ଅତ୍ୟଧିକ ମାତ୍ରାରେ ଗ୍ରୀନ ଟି ପିଇବା ବିପଦଜ୍ନନକ, ସାବଧାନ ହୋଇଯାଆନ୍ତୁ ଜାଣନ୍ତୁ କଣ ରହିଛି କ୍ଷତି
Advertisement

ଅତ୍ୟଧିକ ମାତ୍ରାରେ ଗ୍ରୀନ ଟି ପିଇବା ବିପଦଜ୍ନନକ, ସାବଧାନ ହୋଇଯାଆନ୍ତୁ ଜାଣନ୍ତୁ କଣ ରହିଛି କ୍ଷତି

ଅତ୍ୟଧିକ ଗ୍ରୀନ ଟି ପିଇବାକୁ ଭଲ ପାଆନ୍ତି ଯଦି, ତେବେ ସାବଧାନ ହୋଇଯାଆନ୍ତୁ। ନଚେତ୍ ଆପଣ ଲାଭ ପାଇବା ବଦଳରେ ପାଇବେ କ୍ଷତି । 

 

ପ୍ରତିକାତ୍ମକ ଫଟୋ

ଯେଉଁ ମାନେ ନିଜ ଫିଟନେସ୍ ବିଷୟରେ ଟିକେ ସଚେତନ, ସେମାନେ ବହୁତ ଆଶା ସହିତ ଗ୍ରୀନ ଟି ପିଅନ୍ତି କି ଏହା ସାହାଯ୍ୟରେ ନିଜ ଓଜନକୁ କମ୍ କରିପାରିବେ ଏବଂ ନିଜର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିପାରିବେ । ଏହାକୁ ନିୟମିତ ପିଇବା ଦ୍ବାରା କେଶରେ ଚମକ ଆସିଥାଏ କିନ୍ତୁ କୁହାଯାଏ କୌଣସି ଜିନିଷର ଅତ୍ୟଧିକ ବ୍ୟବହାର ଉଚିତ୍ ନୁହେଁ । ଗ୍ରୀନ ଟି କ୍ଷେତ୍ରରେ ବି ଏମିତି ଦେଖିବାକୁ ମିଳିଥାଏ । ଡାଏଟିସିଆନଙ୍କ ମତରେ ଯଦି ଆମେ ହର୍ବାଲ ଚା ଅଧିକ ପିଇବା ତେବେ ତାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । 

ଅତ୍ୟଧିକ ଗ୍ରୀନ ଟି ପିଇବାର କ୍ଷତି
ଯଦି ଆପଣ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଗ୍ରୀନ ଟି ପିଇଉଛନ୍ତି ତେବେ ଆପଣଙ୍କ ପେଟ ଦରଜ ହେବା,ଗ୍ୟାସ ହେବାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଏହାକୁ ଅଧିକ ପିଇବା ଦ୍ବାରା ପେଟରେ ଏସିଡ୍ ସୃଷ୍ଟି ହୋଇଥାଏ ଯାହା ଦ୍ବାରା ତରଳ ଝାଡା ହେବାର ଆଶଙ୍କା ସୃଷ୍ଟି କରେ । ଯେଉଁ ମାନେ ବୋବେଲ୍ ସିଣ୍ଡ୍ରୋମର ସମ୍ମୁଖୀନ ହେଉଛନ୍ତି ସେସମାନେ ଗ୍ରୀନ ଟି ପିଇବା ଉଚିତ୍ ନୁହେଁ । 

Also Read; ବ୍ରାଉନ ରାଇସ ଖାଆନ୍ତୁ ଚମତ୍କାର ଲାଭ ପାଆନ୍ତୁ, ଜାଣନ୍ତୁ କଣ ରହିଛି ଉପକାରିତା

୧- ଅତ୍ୟଧିକ ଗ୍ରୀନ ଟି ପିଇବା ଦ୍ବାରା ମୁଣ୍ଡବିନ୍ଧା ହୋଇପାରେ କାରଣ ଏଥିରେ ଥିବା କ୍ୟାଫେନ୍ ମାଇଗ୍ରେନ ରୋଗର କାରଣ ହୋଇପାରେ । ଯଦି ଆପଣଙ୍କୁ କ୍ୟାଫେନରୁ ଆଲର୍ଜି ହୁଏ ତେବେ ଗ୍ରୀନ ଟି ଠାରୁ ଦୂରେଇ ରୁହନ୍ତୁ । 

୨- ଗ୍ରୀନ ଟିରେ କ୍ୟାଫେନ୍ ମିଳିଥାଏ ଯାହା ନିଦ୍ରା ଅଭାବର କାରଣ ହୋଇପାରେ । ଏହି ହର୍ବାଲ ଚା ମେଲୋଟୋନିନ୍ ନାମକ ହରମୋନକୁ ଅସନ୍ତୁଳନ କରିଥାଏ ଯାହା ଦ୍ବାରା ନିଦ ନ ଆସିବାର କାରଣ ହୋଇଥାଏ । ଏଥିପାଇଁ ଯେଉଁ ମାନେ ୮ ଘଣ୍ଟା ଶୋଇପାରୁ ନାହାନ୍ତି ସେସମାନେ ଗ୍ରୀନ ଟି ପିଇବା ଉଚିତ୍ ନୁହେଁ । 

୩- ଯେଉଁମାନଙ୍କର କୋଷ୍ଠକାଠିନ୍ୟ ଅସୁବିଧା ରହିଛି ସେମାନେ ଆବଶ୍ୟକତାଠାରୁ ଅଧିକ ଗ୍ରୀନ ଟି ପିଇବା ଉଚିତ୍ ନୁହେଁ । ସାଧାରଣତଃ ଦିନରେ ୩ରୁ ୪ କପ୍ ଗ୍ରୀନ ଟି ଯଥେଷ୍ଟ ।