ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of 27th August 2020: ମେଷ- ଦେହ ଓ ମନ ଭଲ ରହିବ । କର୍ମ ଚଞ୍ଚଳ ରହିବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ ।

ବୃଷ- ଦେହ ସୁସ୍ଥ ରହିବ । ବ୍ୟବସାୟର ଅଭିବୃଦ୍ଧି ପାଇଁ ଚେଷ୍ଟିତ ହେବେ । ଦୂର ସମ୍ପର୍କୀୟଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ । ଗୃହଣୀମାନେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବେ ।

ମିଥୁନ- ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ ।

ଅଧିକ ପଢ଼ନ୍ତୁ:-ମହାକାଶରୁ ମାଡି ଆସୁଛି ଆଉ ଏକ ବିପଦ, ଆମେରିକା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପୃଥିବୀ ଆଡ଼କୁ ଖସିବ ଉଲକା ପିଣ୍ଡ !

କର୍କଟ- ଆଶାବାଦୀ ହେବେ । ଅସଂପୂର୍ଣ୍ଣ କାର୍ଯ୍ୟ ଆଜି ସଂପୂର୍ଣ୍ଣ କରିବେ । ଅପରାହ୍ନରେ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ ।

ସିଂହ- ଦେହ ଓ ମନ ଭଲ ରହିବ । ଦିନଟି ସହଜ,ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।

ଅଧିକ ପଢ଼ନ୍ତୁ:-ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟ ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

କନ୍ୟା- ଦିନଟିରେ ଆପଣ ସକଳ କାର୍ଯ୍ୟରେ ସଫଳ ହେବେ । ଆମୋଦ ପ୍ରମୋଦରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।

ତୁଳା- ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ହେବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବାଦ ବିବାଦ ଦେଖାଦେବ । ଶତ୍ରୁ ବୃଦ୍ଧି ପାଇବେ । ଖର୍ଚ୍ଚାନ୍ତ ହେବେ ।

ବିଛା- ଶରୀର ସୁସ୍ଥ ରହିବ । କର୍ମ ତତ୍ପର ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ । ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ ।

ଅଧିକ ପଢ଼ନ୍ତୁ:-ଭଲ ଖବର: ଗତକାଲିର ରେକର୍ଡ ଭାଙ୍ଗିଲା ଆଜି, ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୩,୩୪୩ କୋରୋନା ଆକ୍ରାନ୍ତ

ଧନୁ- ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ପରିବାରରେ ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ତଥା ଆଶୀର୍ବାଦ ପ୍ରାପ୍ତ ହେବ ।

ମକର- ମନ ପ୍ରଫୁଲ୍ଲ ରହିବ । ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ହସ ଖୁସିର ଲହରୀ ଲାଗି ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ ।

ଅଧିକ ପଢ଼ନ୍ତୁ:-ନୂଆ ନୁହେଁ କଂଗ୍ରେସରେ ଅନ୍ତଃକନ୍ଦଳ, ଇନ୍ଦିରାଙ୍କଠୁ ଆରମ୍ଭ କରି ସୋନିଆ ଏପରି ବିଦ୍ରୋହକୁ କରିଥିଲେ କାବୁ

କୁମ୍ଭ- ଆର୍ଥିକ ସ୍ଥିତିରେ ଅବନତି ଦେଖାଦେବ । ସାମାନ୍ୟ ଶରୀର ପୀଡା ଭୋଗିବେ । ପଡୋଶୀଙ୍କ କୁ ଚକ୍ରାନ୍ତର ଶିକାର ହେବେ । ଭୋଜି ନିମନ୍ତ୍ରଣ ଆଜି ପ୍ରତ୍ୟାଖ୍ୟାନ କରିବେ । କୌଣସି ବାଦ ବିବାଦରେ ଜଡିତ ହେବେ । ଧାର କରଜ ଆଦି କରିପାରନ୍ତି । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

ମୀନ- ଦେହ ସୁସ୍ଥ ରହିବ । ଅସଂପୂର୍ଣ୍ଣ କାର୍ଯ୍ୟ ଆଜି ସଂପୂର୍ଣ୍ଣ କରିବେ । କର୍ମ ସ୍ଥଳରେ ଉଚ୍ଚ ପ୍ରଶଂସିତ ହେବେ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ ।