୩୦ ବର୍ଷ ହେବା ପରେ ପ୍ରତ୍ୟେକ ମହିଳାଙ୍କୁ କରିବା ଉଚିତ୍ ଏହି ୫ଟି ଟେଷ୍ଟ
Advertisement
Article Detail0/zeeodisha/odisha1275046

୩୦ ବର୍ଷ ହେବା ପରେ ପ୍ରତ୍ୟେକ ମହିଳାଙ୍କୁ କରିବା ଉଚିତ୍ ଏହି ୫ଟି ଟେଷ୍ଟ

Health Tips: ବୟସ ବଢ଼ିବା ସହିତ ମହିଳାମାନଙ୍କୁ ହାଇ କୋଲେଷ୍ଟ୍ରଲ, ସ୍ତନ ଓ ଗର୍ଭାଶୟ କର୍କଟ ଭଳି ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ସେମାନଙ୍କୁ ଏହାଠାରୁ ବର୍ତ୍ତିବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା । ଜାଣନ୍ତୁ ବିସ୍ତୃତ ଭାବରେ ...

ସାଙ୍କେତିକ ଫଟୋ

Health Tips For Women: ମହିଳାମାନେ ସାଧାରଣତଃ ଏକ ସମୟରେ ଅନେକ କାର୍ଯ୍ୟ କରିବାରେ ପାରଙ୍ଗମ । ସେ ଘରେ ଓ ବାହାରେ ନିଜର ଦାୟିତ୍ୱ ପୂରଣ କରିବା ସହ ଜୀବନରେ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରନ୍ତି । କିନ୍ତୁ ବୟସ ବୃଦ୍ଧି ବ୍ୟକ୍ତିର ମେଟାବୋଲିଜିମ୍ ଉପରେ ସବୁଠାରୁ ବଡ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ଅନେକ ରୋଗ ତାଙ୍କୁ ଅକାଳରେ ଘେରିବା ଆରମ୍ଭ କରନ୍ତି ।  ବୟସ ବଢ଼ିବା ସହିତ ମହିଳାମାନଙ୍କୁ ହାଇ କୋଲେଷ୍ଟ୍ରଲ, ସ୍ତନ ଓ ଗର୍ଭାଶୟ କର୍କଟ ଭଳି ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ସେମାନଙ୍କୁ ଏହାଠାରୁ ବର୍ତ୍ତିବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା । ଜାଣନ୍ତୁ ୩୦ ବର୍ଷ ପରେ କେଉଁ ୫ ଟି ଟେଷ୍ଟ ମହିଳାମାନଙ୍କୁ କରିବା ଅତ୍ୟନ୍ତ ଜରୁରୀ ...

କମ୍ପ୍ଲିଟ ବ୍ଲଡ଼ କାଉଣ୍ଟ (Complete blood count)
କମ୍ପ୍ଲିଟ ବ୍ଲଡ଼ କାଉଣ୍ଟକୁ ଇଂରାଜୀରେ CBC କୁହାଯାଏ । ଏହି ବ୍ଲଡ଼ ଟେଷ୍ଟ ମାଧ୍ୟମରେ ମହିଳାମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଜାଣିହେବ । ଯେକୌଣସି ପ୍ରକାରର ସଂକ୍ରମଣ, ରକ୍ତହୀନତା, ଡିଜଅର୍ଡ଼ର ଓ କେତେକ କ୍ଷେତ୍ରରେ କର୍କଟ ରୋଗ ମଧ୍ୟ CBC ଦ୍ୱାରା ଚିହ୍ନଟ ହୋଇପାରେ । କମ୍ପ୍ଲିଟ ବ୍ଲଡ଼ କାଉଣ୍ଟରେ ଲାଲ ରକ୍ତ କଣିକା (R.B.C), ଧଳା ରକ୍ତ କଣିକା (W.B.C), ହେମୋଗ୍ଲୋବିନ୍, ହେମାଟୋକ୍ରାଇଟ୍ (Hct) ଓ ପ୍ଲେଟଲେଟ୍ସ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିଥାଏ ।

