ଆଜିର ରାଶିଫଳ: ବୁଧବାର ତିନି ରାଶିକୁ ବିପଦ! ଜାଣନ୍ତୁ, ରାହୁକାଳ ଓ ଶୁଭ ସମୟ
Advertisement
Article Detail0/zeeodisha/odisha1125948

ଆଜିର ରାଶିଫଳ: ବୁଧବାର ତିନି ରାଶିକୁ ବିପଦ! ଜାଣନ୍ତୁ, ରାହୁକାଳ ଓ ଶୁଭ ସମୟ


16 ମାର୍ଚ୍ଚ 2022 : ବୁଧବାର, ତ୍ରୟୋଦସୀ, ନକ୍ଷତ୍ର – ମଘା, ଚନ୍ଦ୍ର : ସିଂହ ରାଶିରେ, ଘାତଚନ୍ଦ୍ର : କର୍କଟ ଓ ମକର ରାଶିର, ଘାତବାର : କର୍କଟ ରାଶିର, ରହୁକାଳ : 11:55 ରୁ 01:25, ଶୁଭ ସମୟ : 09:00  ଟା ରୁ 10:20 

ପ୍ରତିକାତ୍ମକ ଫଟୋ

ମେଷ: ଶରୀର ଆରୋଗ୍ୟ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ ।  ପାରିବାରିକ ସୁଖସମ୍ମାନ ଲାଭ କରିବେ । ସେବା ପୂଜା ପ୍ରତି ମନ ବଳିବ । ମନ ପ୍ରସନ୍ନ ରହିବ । ପ୍ରତ୍ୟେକଟି କାର୍ଯ୍ୟ ସୁଚାରୁ ରୁପେ ହବ । 

ବୃଷ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ପରିବାରରେ ହସଖୁସିର ଲହରୀ ଲାଗି ରହିବ । ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ ।

ମିଥୁନ: ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ । ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ । 

କର୍କଟ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ, ସନ୍ତାନଙ୍କ କାର୍ଯ୍ୟ କଳାପ ଯୋଗୁ ଦୁଃଖୀ ହୋଇପାରନ୍ତି, ବ୍ୟବସାୟରେ ପୁଞ୍ଜିହାନୀ ହୋଇପାରେ, ନାସ୍ତିକ ମନୋଭାବ ଯୋଗୁ ଅପମାନିତ ହୋଇପାରନ୍ତି, ଦେବୀ ଦର୍ଶନ କରନ୍ତୁ ।

Also Read: ୧୨ ରୁ ୧୪ ବର୍ଷୀୟ ପିଲାଙ୍କୁ ଟିକାକରଣରେ ହେଲା ଏସବୁ ପରିବର୍ତ୍ତନ

ସିଂହ: ବ୍ୟବସାୟ ଲାଭଜନକ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା:କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି ।      

କନ୍ୟା: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ । ଉଚ୍ଚ ଆଶା ଫଳବତୀ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ଚେଷ୍ଟିତ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । 

ତୁଳା: ଅସୁସ୍ଥତାରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ । ଆର୍ଥିକ ସ୍ଥିତି ଅନୁକୂଳ ରହିବ । ବନ୍ଧୁ ସୂତ୍ରରୁ ଲାଭବାନ ହେବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭମୟ ଅଟେ । 

ବିଛା: ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ମନ ପ୍ରସନ୍ନ ରହିବ । ଘରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । 

Also Read: ପଲିସି ଧାରକଙ୍କୁ ବଡ଼ ରିହାତି ଦେଲା LIC, ମାର୍ଚ୍ଚ ୨୫ ସୁଦ୍ଧା କରି ନିଅନ୍ତୁ ଏହି କାମ; ନଚେତ୍

ଧନୁ: ଦେହ ଓ ମନ ଭଲ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ  ମଧୁର ହେବ । 

ମକର: ଆର୍ଥିକ ସ୍ଥିତିରେ ଅବନତି ଦେଖାଦେବ । ସାମାନ୍ୟ ଶରୀର ପୀଡା ଭୋଗିବେ । ପଡୋଶୀଙ୍କ କୁ ଚକ୍ରାନ୍ତର ଶିକାର ହେବେ ।  ଭୋଜି ନିମନ୍ତ୍ରଣ ଆଜି ପ୍ରତ୍ୟାଖ୍ୟାନ କରିବେ  କୌଣସି ବାଦ ବିବାଦରେ ଜଡିତ ହେବେ । ଧାର କରଜ ଆଦି କରିପାରନ୍ତି । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବା 

କୁମ୍ଭ: ସ୍ୱାସ୍ଥ୍ୟ ସଚେତନ ହେବେ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।  ସ୍ଥିର ଚିତ୍ତରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ବନ୍ଧୁ ସହଯୋଗ ପାଇବେ । 

ମୀନ: ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । କର୍ମ ଚଞ୍ଚଳ ରହିବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି ।