କେଶ ଝଡୁଛି କି? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଉପାୟ
Advertisement

କେଶ ଝଡୁଛି କି? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଉପାୟ

Hair Fall Problem: କେଶରେ ବିଭିନ୍ନ ପ୍ରକାର କେମିକାଲ୍‌ ଯୁକ୍ତ ରଙ୍ଗ, ଜେଲ୍‌ ଶ୍ୟାମ୍ପୁ, କଣ୍ଡିସନ୍‌ର ଆଦିର ବ୍ୟବହାର ସାଙ୍ଗକୁ ହେୟାର ଷ୍ଟ୍ରେଟନିଂ, କର୍ଲି, ଡ୍ରାଏ ଆଦି ହେୟାର ଷ୍ଚାଇଲ୍‌ କରାଇବା ଦ୍ୱାରା କେଶ ଝଡିବା ସମସ୍ୟା ଦେଖାଦିଏ ।

କେଶ ଝଡୁଛି କି? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଉପାୟ

Hair Fall Problem: ବର୍ତ୍ତମାନ ଯୁବପିଢୀଙ୍କ ମଧ୍ୟରେ କେଶ ଝଡ଼ିବା ଓ ଚନ୍ଦାପଣ ଏକ ପ୍ରମୁଖ  ସମସ୍ୟା ପାଲଟି ଯାଇଛି । ତେଣୁ କେଶ ନଥିବାରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ । ମାତ୍ର ଆପଣ ମାନେ ଚିନ୍ତା କରନ୍ତୁ ନାହିଁ । ଆସନ୍ତୁ ଜାଣିବା କାହିଁକି କେଶ ଝଡ଼େ (Hair Fall) ଏହାର କାରଣ ଓ ନିରାକରଣ କେମିତି କରିବେ ସେ ସମ୍ପର୍କରେ 

ଆଜିର  ଯୁବକ ଯୁବତୀମାନେ ସିଗାରେଟ୍ ଟାଣିବା ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ପ୍ରତି ଆକୃଷ୍ଟ ହେବା ଦ୍ୱାରା ସେମାନଙ୍କ ଠାରେ କେଶ ଝଡିବା ସମସ୍ୟା ଦେଖାଦେଉଛି।  ହରମୋନ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଓ ପରିବର୍ତ୍ତତ ଜୀବନଶୈଳୀ ଯୁବାବସ୍ଥାରେ କେଶ ଝଡିବା ବା ଚନ୍ଦାପଣ ଲାଗି ମୁଖ୍ୟତଃ ଦାୟୀ ।  ଯୁବପିଢି ପୁଷ୍ଟିକର ଖାଦ୍ୟ ପରିବର୍ତ୍ତେ ବର୍ତ୍ତମାନ ଜଙ୍କଫୁଡ୍‌, ଫାଷ୍ଟ ଫୁଡ୍‌ ଦ୍ୱାରା ଶରୀରକୁ ଆବଶ୍ୟକୀୟ ମାତ୍ରାରେ ପ୍ରୋଟିନ୍‌ ମିଳିପାରୁନାହିଁ ।  ଯୁବାବସ୍ଥାରୁ କେଶ ଝଡିବା, ପାଚିବା ସହ ଅନେକଙ୍କ ଠାରେ ଚନ୍ଦାପଣ ଦେଖାଦେଉଛି । କେଶରେ ବିଭିନ୍ନ ପ୍ରକାର କେମିକାଲ୍‌ ଯୁକ୍ତ ରଙ୍ଗ, ଜେଲ୍‌ ଶ୍ୟାମ୍ପୁ, କଣ୍ଡିସନ୍‌ର ଆଦିର ବ୍ୟବହାର ସାଙ୍ଗକୁ ହେୟାର ଷ୍ଟ୍ରେଟନିଂ, କର୍ଲି, ଡ୍ରାଏ ଆଦି ହେୟାର ଷ୍ଚାଇଲ୍‌ କରାଇବା ଦ୍ୱାରା କେଶ ଝଡିବା ସମସ୍ୟା ଦେଖାଦିଏ ।

କିଭଳି କେଶର ଯତ୍ନ ନେବେ 

କେଶକୁ ମଜବୁତ୍‌ କରିବା ପାଇଁ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଓ ପ୍ରଚୁର ପନିପରିବା ଖାଆନ୍ତୁ । ସପ୍ତାହରେ ଅତି କମ୍‌ରେ ୨ ଥର ନଡ଼ିଆ ତେଲ ବା ଅନ୍ୟ ତେଲ ଲଗାଇ ମସାଜ୍‌ କରନ୍ତୁ ଏବଂ ପରେ କେଶକୁ ଧୋଇ ଦିଅନ୍ତୁ କିମ୍ବା ସଫା କରି ଦିଅନ୍ତୁ । ଯେଉଁଦିନ କେଶ ସଫା କରିବାର ଅଛି ତା’ର କିଛି ସମୟ ପୂର୍ବରୁ ପାଚିଲା କଦଳୀରେ ମହୁ ମିଶ୍ରଣ କରି ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ । ତାହାକୁ ନିଜ ମୁଣ୍ଡରେ ଲଗାନ୍ତୁ । ଲଗାଇବା ପରେ କଦଳୀ କେଶରେ ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । କେଶ ଶୁଖିଯିବା ପରେ ମୁଣ୍ଡକୁ ସଫା କରିଦିଅନ୍ତୁ । ଆପଣ ମହୁରେ ଲେମ୍ବୁ ରସ ମିଶାଇ ମଧ୍ୟରେ କେଶରେ ଲଗାଇ ପାରିବେ । ଏହା ଦ୍ୱାରା କେଶର ରୁକ୍ଷପଣ ଦୂର ହୋଇଥାଏ ଓ ଅପେକ୍ଷାକୃତ କେଶ ଝଡ଼ିବା କମ୍‌ ହୋଇଥାଏ ।

