Periods Tips: ମାସିକ ଋତୁସ୍ରାବ ସମୟରେ କେଶ ଧୋଇବା ଶରୀର ପାଇଁ ଲାଭ ନା କ୍ଷତି ଜାଣନ୍ତୁ?
Advertisement
Article Detail0/zeeodisha/odisha2089726

Periods Tips: ମାସିକ ଋତୁସ୍ରାବ ସମୟରେ କେଶ ଧୋଇବା ଶରୀର ପାଇଁ ଲାଭ ନା କ୍ଷତି ଜାଣନ୍ତୁ?

Periods Tips: ଋତୁସ୍ରାବ ସମୟରେ ଥଣ୍ଡା ପାଣିରେ ଗାଧୋଇବା ଅନୁଚିତ୍ । କାରଣ ଥଣ୍ଡା ପାଣି କାରଣରୁ ରକ୍ତସ୍ରାବ ଉପରେ ପ୍ରଭାବ ପକାଇଥାଏ। ସେହିପରି ଋତୁସ୍ରାବ ସମୟରେ ମୁଣ୍ଡ ଧୋଇ ଗାଧୋଇଲେ କିଛି କ୍ଷତି ହୋଇନଥାଏ। ତେବେ ଏହି ସମୟରେ ଥଣ୍ଡା ପାଣି ନୁହେଁ ଗରମ ପାଣି ତଥା ଉଷୁମ ପାଣିରେ ଗାଧୋଇଲେ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। 

 

Periods Tips: ମାସିକ ଋତୁସ୍ରାବ ସମୟରେ କେଶ ଧୋଇବା ଶରୀର ପାଇଁ ଲାଭ ନା କ୍ଷତି ଜାଣନ୍ତୁ?

Periods Tips: ପ୍ରତ୍ୟେକ ନାରୀଙ୍କ କ୍ଷେତ୍ରରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ପ୍ରତିଟି ନାରୀ କୈଶୋର ଅବସ୍ଥା ଅତିକ୍ରମ କରିବା ପରେ ମାସିକ ଧର୍ମର ସାମ୍ନା କରିଥାଏ। ହେଲେ ସବୁଠାରୁ ବଡ଼ କଥା ହେଲା ଏହି ପ୍ରାକୃତିକ ପ୍ରକ୍ରିୟାରେ ଉକ୍ତ ନାରୀକୁ ଅସହ୍ୟ ଯନ୍ତ୍ରଣା ଦେଇ ଗତି କରିବାକୁ ପଡ଼ିଥାଏ। ତେବେ ଜ୍ୟୋତିଷଶାସ୍ତ୍ର ଠାରୁ ଆରମ୍ଭ କରି ମେଡିକାଲ ଟର୍ମ ଅନୁଯାୟୀ ମାସିକ ଧର୍ମରେ ଅନେକ କିଛି ପ୍ରକ୍ରିୟା ଉଲ୍ଲେଖ ରହିଛି। ଗାଁ ଗଣ୍ଡାରେ ଦେଖିଥିବେ କିମ୍ବା ସୂଚନା ପାଇଥିବେ ଯେ, ମାସିକ ଋତୁସ୍ରାବ ସମୟରେ ମହିଳା ମାନେ ମୁଣ୍ଡ ଧୋଇବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସୁଦ୍ଧ ପୁତ୍ତ ହେବା ପାଇଁ ରାତି ହେଉ ବା ଦିନ ମାସିକ ଧର୍ମର ସମ୍ମୁଖୀନ ହେବା ମାତ୍ରେ ମୁଣ୍ଡ ଧୋଇବାକୁ ପଡ଼ିଥାଏ । ହେଲେ କେବେ ଭାବିଛନ୍ତି ଋତୁସ୍ରାବ ସମୟରେ ମୁଣ୍ଡ ଧୋଇ ଗାଧୋଇବା ଶରୀର ପାଇଁ ଲାଭ ନା କ୍ଷତି । ଆସନ୍ତୁ ଜାଣିବା...

