Health Tips: ଲାଭ ନୁହେଁ ବରଂ କ୍ଷତି ପହଞ୍ଚାଇଥାଏ ଆଳୁର ଅତ୍ୟଧିକ ସେବନ, ଅଧିକ ଆଳୁ ଖାଇଲେ ହୋଇଥାଏ ଏସବୁ ସମସ୍ୟା
Advertisement
Article Detail0/zeeodisha/odisha1625658

Health Tips: ଲାଭ ନୁହେଁ ବରଂ କ୍ଷତି ପହଞ୍ଚାଇଥାଏ ଆଳୁର ଅତ୍ୟଧିକ ସେବନ, ଅଧିକ ଆଳୁ ଖାଇଲେ ହୋଇଥାଏ ଏସବୁ ସମସ୍ୟା

Disadvantages of Eating Potatoes:  ଆଳୁରୁ ଅନେକ ପ୍ରକାରର ରେସିପି ପ୍ରସ୍ତୁତ କରାଯାଇପାରେ । ଆଳୁରେ ଫାଇବର, ଜିଙ୍କ, ଆଇରନ୍ ଏବଂ କ୍ୟାଲସିୟମ୍ ଭରପୂର ମାତ୍ରାରେ ମିଳିଥାଏ । ଏହା ବ୍ୟତୀତ ଆଳୁରେ କାରୋଟିନଏଡ୍, ଫ୍ଲାଭୋନାଏଡ୍ ଏବଂ ଫେନୋଲିକ୍ ଏସିଡ୍ ପରି ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଯାହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

Health Tips: ଲାଭ ନୁହେଁ ବରଂ କ୍ଷତି ପହଞ୍ଚାଇଥାଏ ଆଳୁର ଅତ୍ୟଧିକ ସେବନ, ଅଧିକ ଆଳୁ ଖାଇଲେ ହୋଇଥାଏ ଏସବୁ ସମସ୍ୟା

Disadvantages of Eating Potatoes: ଆଳୁରୁ ପ୍ରସ୍ତୁତ ରେସିପି (Patato Recipes) ପ୍ରାୟ ପ୍ରତ୍ୟେକ ଘରେ ପ୍ରତିଦିନ ବ୍ୟବହୃତ ହୁଏ । ଆଳୁ (Potato) ଏପରି ଏକ ମୂଳ ପନିପରିବା (Vegetable) ଯେ ସମସ୍ତ ବୟସର ଲୋକମାନେ ଖାଇବାକୁ ପସନ୍ଦ କରନ୍ତି । ଆଳୁ ବିନା ଅନେକ ଖାଦ୍ୟ ଅସମ୍ପୂର୍ଣ୍ଣ । ଆଳୁରୁ ଅନେକ ପ୍ରକାରର ରେସିପି ପ୍ରସ୍ତୁତ କରାଯାଇପାରେ । ଆଳୁରେ ଫାଇବର, ଜିଙ୍କ, ଆଇରନ୍ ଏବଂ କ୍ୟାଲସିୟମ୍ ଭରପୂର ମାତ୍ରାରେ ମିଳିଥାଏ । ଏହା ବ୍ୟତୀତ ଆଳୁରେ କାରୋଟିନଏଡ୍, ଫ୍ଲାଭୋନାଏଡ୍ ଏବଂ ଫେନୋଲିକ୍ ଏସିଡ୍ ପରି ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଯାହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ପ୍ରତ୍ୟେକ ଜିନିଷର ଲାଭ ଓ କ୍ଷତି ରହିଥାଏ । ସେହିଭଳି ଆଳୁକୁ ଅତ୍ୟଧିକ ଖାଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇପାରେ ।

ଅଧିକ ଆଳୁ ଖାଇବାରୁ ହୋଇଥାଏ ଏସବୁ ସମସ୍ୟା

୧. ରକ୍ତଚାପ (Blood Pressure)

ଆଳୁକୁ ଅଧିକ ଖାଇବା ଦ୍ୱାରା ରକ୍ତଚାପ ବଢ଼ିପାରେ । ଯଦି ଆପଣ ରକ୍ତଚାପର ରୋଗୀ (Blood Pressure Patient), ତେବେ ଭୁଲରେ ବି ଅଧିକ ଆଳୁ (Potato) ଖାଆନ୍ତୁ ନାହିଁ । ଏହା ରକ୍ତଚାପର ସମସ୍ୟାକୁ ଆହୁରି ବଢ଼ାଇପାରେ ।

୨. ଆଲର୍ଜି (Allergies)

ଅନେକ ଲୋକଙ୍କୁ ଆଳୁ (Potato) ଖାଇବା ଯୋଗୁଁ ଆଲର୍ଜି ହୋଇପାରେ । ବିଶେଷକରି ଯଦି ଆପଣ ନୀଳ ରଙ୍ଗର କିମ୍ବା ଗଜା ଆଳୁ ଖାଆନ୍ତି, ତେବେ ଏହା ଶରୀର ପାଇଁ ଅନେକ କ୍ଷତିକାରକ ମଧ୍ୟ ହୋଇପାରେ । ଏହିପରି ଆଳୁ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ସୃଷ୍ଟି ହୋଇପାରେ ।

୩. ଓଜନ ବୃଦ୍ଧି (Weight Gain)

ଆଳୁ (Potato) କୁ ଅଧିକ ଖାଇବା ଦ୍ୱାରା ଓଜନ ବଢ଼ିପାରେ । ଆଳୁରେ କାର୍ବୋହାଇଡ୍ରେଟ୍ ଭରପୂର ମାତ୍ରାରେ ରହିଥାଏ ଓ କାର୍ବୋହାଇଡ୍ରେଟ୍ ଅଧିକ ମାତ୍ରାରେ କ୍ୟାଲୋରୀ ବଢ଼ାଇପାରେ, ଯାହା ମୋଟାପଣର କାରଣ ହୋଇପାରେ ।

୪. ଏସିଡିଟି (Acidity)

ଆଳୁ (Potato) ର ଅତ୍ୟଧିକ ବ୍ୟବହାର ଯୋଗୁଁ ଅନେକ ଲୋକଙ୍କର ଅମ୍ଳତା ସମସ୍ୟା ହୋଇପାରେ । ଯଦି ଆପଣଙ୍କର ଗ୍ୟାସ୍, ହଜମ ସମସ୍ୟା ଅଛି, ତେବେ ଆପଣ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଅଧିକ ପଢ଼ନ୍ତୁ-୧୭ ବର୍ଷ ପରେ ଭାରତୀୟ ଦଳ ଯିବ ପାକିସ୍ତାନ!

ଅଧିକ ପଢ଼ନ୍ତୁ-ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଭାବେ ମିଳିଲା ବଡ଼ ଉପହାର, ସରକାର କଲେ ଘୋଷଣା-ମିଳିବ OPS ର ଲାଭ!

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନିଅନ୍ତୁ  । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି । ZEE ODIDHA ଏହାର ପୃଷ୍ଟି କରେ ନାହିଁ ।)