ଏୟାରଫୋର୍ସରେ ବାହାରିଲା ବମ୍ପର ନିଯୁକ୍ତି, ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ
Advertisement

ଏୟାରଫୋର୍ସରେ ବାହାରିଲା ବମ୍ପର ନିଯୁକ୍ତି, ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ମାଧ୍ୟମରେ ୧୪୭ ଟି ପଦବୀ ନିଯୁକ୍ତ ହେବ । ଦଶମରୁ ନେଇ ସ୍ନାତକୋତ୍ତର ପାସ କରିଥିବା ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ବୟସ ସୀମା, ଚୟନ ପ୍ରକ୍ରିୟା ସହିତ ଅଫିସିଆଲ୍ ୱେବସାଇଟ୍ joinindianairforce.gov.in ରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (Indian Air Force) ମଲ୍ଟି ଟାସ୍କିଂ ଷ୍ଟାଫ୍, କୁକ୍, ଏଲଡ଼ିସି, ଷ୍ଟୋର କିପର, ପେଣ୍ଟର୍ ସହିତ ଅନେକ ପଦବୀ ପାଇଁ ନିଯୁକ୍ତି ଦେବ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ୨ ଅକ୍ଟୋବର ମଧ୍ୟରେ ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଏଥିପାଇଁ ଆବେଦନ କରିପାରିବେ । ଆବେଦନ କରିବାକୁ ସମ୍ପୂର୍ଣ୍ଣ ବିବରଣୀ ସରକାରୀ ୱେବସାଇଟରେ ବିସ୍ତୃତ ଭାବରେ ଦିଆଯାଇଛି । 

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ମାଧ୍ୟମରେ ୧୪୭ ଟି ପଦବୀ ନିଯୁକ୍ତ ହେବ । ଦଶମରୁ ନେଇ ସ୍ନାତକୋତ୍ତର ପର୍ଯ୍ୟନ୍ତ ପାସ କରିଥିବା ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ବୟସ ସୀମା, ଚୟନ ପ୍ରକ୍ରିୟା ଅଫିସିଆଲ୍ ୱେବସାଇଟ୍ joinindianairforce.gov.in ରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି । 

ଅଧିକ ପଢ଼ନ୍ତୁ: ପିତା ଜବରଦସ୍ତ କଲେ Virginity Test, ଯନ୍ତ୍ରଣା ବଖାଣି କାନ୍ଦିପକାଇଲେ ଝିଅ

ନିଯୁକ୍ତି ବିବରଣୀ
କାର୍ପେଣ୍ଟର  - ୦୩ ଟି ପୋଷ୍ଟ 
କୁକ - ୨୩ ଟି ପୋଷ୍ଟ 
ମଲ୍ଟି ଟାସ୍କିଂ ଷ୍ଟାଫ୍ - ୧୦୩ ଟି ପୋଷ୍ଟ
ହାଉସ କିପିଂ ଷ୍ଟାଫ୍ - ୨୩ ଟି ପୋଷ୍ଟ 
ଲୋୟର ଡିଭିଜନାଲ କ୍ଲର୍କ - ୧୦ ଟି ପୋଷ୍ଟ 
ଷ୍ଟୋର କିପର- ୦୬ ଟି ପୋଷ୍ଟ
ପେଣ୍ଟର - ୦୨ ଟି ପୋଷ୍ଟ
ଷ୍ଟୋରସ୍- ୦୩ ଟି ପୋଷ୍ଟ
ମେସ୍ ଷ୍ଟାଫ୍- ୦୧ ପୋଷ୍ଟ 

ଅଧିକ ପଢ଼ନ୍ତୁ: ଜାଣନ୍ତୁ କିଏ ଏହି ଭୁପେନ୍ଦ୍ର ପଟେଲ, ଯିଏ ଗୁଜରାଟର ହେଲେ ନୂତନ ମୁଖ୍ୟମନ୍ତ୍ରୀ

ବୟସ ସୀମା
ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍ । ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ବୟସ ସୀମା ସମ୍ବନ୍ଧୀୟ ଅଧିକ ସୂଚନା ଯାଞ୍ଚ କରିପାରିବେ ।

ଆବେଦନ କରିବାର ଯୋଗ୍ୟତା 
ବିଭିନ୍ନ ପଦବୀ ପାଇଁ ଆବେଦନ କରିବାର ଯୋଗ୍ୟତା ଅଲଗା ଅଟେ । ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଅଧିକ ବିବରଣୀ ଯାଞ୍ଚ କରିପାରିବେ ।

ଅଧିକ ପଢ଼ନ୍ତୁ: ୯/୧୧ ଆକ୍ରମଣ ଷଡ଼ଯନ୍ତ୍ରରେ ସାମିଲ ଥିଲା ସାଉଦି ଆରବ? ଗୁପ୍ତ ରିପୋର୍ଟରୁ ହେଲା ଏହି ଖୁଲାସା

ଏହିପରି କରନ୍ତୁ ଆବେଦନ
ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟରୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଫର୍ମ ଡାଉନଲୋଡ୍ କରି ଏହାକୁ ପୂରଣ କରି ଅଫଲାଇନ ମୋଡରେ ଦାଖଲ କରିବାକୁ ପଡିବ ।