ଲିପିଡ୍ ପ୍ରୋଫାଇଲ୍ ଟେଷ୍ଟ (Lipid profile test)
ଲିପିଡ ପ୍ରୋଫାଇଲ୍ ଟେଷ୍ଟ ରକ୍ତରେ ନିର୍ଦ୍ଦିଷ୍ଟ ଚର୍ବି ଅଣୁଗୁଡ଼ିକର ପରିମାଣ ମାପ କରିଥାଏ । ଏହି ଟେଷ୍ଟରେ ଅନେକ ପ୍ରକାରର କୋଲେଷ୍ଟ୍ରଲ ଚିହ୍ନଟ କରାଯାଇପାରେ । ଏହି ଟେଷ୍ଟ ହୃଦରୋଗ ଓ ରକ୍ତଭଣ୍ଡାରର ସ୍ୱାସ୍ଥ୍ୟ ଯାଞ୍ଚ କରିବାରେ ସାହାଯ୍ୟ କରେ । ଲିପିଡ ପ୍ରୋଫାଇଲକୁ ଟ୍ରାକିଂ କରିବା ଦ୍ୱାରା ଖାଇବା ଅଭ୍ୟାସ, ଡାଏଟ, ଷ୍ଟ୍ରେସ, ବ୍ୟାୟାମ ଓ ଜୀବନଶୈଳୀକୁ ସଂଶୋଧନ କରିବା ପାଇଁ କରାଯାଇପାରିବ । ଥାଇରଏଡ୍ କିମ୍ବା ପଲିସିଷ୍ଟିକ୍ ଓଭାରି ରୋଗ ସାଧାରଣତଃ ଏକ ଖରାପ ଲିପିଡ୍ ପ୍ରୋଫାଇଲ୍ ସହିତ ଜଡିତ ।

ଥାଇରଏଡ୍ ଫଙ୍କସନ ଟେଷ୍ଟ (Thyroid function test)
ଭାରତରେ ପ୍ରାୟ ୧୦ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଥାଇରଏଡ ସମସ୍ୟାରେ ପୀଡିତ । ୩୦ ବର୍ଷ ପରେ ମହିଳାମାନେ ଥାଇରଏଡ୍ ଟେଷ୍ଟ କରିବା ଆବଶ୍ୟକ । ଏହାର ସାଧାରଣ ଲକ୍ଷଣଗୁଡିକ ହେଉଛି ମାସିକରେ ଅନିୟମିତ ଦେଖାଦେବା, ହଠାତ୍ ଓଜନ ବୃଦ୍ଧି, କେଶ ଝାଡ଼ିବା କିମ୍ବା ବନ୍ଧ୍ୟାକରଣ ।

ବ୍ଲଡ଼ ସୁଗାର ଟେଷ୍ଟ (Blood sugar test)
ଅନେକ ମହିଳା ୩୦ ବର୍ଷରୁ ଅଧିକ ହେବା ମାତ୍ରେ ମଧୁମେହର ଶିକାର ହୁଅନ୍ତି । ମଧୁମେହ ହେଲେ ଶରୀର ସଠିକ୍ ଭାବରେ ଇନସୁଲିନ୍ ଉତ୍ପାଦନ କରେ ନାହିଁ । ଶକ୍ତି ଓ ରକ୍ତ ଶର୍କରା ବ୍ୟବହାର ପାଇଁ ଇନସୁଲିନ୍ ଜରୁରୀ ଅଟେ ।

ପେପ୍ ସ୍ମାର୍ ଟେଷ୍ଟ (Pap smear test)
ଆଜିକାଲି ମହିଳାମାନଙ୍କଠାରେ ଗର୍ଭାଶୟ କର୍କଟ ରୋଗ ଦ୍ରୁତ ଗତିରେ ବଢୁଛି । ପ୍ୟାପ୍ ସ୍ମାର୍ ସ୍କ୍ରିନିଂ ମାଧ୍ୟମରେ ପ୍ରାରମ୍ଭିକ ଅବସ୍ଥାରେ ଗର୍ଭାଶୟ କର୍କଟ ଚିହ୍ନଟ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ୩୦ ରୁ ଅଧିକ ବୟସର ମହିଳାମାନେ ପ୍ରତି ୫ ବର୍ଷରେ ଥରେ ପ୍ୟାପ୍ ସ୍ମାର୍ ଟେଷ୍ଟ କରିବା ଉଚିତ୍ ।

ଏହା ବି ପଢ଼ନ୍ତୁ: ହିନ୍ଦୁମାନଙ୍କୁ ତାଲିବାନର ଅପିଲ: 'ଫେରି ଆସ ଆଫଗାନିସ୍ତାନ, ମିଳିବ ସୁରକ୍ଷାର ପୂରା ଗ୍ୟାରେଣ୍ଟି'