ବ୍ରାଉନ ରାଇସ ଖାଆନ୍ତୁ ଚମତ୍କାର ଲାଭ ପାଆନ୍ତୁ, ଜାଣନ୍ତୁ କଣ ରହିଛି ଉପକାରିତା
Advertisement
Article Detail0/zeeodisha/odisha1287847

ବ୍ରାଉନ ରାଇସ ଖାଆନ୍ତୁ ଚମତ୍କାର ଲାଭ ପାଆନ୍ତୁ, ଜାଣନ୍ତୁ କଣ ରହିଛି ଉପକାରିତା

ଭାତ ଆମ ଖାଦ୍ୟର ଏକ ଅତ୍ୟାବଶ୍ୟକ ଅଂଶ । ଯଦିଓ ଅରୁଆ ଚାଉଳ ମେଦବହୁଳତା ବୃଦ୍ଧି କରେ କିନ୍ତୁ ଯଦି ଆପଣ ବ୍ରାଉନ ରାଇସ ଖାଆନ୍ତି ଆପଣଙ୍କୁ ମିଳିବ ଅନେକ ଲାଭ ଜାଣନ୍ତୁ ଏହାର ଉପକାରିତା । 

ପ୍ରତିକାତ୍ମକ ଫଟୋ

ସାଧାରଣତଃ ଆମେ ସମସ୍ତେ ଭାତ ଖାଇବାକୁ ଭଲ ପାଆନ୍ତି । ଭାତ ଆମର ଖାଦ୍ୟର ଏକ ଅତ୍ୟାବଶ୍ୟକ ଅଂଶ ଅଟେ । କିନ୍ତୁ ଅରୁଆ ଚାଉଳ ରନ୍ଧା ଭାତ ଖାଇବା ଦ୍ବାରା ମେଦବହୁଳତା ବୃଦ୍ଧି ପାଇଥାଏ । ଏପରି ସ୍ଥିତିରେ ଲୋକେ ସମାଧାନ ଖୋଜନ୍ତି କି ସେ ଭାତ ବି ଖାଇବେ ଏବଂ ମୋଟାପଣ ମଧ୍ୟ ବୃଦ୍ଧି ନ ହେଉ । ଏମିତିରେ ଆପଣଙ୍କର ପାଇଁ ଗୋଟିଏ ଉପାୟ ହେଉଛି ବ୍ରାଉନ ରାଇସ୍ । ଏଥିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ରହିଥାଏ । ଏଥିରେ ଆଇରନ୍, ମ୍ୟାଗ୍ନେସିୟମ, ମାଙ୍ଗାନିଜ, କାର୍ବୋହାଇଡ୍ରେଟ୍ , ପ୍ରୋଟିନ୍ ଏବଂ ଫାଇବର ଭରପୂର ମିଳିଥାଏ । 

ବ୍ରାଉନ ରାଇସ୍ କିପରି ଓଜନ ହ୍ରାସ କରେ -
ଅରୁଆ ଚାଉଳ ଅପେକ୍ଷା ବ୍ରାଉନ ରାଇସରେ ତିନି ଗୁଣ ଅଧିକ ଫାଇବର ମିଳିଥାଏ । ଓଜନ ହ୍ରାସ କରିବା ପାଇଁ ଫାଇବର ବହୁତ ସାହାଯ୍ୟକାରୀ ।  ଅରୁଆ ଭାତ ଅପେକ୍ଷା ବ୍ରାଉନ ରାଇସରେ ବହୁତ କମ୍ ଷ୍ଟାର୍ଚ ଥାଏ । ସେପଟେ ଅରୁଆ ଚାଉଳରେ ଅଧିକ କାର୍ବ ସମୃଦ୍ଧ ଖାଦ୍ୟ ଅଟେ । ତେଣୁ ଅଧିକ ଅରୁଆ ଭାତ ଖାଇବା ଦ୍ବାରା ଆପଣଙ୍କ ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଅନ୍ୟପଟେ ବ୍ରାଉନ ରାଇସ ଆପଣଙ୍କୁ ଅତ୍ୟଧିକ ଖାଦ୍ୟ ଖାଇବାରୁ ରକ୍ଷା କରିଥାଏ । 

Also Read ; କଣ ପନିର ଓ ଅଣ୍ଡା ଏକାଠି ଖାଇବା ଦ୍ବାରା ଓଜନ କମିଥାଏ, ଜାଣନ୍ତୁ ସତ କଣ

ବ୍ରାଉନ ରାଇସ ସ୍ବାସ୍ଥ୍ୟ ପାଇଁ ଉତ୍ତମ-
ବ୍ରାଉନ ରାଇସ ଖାଇବା ଦ୍ବାରା ପେଟ ଭଲ ଭାବେ ପୁରି ଯାଏ । ଯେଉଁଥି ପାଇଁ ବାରମ୍ବାର ଭୋକିଲା ଅନୁଭବ ହୁଏ ନାହିଁ ଯାହା ଫଳେ ଆପଣ ଅତ୍ୟଧିକ ଭୋଜନରୁ ନିଜକୁ ଦୂରରେ ରଖିପାରିବେ । ଅନ୍ୟପଟେ ଅରୁଆ ଭାତ ଖାଇବା ଦ୍ବାରା ଶୀଘ୍ର ହଜମ ହୋଇଥାଏ ଓ ବାରମ୍ବାର ଭୋକ ଲାଗି ଥାଏ ଯାହା ଫଳରେ ଅଧିକ ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇଥାଏ । ଏଥିପାଇଁ ବ୍ରାଉନ ରାଇସ ଓଜନ ହ୍ରାସ କରିବା ପାଇଁ ଅତ୍ୟଧିକ ଲାଭଦାୟକ ଅଟେ । 

ଅନେକ ଉପକାରିତାରେ ଭରପୂର ବ୍ରାଉନ ରାଇସ୍ -
ମଧୁମେହ, ଉଚ୍ଚ ରକ୍ତଚାପ, ଏବଂ ହୃଦରୋଗ ପାଇଁ ଏହା ଅଧିକ ଲାଭଦାୟକ ଅଟେ । ଏହାକୁ ପ୍ରତ୍ୟେକ ଦିନ ସେବନ କଲେ ଆପଣଙ୍କ କୋଷ୍ଠକାଠିନ୍ୟ ଅସୁବିଧାକୁ ଦୂର କରିଥାଏ । ବ୍ରାଉନ ରାଇସ୍ ଆପଣଙ୍କ cellsକୁ କର୍କଟ ରୋଗରୁ ରକ୍ଷା କରିଥାଏ । ବ୍ରାଉନ ରାଇସ୍ ରେ ସେଲିନିୟମ ଏବଂ ମାଙ୍ଗାନିଜ ମିଳିଥାଏ । ସେଲିନିୟମ ଆପଣଙ୍କ ଥାଇରଡ୍ ହରମୋନକୁ ଉତ୍ପାଦନରେ ସାହାଯ୍ୟ କରିଥାଏ ଏବଂ ମାଙ୍ଗାନିଜ ଶରୀରକୁ ଶକ୍ତି ଯୋଗାଇ ଥାଏ ।