Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ
Advertisement

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of 11th October 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ...

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of 11th October 2020: ମେଷ- ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ ।  

ବୃଷ- ମନ ପ୍ରସନ୍ନ ରହିବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଆୟ ବ୍ୟୟ ସମାନ ରହିବ ।  

ମିଥୁନ- ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।  

କର୍କଟ- ଶାନ୍ତ ସରଳ ସ୍ୱଭାବର ହେବେ । ଦାୟିତ୍ୱବାନ ହେବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ବ୍ୟବସାୟରେ ସଫଳତା ମିଳିବ ।  

ଅଧିକ ପଢ଼ନ୍ତୁ:-ଶସ୍ତା ସୁନା କିଣିବାର ସୁଯୋଗ, ପୁଣି ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍

ସିଂହ- ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ । ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ ।  

କନ୍ୟା- ଦେହ ଓ ମନ ଭଲ ରହିବ । ଉଚ୍ଚ ସମ୍ମାନ ଲାଭ କରିବେ । ଗୃହକୁ ବିବାହ ପ୍ରସ୍ତାବ ଆସିପାରେ । ଅବସର ସମୟର ସଠିକ୍ ଉପଯୋଗ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ ।  

ତୁଳା-  ଶରୀର ସୁସ୍ଥ ଓ ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବେ । ବନ୍ଧୁମିଳନର ଯୋଗ ରହୁଛି । ନୂତନ ଦ୍ରବ୍ୟ କ୍ରୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।  

ବିଛା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ । ମନ ପ୍ରଫୁଲ୍ଲ୍ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ ।  

ଧନୁ- ମାନସିକ ଓ ଶାରିରୀକ ସୁସ୍ଥତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁ ପରାଜିତ ହେବେ । କର୍ମ ତତ୍ପରତା ବୃଦ୍ଧି ପାଇବ ।  

ମକର-  ଦିନଟି ଆପଣଙ୍କ  ସପକ୍ଷରେ ଯିବ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ଉଦ୍ଦୀପନା ବୃଦ୍ଧି ପାଇବ । ଆୟ ସାମାନ୍ୟ ବାଧା ପ୍ରାପ୍ତ ହେବ । ପାରିବାରିକ ଶାନ୍ତି ବଜାୟ ରହିବ ।  

କୁମ୍ଭ-  କର୍ମ ଚଞ୍ଚଳ ରହିବେ । ଦେହ ଓ ମନ ଭଲ ରହିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ସୂଚନା ମିଳିବ । ଜମିବାଡି ସମ୍ପର୍କିତ କାର୍ଯ୍ୟରେ ସଫଳତା ପାଇବେ ।  

ମୀନ-ଦେହ ଓ ମନ ଭଲ ରହିବ । ଯୋଜନା ଅନୁଯାୟୀ  ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ବନ୍ଧୁବାନ୍ଧବ ତଥା ଜ୍ଞାତି ପରିଜନଙ୍କ ଗହଣରେ ଦିନ କାଟିବେ ।