ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of June 17: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of June 17: ମେଷ- ଦେହ ଓ ମନ ଭଲ ରହିବ । କର୍ମ ଚଞ୍ଚଳ ରହିବେ । କର୍ମ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟବସାୟରେ ସଫଳତା ପାଇବେ । ଆଇନ୍‌, ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ ।

ଅଧିକ ପଢ଼ନ୍ତୁ:-ୟୁପି ରାଜନୀତିରେ ଝଡ଼, ଭାଙ୍ଗିଯିବ କି BSP?

ବୃଷ-  ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ  ମଧୁର ହେବ ।

ମିଥୁନ- ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ କାର୍ଯ୍ୟଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭ ପ୍ରଦ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭ ଖବର ପ୍ରାପ୍ତ ହେବ ।

କର୍କଟ- ଘାତ ଚନ୍ଦ୍ର ଭୋଗ ହେତୁ ଦିନଟି ରେ ସତର୍କ ରୁହନ୍ତୁ । କର୍ମ କ୍ଷେତ୍ରରେ କର୍ମ ଚାପ ବୃଦ୍ଧି ପାଇବ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । ବ୍ୟବସାୟରେ ମଧ୍ୟମ ସଫଳତା ପାଇବେ । ଦୂର ଯାତ୍ରା କରନ୍ତୁ ନାହିଁ ।

ଅଧିକ ପଢ଼ନ୍ତୁ:-କୋଭିଶିଲ୍ଡର ଦୁଇଟି ଡୋଜର ବ୍ୟବଧାନକୁ ବୃଦ୍ଧି କରିବାର ନିଷ୍ପତ୍ତକୁ ନେଇ ଏପରି କିଛି କହିଲେ NTAGI ଅଧ୍ୟକ୍ଷ

ସିଂହ-ଆଶାବାଦୀ ହେବେ । ଅସଂପୂର୍ଣ୍ଣ  କାର୍ଯ୍ୟ ଆଜି ସଂପୂର୍ଣ୍ଣ  କରିବେ । ଅଧିନସ୍ଥ କର୍ମଚାରୀଙ୍କ  ସହଯୋଗ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅପରାହ୍ନରେ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ ।

କନ୍ୟା- ମନ ପ୍ରସନ୍ନ ରହିବ । କର୍ତ୍ତବ୍ୟ ନିଷ୍ଠା ହେବେ । ପ୍ରତ୍ୟେକଟି କାର୍ଯ୍ୟ ସୂଚାରୁ ରୂପେ ହେବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଲାଭପ୍ରଦ ହବ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।

ତୁଳା- ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।

ଅଧିକ ପଢ଼ନ୍ତୁ:-କୋରୋନା କଟକଣାକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର, ଜାଣନ୍ତୁ କ'ଣ ଖୋଲା, କ'ଣ ରହିବ ବନ୍ଦ?

ବିଛା- ଶରୀର ସୁସ୍ଥ ରହିବ । କର୍ମ ତତ୍ପର ହେବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟ ଲାଭପ୍ରଦ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।

ଧନୁ- ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ  ନିର୍ବାହ କରିବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସଭା ସମିତିରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ ।
 
ମକର- ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ । ନବ ବିବାହିତ ଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ ।  

ଅଧିକ ପଢ଼ନ୍ତୁ:-ଦେଶରେ ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ଆକ୍ରାନ୍ତ

କୁମ୍ଭ- ସାମୟିକ ଶରୀର ପୀଡା ଭୋଗିବେ । କୌଣସି ବାଦ ବିବାଦରେ ଜଡିତ ହେବେ । ଧାର କରଜ ଆଦି କରିପାରନ୍ତି । ବ୍ୟବସାୟ ସ୍ୱଳ୍ପ ଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

ମୀନ- ଶାରିରୀକ ସୁସ୍ଥତା ଲାଭ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ମହିଳା ମାନଙ୍କର ସେବା ଓ ପୂଜାରେ ଦିନଟି କଟିବ । ଆୟ ଅଭିବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।