ଚା’ରେ ଅନେକ ପୁଷ୍ଟିକର ଗୁଣ ଅଛି ଯାହା ଶରୀରକୁ ସତେଜ ରଖେ । ଏହା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । କିନ୍ତୁ ଆପଣ ଜାଣନ୍ତି କି ବାରମ୍ବାର ଗରମ କରି ଚା' ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
Trending Photos
ନୂଆଦିଲ୍ଲୀ: ଆମ ମଧ୍ୟରୁ ଅଧିକାଂଶ ଲୋକ ଦିନର ଶୁଭାରମ୍ଭ ଚା’ (Tea) ସହିତ ଆରମ୍ଭ କରନ୍ତି । ଏହାର ଚମତ୍କାର ସ୍ୱାଦ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ । ଚା' ଜଣକୁ ଅନ୍ୟ ଜଣଙ୍କ ସଂଯୋଗ କରିବା ପାଇଁ ମଧ୍ୟ କାମ କରେ । ଚା’ରେ ଅନେକ ପ୍ରକାରର ଗୁଣ ରହିଛି, ଆମେ ଏହାକୁ ପିଇବା ପରେ ସତେଜ ଅନୁଭବ କରୁ । ଏହା ଆମର ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅଫିସ କାମର ଥକ୍କାପଣ ଦୂର କରିବା ପାଇଁ ପ୍ରୟାତଃ ଅଧିକାଂଶ ଲୋକ ଚା’ ପିଅନ୍ତି । ଯଦିଓ କିଛି ଲୋକଙ୍କ ପାଖରେ ଆବଶ୍ୟକତାଠାରୁ ଅଧିକ ଚା' ପିଇବାର ଅଭ୍ୟାସ ଦେଖିବାକୁ ମିଳିଥାଏ ।
ଏପରି ପରିସ୍ଥିତିରେ, ଅନେକ ଥର ଆମେ ଚା' ତିଆରି କରିବାରେ ଅଳସୁଆ ଦେଖାଇଥାଉ, ଯେଉଁ କାରଣରୁ ଆମେ ଏକ ସମୟରେ ବହୁ ପରିମାଣର ଚା' ତିଆରି କରିଦେଇଥାଉ ଓ ସମୟ ସମୟରେ ଗରମ କରିବା ପରେ ଏହାକୁ ପିଇଥାଉ । କିନ୍ତୁ ଆପଣ ଜାଣନ୍ତି କି ବାରମ୍ବାର ଗରମ କରି ଚା' ପିଇବା ସ୍ୱାସ୍ଥ୍ୟ ପାଇଁ ବଡ କ୍ଷତି କରିଥାଏ । ଜାଣନ୍ତୁ ଚା’ ବାରମ୍ବାର ଗରମ କରି କାହିଁକି ପିଇବା ଉଚିତ୍ ନୁହେଁ ।
ଅଧିକ ପଢ଼ନ୍ତୁ: ଏୟାରଫୋର୍ସରେ ବାହାରିଲା ବମ୍ପର ନିଯୁକ୍ତି, ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ
ସ୍ୱାଦ ଓ ଗନ୍ଧ ଖରାପ ହୋଇଥାଏ
ଚାକୁ ବାରମ୍ବାର ଗରମ କରିବା ଦ୍ୱାରା ଏହାର ସ୍ୱାଦ ଓ ସୁଗନ୍ଧକୁ ନଷ୍ଟ ହୋଇଯାଇଥାଏ । ଏହି ଦୁଇଟି ଜିନିଷ ଚା’ରେ ସ୍ପେଶାଲ । ଏହା ବ୍ୟତୀତ ଚା'କୁ ବାରମ୍ବାର ଗରମ କଲେ ଏହାର ପୋଷକ ତତ୍ତ୍ୱ ମଧ୍ୟ କମିଯାଏ ।
ଭୂତାଣୁ ବୃଦ୍ଧି ହୁଏ
ତିଆରି ହୋଇଥିବା ଚା'କୁ ଦୀର୍ଘ ସମୟ ପରେ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । କାରଣ ଚା’ରେ ମାଇକ୍ରୋବାୟଲ୍ ସୃଷ୍ଟି ହେବା ଆରମ୍ଭ କରେ । ଏହି ମୃଦୁ ଭୂତାଣୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଦୁଗ୍ଧ ଚା’ ଅଧିକାଂଶ ଘରେ ତିଆରି କରାଯାଏ ଯେଉଁଠାରେ କ୍ଷୀରର ପରିମାଣ ଅଧିକ ଥାଏ । ଏହି କାରଣରୁ ମାଇକ୍ରୋବାୟଲ୍ ବିପଦ ବଢିଥାଏ । ଏଥି ସହିତ, ହର୍ବାଲ ଚା' ଗରମ କରିବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ କିଏ ଏହି ଭୁପେନ୍ଦ୍ର ପଟେଲ, ଯିଏ ଗୁଜରାଟର ହେଲେ ନୂତନ ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
ବାରମ୍ବାର ଗରମ କରି ଚା' ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ । ଯଦି ଆପଣ ଏହି ଅଭ୍ୟାସକୁ ପରିବର୍ତ୍ତନ ନକରନ୍ତି, ତେବେ ଦୀର୍ଘ ସମୟ ପରେ ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଏହାଦ୍ୱାରା ଇମ୍ଫଲାମେସନ ରୋଗ ହୋଇପାରେ । ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
ଅଧିକ ପଢ଼ନ୍ତୁ: ୯/୧୧ ଆକ୍ରମଣ ଷଡ଼ଯନ୍ତ୍ରରେ ସାମିଲ ଥିଲା ସାଉଦି ଆରବ? ଗୁପ୍ତ ରିପୋର୍ଟରୁ ହେଲା ଏହି ଖୁଲାସା
ଜଣାନ୍ତୁ ଚା' ସହିତ ଜଡିତ ବିଶେଷ ତଥ୍ୟ
୧. ଯଦି ଆପଣ ଚା'କୁ ୧୫ ମିନିଟ୍ ପରେ ଗରମ କରନ୍ତି, ତେବେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଏ ନାହିଁ ।
୨. ଦୀର୍ଘ ସମୟ ପରେ ଚା' ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
୩. ସର୍ବଦା ଯେତିକି ଚା’ ଆପଣ ପିଇବା ଆବଶ୍ୟକ କରନ୍ତି ସେତିକି ତିଆରି କରନ୍ତୁ, ଯେପରି ପରବର୍ତ୍ତୀ ସମୟରେ ଚା’ ବଳକା ନ ରହିବା ଉଚିତ୍ ।