Exercise & Health: ସପ୍ତାହକୁ କେତେ ଦିନ ବ୍ୟାୟାମ କରିବା ଉଚିତ୍ ? ଜାଣନ୍ତୁ କ'ଣ କହୁଛନ୍ତି ହେଲଥ୍ ଏକ୍ସପର୍ଟ
Advertisement

Exercise & Health: ସପ୍ତାହକୁ କେତେ ଦିନ ବ୍ୟାୟାମ କରିବା ଉଚିତ୍ ? ଜାଣନ୍ତୁ କ'ଣ କହୁଛନ୍ତି ହେଲଥ୍ ଏକ୍ସପର୍ଟ

How Much Exercise Do You Need: ବ୍ୟାୟାମ (Exercise)ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବ୍ୟାୟାମ (Exercise) କରିବା ସାମଗ୍ରିକ ସ୍ୱାସ୍ଥ୍ୟରେ(Health) ଉନ୍ନତି ଆସିବା ସହ ଶରୀରର ରୋଗମୁକ୍ତ ରୁହେ । ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ୍ (bollywood actress sushmita sen) ଚଳିତ ମାସ ଆରମ୍ଭରେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଶାରୀରିକ ଭାବରେ ସକ୍ରିୟ ରହି ସେ ତାଙ୍କ ଜୀବନ ରକ୍ଷା କରିଥିଲେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

How Much Exercise Do You Need: ବ୍ୟାୟାମ (Exercise)ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବ୍ୟାୟାମ (Exercise) କରିବା ସାମଗ୍ରିକ ସ୍ୱାସ୍ଥ୍ୟରେ(Health) ଉନ୍ନତି ଆସିବା  ସହ ଶରୀରର ରୋଗମୁକ୍ତ ରୁହେ । ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ୍ (bollywood actress sushmita sen) ଚଳିତ ମାସ ଆରମ୍ଭରେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଶାରୀରିକ ଭାବରେ ସକ୍ରିୟ ରହି ସେ ତାଙ୍କ ଜୀବନ ରକ୍ଷା କରିଥିଲେ। ନିକଟରେ ଏକ ସାକ୍ଷାତକାରରେ  ସୁସ୍ମିତା ସେନଙ୍କୁ ଚିକିତ୍ସା କରୁଥିବା ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ରାଜୀବ ଭଗବତ(Dr. Rajeev Bhagwat) ଏକ ସାକ୍ଷାତକାରରେ ଅଭିନେତ୍ରୀଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ। ସେ କହିଥିଲେ ଯେ, ବ୍ୟାୟାମ ଯୋଗୁଁ ସୁସ୍ମିତା ସେନ୍ ତାଙ୍କ ଜୀବନ ଫେରି ପାଇଲେ । ଏବଂ ସେ ବ୍ୟାୟାମ୍ କଲେ କଣ ସବୁ ଫାଇଦା ମିଳେ ତାହା ମଧ୍ୟ କହିଛନ୍ତି । ଏବଂ ସପ୍ତାହକୁ କେତେ ଥର ବ୍ୟାୟାମ୍ କରିବା ଉଚିତ୍ ସେ ନେଇ ନିଜର ମତ ରଖିଛନ୍ତି । 

ମୁମ୍ବାଇର ହୃଦରୋଗ ବିଶେଷଜ୍ଞ ରାଜୀବ ଭଗବତ(Dr. Rajeev Bhagwat)  ଏକ ସାକ୍ଷାତକାରରେ କହିଛନ୍ତି ଯେ , ସୁସ୍ମିତା ସେନ୍ ପୁରା ଫିଟ୍  । ଠିକ୍ ଭାବରେ ବ୍ୟାୟାମ କରୁଥିବା ଯୋଗୁଁ ସୁସ୍ମିତା ସେନ୍ ହୃଦଘାତରୁ ବର୍ତ୍ତି ଯାଇଥିଲେ । ବ୍ୟାୟାମରୁ ଲୋକଙ୍କ ସ୍ବାସ୍ଥ୍ୟକୁ ଅନେକ ଫାଇଦା ମିଳିଥାଏ ଏବଂ ହୃଦୟ ଜନିତ ସମସ୍ୟା ବା ହୃଦରୋଗ ଆପଣଙ୍କ ଠାରେ ଦେଖାଯାଇ ନ ଥାଏ । ଯଦି ବ୍ୟାୟାମ ସଠିକ୍ ଭାବରେ କରାଯାଏ,ତେବେ, ବହୁ ରୋଗ ମଧ୍ୟ ଆପଣଙ୍କୁ ଛୁଇଁ ପାରେ ନାହିଁ । ଜିମ୍ ଯାଇ ଝାଳ ବୁହାଇବା ବର୍ତ୍ତମାନ ଏକ ପ୍ରକାର ବିପଦ ବୋଲି ସାବ୍ୟସ୍ତ ହେଲାଣୀ । କାହିଁକିନା ଏକାଧିକ ସେଲିବ୍ରେଟି ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତରେ ଟଳି ପଡିବା ଭଳି ଅନେକ ଘଟଣା ମଧ୍ୟ ନିକଟରେ ଦେଖିବାକୁ ମିଳିଛି । ସେଥିପାଇଁ ସତର୍କତା ସହିତ ବ୍ୟାୟାମ କରିବା ଉଚିତ୍ ।

