Puri News: ପଦକ ବିଜେତା କିଶୋରଙ୍କ ଘରେ କାହିଁକି ରାତି ଅଧରେ ପହଞ୍ଚିଲା ପୋଲିସ? କାରଣ ଜାଣନ୍ତୁ...
Advertisement
Article Detail0/zeeodisha/odisha1901256

Puri News: ପଦକ ବିଜେତା କିଶୋରଙ୍କ ଘରେ କାହିଁକି ରାତି ଅଧରେ ପହଞ୍ଚିଲା ପୋଲିସ? କାରଣ ଜାଣନ୍ତୁ...

Puri News:  ହାଙ୍ଗଝୌ ଏସିଆନ୍ ଗେମସରେ (ଗୁରୁବାର) ଭାରତ ପାଇଁ ଏକ ଗୌରବର ଦିନ ଥିଲା କହିଲେ ଅତୃକ୍ତି ହେବ ନାହିଁ । କାହିଁକିନା ଭାରତକୁ ଏସୀୟ କ୍ରୀଡାରେ ଗତକାଲି ଦୁଇଟି ପଦକ ମିଳିଛି ।  ଜାଭଲିନ୍ ଥ୍ରୋରେ (Javelin Throw) ସୁନା ପୁଅ ନୀରଜ ଚୋପ୍ରା  (Neeraj Chopra)ସ୍ବର୍ଣ୍ଣ ପଦକ ଜିତି ଥିବା ବେଳେ  ଓଡି଼ଆ ପୁଅ କିଶୋର ଜେନା ମଧ୍ୟ ଜାଭିଲିନ୍ ଥ୍ରୋରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ଯାହାକୁ ନେଇ ସାରା ଭାରତ ଖୁସିରେ ଝୁମି ଉଠୁଛି । 

Puri News: ପଦକ ବିଜେତା କିଶୋରଙ୍କ ଘରେ କାହିଁକି ରାତି ଅଧରେ ପହଞ୍ଚିଲା ପୋଲିସ? କାରଣ ଜାଣନ୍ତୁ...

Puri News: ଏସୀୟ କ୍ରୀଡ଼ାରେ ( Asian Games 2023) ଭାରତ ପାଇଁ ଗୌରବ ଆଣିଲେ ଦୁଇ ଓଡି଼ଆ ପୁଅ । ହାଙ୍ଗଝୌ ଏସିଆନ୍ ଗେମସରେ (ଗୁରୁବାର) ଭାରତ ପାଇଁ ଏକ ଗୌରବର ଦିନ ଥିଲା କହିଲେ ଅତୃକ୍ତି ହେବ ନାହିଁ । କାହିଁକିନା ଭାରତକୁ ଏସୀୟ କ୍ରୀଡାରେ ଗତକାଲି ଦୁଇଟି ପଦକ ମିଳିଛି ।  ଜାଭଲିନ୍ ଥ୍ରୋରେ (Javelin Throw) ସୁନା ପୁଅ ନୀରଜ ଚୋପ୍ରା  (Neeraj Chopra)ସ୍ବର୍ଣ୍ଣ ପଦକ ଜିତି ଥିବା ବେଳେ  ଓଡି଼ଆ ପୁଅ କିଶୋର ଜେନା ମଧ୍ୟ ଜାଭିଲିନ୍ ଥ୍ରୋରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ଯାହାକୁ ନେଇ ସାରା ଭାରତ ଖୁସିରେ ଝୁମି ଉଠୁଛି । କେବଳ ସେତିକି ନୁହେଁ, ଓଡି଼ଆ ପୁଅ କିଶୋର ଜେନାଙ୍କ ଗାଁ ପୁରୀ ବ୍ରହ୍ମଗିରି ଅଞ୍ଚଳରେ ବି ଖୁସିର ଲହରୀ ଦେଖିବାକୁ ମିଳିଛି ।  ଖାସ୍ କରି  କିଶୋରଙ୍କ ପରିବାର ଲୋକଙ୍କ ଖୁସିତ କହିଲେ ନ ସରେ। 

Also Read: Asian Games 2023: ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ସିନ୍ଧୁ ବାଦ୍‍ ପଡ଼ିଲେ

ଏସୀୟ କ୍ରୀଡା ଆରମ୍ଭ ହେବା ଦିନ ଠାରୁ ଚାପରେ ରହୁଥିଲେ କିଶୋରଙ୍କ ପୂରା ପରିବାର । ଏସୀୟ କ୍ରୀଡ଼ାରେ କିଭଳି ରହିବ କିଶୋରଙ୍କ ପ୍ରଦର୍ଶନ ? ଏହି ଇଭେଣ୍ଟରେ ମେଡାଲ ଜିତିବେ ନା ନୀରାଶ ହୋଇ ଖାଲି ହାତରେ ଘରକୁ ଫେରିବେ। ଏହି ସବୁ ଅସୁମାରୀ ଭାବନା ନେଇ ପୁଅର ପ୍ରଦର୍ଶନକୁ ଟିଭିରେ ଦେଖୁଥିଲେ ପରିବାର ଲୋକେ । ଜାଭେଲିନ୍ ଥ୍ରୋ ଚୂଡ଼ାନ୍ତ ପ୍ରତିଯୋଗିତା ଚାଲିଥିବା ବେଳେ, ଉତ୍ସୁକତାର ସହ ଟିଭିକୁ ଅନାଇ ରହିଥିଲେ ସମସ୍ତେ। ଆଉ ହଠାତ୍ ରୌପ୍ୟଜିତି ସମସ୍ତଙ୍କୁ ଚମକାଇ ଦେଇଥିଲେ କିଶୋର। ଏହା ଦେଖି,  ଖୁସିରେ, କାନ୍ଦି ପକାଇଥିଲେ କିଶୋରଙ୍କ ମାଆ। କିଶୋର ଯେତେବେଳେ ଜାଭେଲିନରେ ରୌପ୍ୟ ପଦକ ହାସଲ କଲେ ବାପା, ମାଆ, ଭାଇ ଓ ଭଉଣୀ ସାଙ୍ଗକୁ ସାହି ପଡିଶାରେ ଖୁସିରେ ନାଚି ଉଠିଥିଲେ।

 ସେପଟେ କିଶୋର ମେଡାଲ ଜିତିବା ପରେ ପୁରୀ ପୋଲିସ କିଛି କର୍ମଚାରୀ ରାତିରେ କିଶୋରଙ୍କ ଘରେ ପହଞ୍ଚିଥିଲେ। ଏବଂ ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଇ ଫୁଲତୋଡା ଦେବା ସହ ମିଠା ଖୁଆଇ ଖୁସି ମନାଇଥିଲେ। ତେବେ, କିଶୋର ଭଲ ଖେଳିଥିଲେ। ସ୍ୱର୍ଣ୍ଣପଦକ ହାସଲ କରିବେ ବୋଲି ଆଶାଥିଲା । ମାତ୍ର ବହୁ ଚେଷ୍ଟା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ସିଲଭର ମେଡାଲ ହାସଲ କରିଛନ୍ତି ବୋଲି କହିଛନ୍ତି ପରିବାର। ଏହି ରୌପ୍ୟ ପଦକ ସହିତ କିଶୋର ସିଧା ସଳଖ ପ୍ୟାରିସ୍ ଅଲମ୍ପିକ୍  (Paris 2024 Olympic Games) ପାଇଁ ଯୋଗ୍ୟତା ହାସଲ କରିଛନ୍ତି।