ପୁରୁଣା ଯୁଗରେ ବାଥରୁମ ବା ଗାଧୁଆ ଘର ନଥିବାରୁ ମହିଳା ମାନେ ନଦୀ, ପୋଖରୀକୁ ଗାଧୋଇବାକୁ ଯାଉଥିଲେ । ଯାହା ଫଳରେ ଋତୁସ୍ରାବ ସମୟରେ ସେମାନଙ୍କୁ ମୁଣ୍ଡ ଧୋଇ ଗାଧୋଇବାକୁ ପଡୁଥିଲା । ଏହାଛଡ଼ା ମୁଣ୍ଡ ଧୋଇ ଗାଧୋଇଲେ ମଧ୍ୟ ପ୍ରାକୃତିକ ଉପାୟରେ ଶରୀରରୁ ରକ୍ତସ୍ରାବ ହେଉଥିବାରୁ ଭଗବାନଙ୍କ ଆରାଧନା କରିବା ନିଷେଧ ହୋଇଥାଏ। ସେହିପରି କୁହାଯାଏ ଯେ, ଋତୁସ୍ରାବ ସମୟରେ (Monthly Period Circle) ଥଣ୍ଡା ପାଣିରେ ଗାଧୋଇବା ଅନୁଚିତ୍ । କାରଣ ଥଣ୍ଡା ପାଣି କାରଣରୁ ରକ୍ତସ୍ରାବ ଉପରେ ପ୍ରଭାବ ପକାଇଥାଏ। ସେହିପରି ଋତୁସ୍ରାବ ସମୟରେ ମୁଣ୍ଡ ଧୋଇ ଗାଧୋଇଲେ କିଛି କ୍ଷତି ହୋଇନଥାଏ। ତେବେ ଏହି ସମୟରେ ଥଣ୍ଡା ପାଣି ନୁହେଁ ଗରମ ପାଣି ତଥା ଉଷୁମ ପାଣିରେ ଗାଧୋଇଲେ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। 

ଋତୁସ୍ରାବ ସମୟରେ ଶରୀରର ତାପମାତ୍ରାରେ ପରିବର୍ତ୍ତନ ଦେଖାଦିଏ। ଋତୁସ୍ରାବ ସମୟରେ ଶରୀରରେ ତାପମାତ୍ରା ଗରମ ରହିବା ଭଲ । ଏହାଦ୍ୱାରା ରକ୍ତସ୍ରାବ ସଠିକ୍ ଭାବେ ହୋଇଥାଏ ଓ ଯନ୍ତ୍ରଣାରୁ ମୁକ୍ତି ମଧ୍ୟ ମିଳିଥାଏ। ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଋତୁସ୍ରାବ ସମୟ ଗୋଟିଏ ମାସରେ ୫ ରୁ ୭ଦିନ ଧରି ହୋଇଥାଏ। ଏହାରି ମଧ୍ୟରେ ଶରୀରରୁ ପର୍ଯ୍ୟାପ୍ତ ପରିମାଣର ରକ୍ତସ୍ରାବ ହୋଇଥାଏ। ତେବେ ୫ ରୁ ୭ ଦିନ ମଧ୍ୟରେ ଏହାର ପ୍ରବାହ ଧିରେ ଧିରେ ବନ୍ଦ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର(Jyotisha Shastra) ଅନୁଯାୟୀ, ଋତୁସ୍ରାବରେ ରକ୍ତସ୍ରାବ ବନ୍ଦ ପରେ ଏହାର ପରଦିନ ମୁଣ୍ଡ ସଫା ବା ମୁଣ୍ଡ ଧୋଇପାରିବେ। ସେହିପରି ଏହାକୁ ନେଇ କୌଣସି ବୈଜ୍ଞାନିକ କାରଣ ନାହିଁ ସତ ହେଲେ ବିଶେଷଜ୍ଞଙ୍କ ଅନୁଯାୟୀ, ପିରିୟଡସ ସମୟରେ ମୁଣ୍ଡ ଧୋଇବା ଦ୍ୱାରା ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚି ନଥାଏ। 

ଋତୁସ୍ରାବ ସମୟରେ ଶରୀରରେ ହରମୋନାଲ ଚେଞ୍ଜେସ ଦେଖାଦିଏ । ଯାହା ଫଳରେ ଶରୀର ସହ ମୁଣ୍ଡକୁ ସଫା କରିବା ଜରୁରୀ । ହେଲେ ଏହି ସମୟରେ ଗରମ ବା ଉଷୁମ ପାଣିର ବ୍ୟବହାର କରିବା ଶରୀର ପାଇଁ ବହୁତ ଭଲ ହୋଇଥାଏ।  

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।