Also Read : Celebrities Suicide: ଆତ୍ମହତ୍ୟା ଫାଶରେ ଏହି ସବୁ ସେଲିବ୍ରିଟି, ଦେଖନ୍ତୁ ଫଟୋ

Also Read : Crime News: ଚାରି ଛୁଆଙ୍କୁ ଧରି କୂଅକୁ ଡେଇଁ ପଡ଼ିଲେ ମାଆ, କାରଣ କରିଦେବ ଆଶ୍ଚର୍ଯ୍ୟ

ସପ୍ତାହରେ  ଏତିକି ଦିନ ବ୍ୟାୟାମ କରିବା ଉଚିତ୍:
ଅଭିନେତ୍ରୀଙ୍କୁ ଚିକିତ୍ସା କରୁଥିବା ହୃଦ୍‌ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ ସମସ୍ତେ ସପ୍ତାହରେ ମାତ୍ର 3 ରୁ 4 ଦିନ ବ୍ୟାୟାମ କରିବା ଉଚିତ(health exercising should be 3 or 4 days per week)। ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ ନୁହେଁ । ବ୍ୟାୟାମ ପରେ ଶରୀରକୁ ବ୍ୟାୟାମର ଚାପରୁ ମୁକ୍ତ କରିବା ପାଇଁ  କିଛି ସମୟ ଥଣ୍ତା ପବନରେ ବସିବା ଉଚିତ୍ । ଯଦି ଆପଣଙ୍କ ପାଖରେ ଥଣ୍ତା ପବନରେ ବସିବା ପାଇଁ ସମୟ ନଥାଏ, ତେବେ ଆପଣ ବ୍ୟାୟାମ କରିବାର ଲାଭ ପାଇବେ ନାହିଁ । ପର୍ଯ୍ୟାପ୍ତ ନିଦ ଏବଂ ବିଶ୍ରାମ ବିନା କ୍ରମାଗତ ବ୍ୟାୟାମ କରିବା ହରମୋନ୍ ସ୍ତରକୁ ଖରାପ କରିପାରେ । ଯେଉଁ କାରଣରୁ, ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପଡିପାରେ । 

ଡାକ୍ତରଙ୍କ କହିବାନୁସାରେ,ଲୋକମାନେ ଜିମ୍ ସମୟରେ ମଧ୍ୟ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ୍ । ଅତ୍ୟଧିକ ଜିମ୍ କରିବା ଉଚିତ୍ ନୁହେଁ ଏବଂ ପ୍ରତିଦିନ 7-8 ଘଣ୍ଟା ଶୋଇବା ପରେ ହିଁ ଜିମ୍ ଯିବା ଉଚିତ୍ । ଜିମ୍ ଏକ ଫ୍ୟାଶନ୍ ହେବା ଉଚିତ୍ ନୁହେଁ ଏବଂ ଏହାକୁ ଏକ ସୁସ୍ଥ କାର୍ଯ୍ୟକଳାପ ଭାବରେ ବିବେଚନା କରାଯିବା ଉଚିତ୍ । ଅତ୍ୟଧିକ ଜିମ୍ କରିବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ ଏବଂ ଏଥିରୁ ଜୀବନ ମଧ୍ୟ ଯାଇପାରେ। ଜିମ୍ ଯିବା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଉଚିତ୍, ନ ଶୋଇ ଜିମ୍ ଗଲେ ହୃଦଘାତର ଆଶଙ୍କା ବଢିଥାଏ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । 

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)