Morning Tips: ପ୍ରାୟତଃ ଲୋକମାନେ ଭାବନ୍ତି ଯେ, ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ କଣ ଖାଇବା ଦରକାର । ଯାହା ଦ୍ବାରା ଦିନସାରା ସତେଜ ଲାଗିବା ସହ ଭୋକ ମଧ୍ଯ ହେବନାହିଁ । ଆମେ ଆଜି ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ ।
Trending Photos
Morning Tips: ସକାଳେ ଉଠିବା ପରେ ଲୋକମାନେ ବିଭିନ୍ନ ପ୍ରକାର ଜିନିଷ ଖାଇବାକୁ ଚିନ୍ତା କରିଥାଆନ୍ତି । ସେହିପରି ଅନେକ ଲୋକ ଚା ତ ଆଉ କେତେକ ଲୋକେ ଫାଷ୍ଟଫୁଡ୍ ଖାଇ ନିଜର ଦିନ ଆରମ୍ଭ କରିଥାଆନ୍ତି । କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ ହୋଇଥାଏ । ପ୍ରାୟତଃ ଲୋକମାନେ ଭାବନ୍ତି ଯେ, ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ କଣ ଖାଇବା ଦରକାର । ଯାହା ଦ୍ବାରା ଦିନସାରା ସତେଜ ଲାଗିବା ସହ ଭୋକ ମଧ୍ଯ ହେବନାହିଁ । ଆମେ ଆଜି ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ ।
ମହୁ ଓ ଲେମ୍ବୁ ପାଣି
ସକାଳୁ ଖାଲି ପେଟରେ ଉଷୁମ ପାଣି ସହ ମହୁ ଓ ଲେମ୍ବୁ ( Honey) ମିଶାଇ ପିଇବା ଉଚିତ୍ । ଏହା ପିଇବା ଦ୍ବାରା ପେଟ ପରିଷ୍କାର ରହିଥାଏ । ମହୁରେ ଥିବା ଫ୍ଲାଭୋନାଏଡ଼ ଓ ଏନଜାଇମ୍ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ପ୍ରତିଦିନ ସକାଳୁ ଗରମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଉଛନ୍ତି ତାହାଲେ ଏହା ଆପଣଙ୍କ ମେଟାବୋଲିଜିମକୁ (Metabolism) କମ୍ କରିଥାଏ ।
ଭଣ୍ତା ଓ ତରଭୁଜ
ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ ଭଣ୍ତା (papaya) ଓ ତରଭୁଜ (watermelon) ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏହି ଉଭୟ ଫଳକୁ ସୁପରଫୁଡ୍ ବୋଲି କୁହାଯାଏ । ସକାଳୁ ସକାଳୁ ଏହାକୁ ଖାଲି ପେଟରେ ଏହି ଦୁଇ ଫଳକୁ ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ବୃଦ୍ଧି ହୋଇଥାଏ । ଆପଣ ଜଳଖିଆରେ ମଧ୍ଯ ଏହାକୁ ଖାଇପାରିବେ । ତରଭୁଜ ଇଲେକ୍ଟ୍ରୋଲାଇଟରେ ଭରପୂର ଥିବାରୁ ଏହା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ସେହିପରି ଏଥିରେ ଥିବା ଲାଇକୋନ୍ ଆପଣଙ୍କ ଆଖି ଓ ହୃଦୟ ପାଇଁ ମଧ୍ଯ ସହାୟକ ହୋଇଥାଏ ।
Also Read-Curry Leaves Benefits: ସକାଳୁ ଖାଲି ପେଟରେ ଖାଆନ୍ତୁ ଭୃସଙ୍ଗ ପତ୍ର, ଦୂର ହେବ ଏହିସବୁ ସମସ୍ୟା!
ଡ୍ରାଏ ଫ୍ରୁଡ଼ସ୍
ରାତିରେ ଶୋଇବା ପୂର୍ବରୁ ବାଦାମକୁ (Almond) ପାଣିରେ ବତୁରାଇ ରଖନ୍ତୁ । ଏହାକୁ ସକାଳୁ ଦାନ୍ତ ଘଷିବା ପରେ ଖାଲି ପେଟରେ ଖାଆନ୍ତୁ । ଏହାଛଡ଼ା ସକାଳେ ଆପଣ କୌଣସି ବି ଡ୍ରାଏ ଫୁଟସ (Dry fruits) ଖାଇପାରିବେ । ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପେଟର ପିଏଚ ସ୍ତରକୁ ମଧ୍ୟ ସ୍ୱାଭାବିକ କରିଥାଏ । ଏହା ବ୍ୟତୀତ, ରାତିରେ ଭିଜାଇଥିବା ବାଦାମ ସକାଳେ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବେଶ ଲାଭଦାୟୀ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଦିନ ସାରା ସତେଜ ଅନୁଭୂତ ହୋଇଥାଏ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)