Guru Asta 2024: ୩ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ଚାକିରିରେ ପଦୋନ୍ନତି ସହ ଆକସ୍ମିକ ଧନଲାଭର ରହିଛି ଯୋଗ!
Advertisement

Guru Asta 2024: ୩ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ଚାକିରିରେ ପଦୋନ୍ନତି ସହ ଆକସ୍ମିକ ଧନଲାଭର ରହିଛି ଯୋଗ!

Guru Asta 2024: ବୃହସ୍ପତି ମହାରାଜ୍ ଆସନ୍ତା ମେ ୧ ତାରିଖ ଦିନ ବୃଷ ରାଶିରେ ପ୍ରବେଶ କରିବେ। ପରେ ପୁଣି ସେହି ରାଶିରେ ମେ ୩ ତାରିଖ ରାତି ୧୦ଟା ୮ ମିନିଟ୍ ସମୟରେ ଅସ୍ତ ହେବେ।  ବୃଷ ରାଶିରେ ବୃହସ୍ପତିଙ୍କ ଅସ୍ତ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। 

Guru Asta 2024: ୩ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ଚାକିରିରେ ପଦୋନ୍ନତି ସହ ଆକସ୍ମିକ ଧନଲାଭର ରହିଛି ଯୋଗ!

Guru Asta 2024: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ। ତେବେ, ଏହି କ୍ରମରେ ବୃହସ୍ପତି ମହାରାଜ୍ ଆସନ୍ତା ମେ ୧ ତାରିଖ ଦିନ ବୃଷ ରାଶିରେ ପ୍ରବେଶ କରିବେ। ପରେ ପୁଣି ସେହି ରାଶିରେ ମେ ୩ ତାରିଖ ରାତି ୧୦ଟା ୮ ମିନିଟ୍ ସମୟରେ ଅସ୍ତ ହେବେ।  ବୃଷ ରାଶିରେ ବୃହସ୍ପତିଙ୍କ ଅସ୍ତ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। କାହିଁକିନା ବୈଦିକ ଜ୍ୟୋତିଶ ଦେବଗୁରୁ ବୃହସ୍ପତିଙ୍କୁ (jupiter) ସୁଖର କାରକ ବୋଲି କୁହାଯାଏ । ଜାତକ ବା ରାଶିରେ ଏହି ଗ୍ରହର ସ୍ଥିତି ବ୍ୟକ୍ତିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିଥାଏ । ବୃହସ୍ପତିଙ୍କ ଆଶୀର୍ବାଦ ହେତୁ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସାମଗ୍ରୀକ ସୁଖ ଲାଭ କରିଥାଏ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହିତ ବିବାହ ରେ ବିଳମ୍ବ ହେଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। 

ALSO READ: Weather Update: ଏପ୍ରିଲଠୁ ଅଧିକ କଲବଲ କରିବ ମେ! ଆଜି ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଧନବାନ୍ ହେବେ ଏହି ସବୁ ରାଶି: 

ମେଷ: ବୃଷ ରାଶିରେ ବୃହସ୍ପତିଙ୍କ ଅସ୍ତ ହେବା ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷକରି,କ୍ୟାରିୟରରେ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବୃଦ୍ଧି ହେବ। ଆୟ ବଢିବ। ବ୍ୟବସାୟୀଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। କୌଣସି ଏକ ବଡ଼ ଡିଲ୍ ଫାଇନାଲ୍ ହୋଇପାରେ।  ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆଶା କରୁଥିବା ଦିଗରୁ ଅର୍ଥ ମିଳିବ। ବୈବାହିକ ଜୀବନ ସୁଖମୟ ହେବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ପିତାମାତାଙ୍କ ଆଶୀର୍ବାଦ ହେତୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ।

କର୍କଟ: ଦେବଗୁରୁ ବୃହସ୍ପତି ଏହି ରାଶିଙ୍କ ଭାଗ୍ୟ ବଦଳାଇବେ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଯେଉଁମାନେ ଅବିବାହିତ ଅଛନ୍ତି । ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ଠାରୁ ବିଭିନ୍ନ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଭଲ ରେଜଲ୍ଟ ମିଳିବ। କଠିନ ପରିଶ୍ରମର ଫଳ ପାଇବେ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି।

ତୁଳା:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବିରାଟ୍ ପରିବର୍ତ୍ତନ ଆସିବ। ଏହି ରାଶିଙ୍କ ଦୁଃଖ କଷ୍ଟକୁ ହରଣ କରିବେ ବୃହସ୍ପତି ମହାରାଜ୍ । ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି।  ଏହି ଅବଧି ମଧ୍ୟରେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବା ସହ ଦାରିଦ୍ରତା ପାଖ ମାଡିବ ନାହିଁ। ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ବା ପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ସହଯୋଗ କରିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢିବ। ଆୟର ନୂତନ ଉତ୍ସ ମଧ୍ୟ ସୃଷ୍ଟି ହେବ। ଯାହା ଆର୍ଥିକ ସ୍ଥିତିକୁ ସୁଦୃଢ କରିବ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)