Hilsa Fish Benefits: କ୍ୟାନସର ସହ ମାରାତ୍ମକ ଏହି ୭ଟି ରୋଗରୁ ରକ୍ଷା କରେ ଇଲିସି ମାଛ...
Advertisement
Article Detail0/zeeodisha/odisha2428915

Hilsa Fish Benefits: କ୍ୟାନସର ସହ ମାରାତ୍ମକ ଏହି ୭ଟି ରୋଗରୁ ରକ୍ଷା କରେ ଇଲିସି ମାଛ...

Hilsa Fish Benefits: ରକ୍ତଚାପକୁ ମଧ୍ୟ କମ୍ କରିଥାଏ ଏବଂ ହୃଦଘାତର ଆଶଙ୍କାକୁ କମ୍ କରିଥାଏ। ରକ୍ତ ଜମାଟ ହେବାର କୌଣସି ସମ୍ଭାବନା ନଥାଏ । ମସ୍ତିଷ୍କ ଶକ୍ତି ବଢ଼ାଇବା ପାଇଁ ଇଲିସି ମଧ୍ୟ ଏକ ଉତ୍ତମ ଖାଦ୍ୟ। ଏଥିସହିତ ଏହାର ସେବନ ଦ୍ୱାରା ଇନସୁଲିନ ମଧ୍ୟ ସନ୍ତୁଳିତ ରହିଥାଏ ।

Hilsa Fish Benefits: କ୍ୟାନସର ସହ ମାରାତ୍ମକ ଏହି ୭ଟି ରୋଗରୁ ରକ୍ଷା କରେ ଇଲିସି ମାଛ...
Hilsa Fish Benefits: ବନ୍ୟା ସମୟରେ ଓଡ଼ିଶାରେ ବଢିଥାଏ ଇଲିସି ମାଛର ଚାହିଦା। ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପ୍ରଚୁର ପରିମାଣରେ ଇଲିସି ମାଛ ପଡୁଥିବା ବେଳେ ଓଡି଼ଶା ସମୁଦ୍ରରେ ମତ୍ସ୍ୟଜୀବୀ ନିରାଶ ! ଅବପାତ ଜନିତ ପୂର୍ବାଳି ବର୍ଷାରେ ବଙ୍ଗୋପସାଗରରେ ମାଛର ରାଣୀ ଇଲିସି ଏବେ ପଶ୍ଚିମବଙ୍ଗ ମତ୍ସଜୀବୀଙ୍କୁ ମାଲେମାଲ କରୁଛି ! ଦିଘା ସ୍ଥିତ ଆନ୍ତରାଜ୍ୟ ମାଛ ବଜାରରେ ଟନ ଟନ ଇଲିଶି ବିକ୍ରି ହେଉଛି ! ହେଲେ ଆପଣ ଜାଣନ୍ତି କି ଇଲିସି ମାଛର ପୋଷକତତ୍ତ୍ୱ କେତେ ପରିମାଣର ରହିଛି । ଇଲିସି ମାଛ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖାଦ୍ୟ ଅଟେ । ଏଥିରେ ଥିବା ପୋଷକ ତତ୍ତ୍ୱ ଆମକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ଅଧିକ କିଛି...
 
ହିଲ୍ସା ମାଛ ବା ଇଲିସି ରେ ଥିବା ପୋଷକ ତତ୍ତ୍ୱ
ଦ ଡେଲି ଷ୍ଟାରରେ ପ୍ରକାଶିତ ଏକ ଲେଖାରେ ବାଂଲାଦେଶର ୟୁନାଇଟେଡ୍ ହସ୍ପିଟାଲର ଚିଫ୍ କ୍ଲିନିକାଲ ଡାଏଟିସିଆନ୍ ଚୌଧୁରୀ ତାନସିମ୍ ହସିନ୍ କହିଛନ୍ତି ଯେ ୧୦୦ ଗ୍ରାମ ଇଲିସି ମାଛରେ ୨୨ ଗ୍ରାମ୍ ପ୍ରୋଟିନ୍, ୧୯.୫ ଗ୍ରାମ୍ ଫ୍ୟାଟ୍, ପଲିଅନ ସେଚୁରେଟେଡ୍ ଫ୍ୟାଟ୍ ଓମେଗା ୩ ଫ୍ୟାଟି ଏସିଡ୍ ରହିଥାଏ। ଏହା ବ୍ୟତୀତ ଇଲିସି ମାଛରେ ଇପିଏ ଏବଂ ଡିଏଚଏ ଓମେଗା ଫ୍ୟାଟି ଏସିଡ ମଧ୍ୟ ମିଳିଥାଏ । ସେହିପରି ୧୦୦ ଗ୍ରାମ ହିଲ୍ସା ବା ଇଲିସି ମାଛରୁ ୨୭ ପ୍ରତିଶତ ଭିଟାମିନ୍ ସି, ୨୦୪ ପ୍ରତିଶତ କ୍ୟାଲସିୟମ ଓ ୨ ପ୍ରତିଶତ ଆଇରନ୍ ମଧ୍ୟ ମିଳିଥାଏ।
 
