାବରେ ୫୦୦୦ରୁ ଅଧିକ ରନ୍ ଯୋଡିଛନ୍ତି। ଉଭୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ଦିନିକିଆରେ ୧୬ ଥର ଶତକ କିମ୍ବା ଅଧିକ ରନର ଭାଗିଦାରୀ କରିବାରେ ଗିଲକ୍ରିଷ୍ଟ ଏବଂ ହେଡେନଙ୍କ ରେକର୍ଡ ଭାଙ୍ଗିଛନ୍ତି।
ସଚିନ୍ ତେନ୍ଦୁଲକର (Sachin Tendulkar) ଏବଂ ସୌରଭ ଗାଙ୍ଗୁଲି (Sourabh Ganguly) ଙ୍କ ନାମରେ ଭାରତ (Team India) ର ସର୍ବାଧିକ ଦିନିକିଆ ପାର୍ଟନରସିପ୍ ସ୍ପୋର (Partnership score) ର ରେକର୍ଡ ଅଛି। ସେମାନେ ନିଜ କ୍ୟାରିଅରରେ ୮୨୨୭ ରନ୍ କରିଥିଲେ। ତାଙ୍କ ପରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଏବଂ ମହେଲା ଜୟୱର୍ଦନେ ଅଛନ୍ତି। ଶ୍ରୀଲଙ୍କାର ଏହି ଯୋଡି ୫୯୯୨ ରନ୍ ଭାଗିଦାରୀ କରିଛି।