-  ଆପଣ ଲଗାଇଉଥିବା ତେଲ ବୋତଲ୍‌ରେ କିଛି ମେଥି ଗୁଣ୍ଡ କରି ପକାଇ ଦିଅନ୍ତୁ। ମେଥି ନୂଆ ‌ଚୁଟି ଉଠାଇବାରେ ସାହାଯ୍ୟ କରିଥାଏ । ଆପଣଙ୍କର ଝଡ଼ି ଯାଇଥିବା କେଶ ସ୍ଥାନରୁ ନୂଆ କେଶ ଉଠାଇବାରେ ମେଥି ବିଶେଷ ସହାୟକ ହେବ ।

- ସପ୍ତାହକୁ ଅତିକମରେ ୨ ଦିନ କେଶ ଶାମ୍ପୁ କରିବା ଉଚିତ । କେଶ ମୂଳରେ ନଖଉଷୁମ ବାଦାମ ତେଲ କିମ୍ବା ନଡ଼ିଆ ତେଲ ମାଲିସ କରନ୍ତୁ । ଶୀତଦିନେ କେଶର କଣ୍ଡିସନିଂ କରିବା ନିତାନ୍ତ ଜରୁରୀ ।

- ନଚେତ ସପ୍ତାହକୁ ଥରୁଟିଏ ହେନା ପ୍ୟାକ ଲଗାଇବା ସମୟରେ ସେଥିରେ ମହୁ ଓ ଦହି ଅଳ୍ପ ମିଶାଇ କେଶମୂଳରେ ଲଗାଇ ସାମ୍ପୁ  କରିନେବେ ।

- ଶୀତଦିନେ କେଶକୁ ସ୍କାର୍ଫରେ ବାନ୍ଧି ରଖନ୍ତୁ । ବାହାର ଧୂଳି କେଶରେ ରହି ସଂକ୍ରମଣ କରିବାର ଭୟ ଥାଏ ।  
  
- ଶୀତଦିନରେ କେଶ ଅଧିକ ଝଡିବାକୁ ଲାଗେ । ଏହାକୁ କମାଇବାକୁ ହେଲେ କେଶରେ ତେଲ ଲଗାନ୍ତୁ ।

ଏହା ବି ପଢ଼ନ୍ତୁ:-ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବ…ଡାର୍ଲିଙ୍ଗ୍

ଏହା ବି ପଢ଼ନ୍ତୁ:-ସର୍ଭେ: ବିହାରରେ ସରକାର ପରିବର୍ତ୍ତନ ଯୋଗୁ ବିଜେପିକୁ ଝଟକା ତ କଂଗ୍ରେସକୁ ଲାଭ, ଆଜି ଲୋକସଭା ନିର୍ବାଚନ ହେଲେ ଏନଡିଏକୁ ମିଳିବ ଏତିକି ଆସନ

ଏହା ବି ପଢ଼ନ୍ତୁ:-ସର୍ଭେ: ପିଏମ ମୋଦିଙ୍କ ଉତ୍ତରାଧିକାରୀ କିଏ? ବିଜେପିର ଏହି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

 

-  କେଶକୁ ସବୁବେଳେ ମଇଶ୍ଚରାଇଜଜ୍ ରଖିବା ପାଇଁ ଅଲିଭ୍, ବାଦାମ୍ କିମ୍ବା ନଡ଼ିଆ ତେଲର ବ୍ୟବହାର କରନ୍ତୁ ।

-  ଯେ କୌଣସି ତେଲ ହେଉ ନା କାହିଁକି, ଶୀତଦିନରେ ସବୁବେଳେ ତେଲକୁ ଉଷୁମ କରି କେଶ ମୂଳରେ ମାଲିସ୍ କରନ୍ତୁ ।

- ବିଶେଷ ଭାବେ ଶୀତଦିନରେ କେଶ କଲରିଂ ଠାରୁ ଦୂରେଇ ରହନ୍ତୁ ।

- ଯଦି  ଆପଣ ତୁରନ୍ତ  ରୂପି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଦହିରେ ଅଣ୍ଡାର ଧଳା ଅଂଶକୁ ମିଶାଇ ଏହାକୁ କେଶ ମୂଳରେ ମାଲିସ କରି ୩୦ ମିନିଟ ରଖନ୍ତୁ ।୩୦ ମିନିଟ ପରେ ମୁଣ୍ଡ ଧୋଇ ଦିଅନ୍ତୁ ।

- ଲେମ୍ବୁ ଓ ମହୁ ମିଶାଇ କେଶ ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ  ।