ହୃଦୟ ଏବଂ ମସ୍ତିଷ୍କର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥାଏ ଇଲିସି ମାଛ(Hilsa Fish) 
ସେ କହିଛନ୍ତି ଯେ ଇଲିସି ମାଛ ଖାଇବା ଦ୍ୱାରା ହୃଦରୋଗ, ଷ୍ଟ୍ରୋକ୍, ଉଚ୍ଚ ରକ୍ତଚାପ, ହାର୍ଟଆଟାକ, ମଧୁମେହ, ରିଉମାଟଏଡ ଆର୍ଥ୍ରାଇଟିସ, କର୍କଟ ଓ ଅବସାଦ ଭଳି ରୋଗ ହେବାର ଆଶଙ୍କା ବହୁତ କମ୍ ହୋଇଥାଏ ଏବଂ ମସ୍ତିଷ୍କ ବିକାଶ ମଧ୍ୟ ଠିକ୍ ଭାବରେ ହୋଇଥାଏ । ଇଲିସି ମାଛରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ ଯୋଗୁଁ ରକ୍ତରେ ଥିବା ଟ୍ରାଇଗ୍ଲିସେରାଇଡ୍ ର ମାତ୍ରା କମିଯାଏ, ଯାହା ରକ୍ତଚାପକୁ ମଧ୍ୟ କମ୍ କରିଥାଏ ଏବଂ ହୃଦଘାତର ଆଶଙ୍କାକୁ କମ୍ କରିଥାଏ। ରକ୍ତ ଜମାଟ ହେବାର କୌଣସି ସମ୍ଭାବନା ନଥାଏ । ମସ୍ତିଷ୍କ ଶକ୍ତି ବଢ଼ାଇବା ପାଇଁ ଇଲିସି ମଧ୍ୟ ଏକ ଉତ୍ତମ ଖାଦ୍ୟ। ଏଥିସହିତ ଏହାର ସେବନ ଦ୍ୱାରା ଇନସୁଲିନ ମଧ୍ୟ ସନ୍ତୁଳିତ ରହିଥାଏ ।
 
 ଆଖି ଓ ହାଡର ସ୍ୱାସ୍ଥ୍ୟକୁ ମଜଭୁତ କରିଥାଏ ଇଲିସି
ଏହି ମାଛରେ ଥିବା ଭିଟାମିନ୍ ଏ ଓ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ଚକ୍ଷୁ ପାଇଁ ଲାଭଦାୟକ। ଇଲିସି ମାଛ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ। ଇଲିସି ରେ ଭିଟାମିନ୍ ଏ, ଡି ଏବଂ ଇ ମଧ୍ୟ ମିଳିଥାଏ ଯାହା ବହୁତ କମ୍ ଖାଦ୍ୟରେ ମିଳିଥାଏ । କେବଳ ଏତିକି ନୁହେଁ ଇଲିସି ମାଛରେ ଆୟୋଡିନ, ସେଲେନିୟମ, ଜିଙ୍କ, ପୋଟାସିୟମ ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ଥାଇରଏଡ ଗ୍ରନ୍ଥିକୁ ସୁସ୍ଥ ରଖିଥାଏ । ଥାଇରଏଡ ଗ୍ରନ୍ଥିରୁ ଏନଜାଇମ ବାହାର କରିବାରେ ସାହାଯ୍ୟ କରିଥାଏ, ଯାହା କ୍ୟାନସର ସହ ଲଢିବା ପାଇଁ ବହୁତ ପ୍ରଭାବଶାଳୀ ଅଟେ । ଇଲିସି ମାଛରେ ଥିବା ଫସଫରସ୍ ଏବଂ କ୍ୟାଲସିୟମ୍ ଯୋଗୁଁ ଆମ ହାଡ଼ର ସ୍ୱାସ୍ଥ୍ୟ ମଧ୍ୟ ମଜବୁତ ହୋଇଥାଏ।