କିପରି ସହଜରେ ଚିହ୍ନିବେ ଲାଲ ଏବଂ ମିଠା ତରଭୁଜ? ଜାଣନ୍ତୁ ଏହାର ସହଜ ଉପାୟ!
Advertisement
Article Detail0/zeeodisha/odisha1183462

କିପରି ସହଜରେ ଚିହ୍ନିବେ ଲାଲ ଏବଂ ମିଠା ତରଭୁଜ? ଜାଣନ୍ତୁ ଏହାର ସହଜ ଉପାୟ!

Watermelon: ତରଭୁଜ ଏପରି ଏକ ଫଳ ଯାହା ଶରୀରରେ ଜଳର ଅଭାବକୁ ପୂରଣ କରିଥାଏ । ଏହି ଫଳ ଖାଇବା ଦ୍ବାରା ଶରୀର ଥଣ୍ଡା ରହିଥାଏ ଏବଂ ଅନେକ ଉପକାର ମିଳିଥାଏ ।

ସାଙ୍କେତିକ ଫଟୋ

ଗ୍ରୀଷ୍ମଋତୁରେ (Summer Season) ଲାଲ ଏବଂ ମିଠା ତରଭୁଜ (Watermelon) ମିଳିଥାଏ । ତରଭୁଜରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ମିଳିଥାଏ ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ବର୍ତ୍ତମାନ ସବୁ ସ୍ଥାନ ମାନଙ୍କରେ ଅସହୟ ତାତି ଆଉ ଏହି ତାତିରୁ ଟିକେ ରକ୍ଷା ପାଇବା ପ୍ରତ୍ୟେକ ଘରେ ତରଭୁଜ ବହୁତ ଖିଆଯାଏ । ବାସ୍ତବରେ ତରଭୁଜ ଏପରି ଏକ ଫଳ ଯାହା ଶରୀରରେ ଜଳର ଅଭାବକୁ ପୂରଣ କରିଥାଏ । ଏହି ଫଳ ଖାଇବା ଦ୍ବାରା ଶରୀର ଥଣ୍ଡା ରହିଥାଏ ଏବଂ ଅନେକ ଉପକାର ମିଳିଥାଏ ।

ଶରୀର ପାଇଁ ଲାଭଦାୟକ ତରଭୁଜ । ବିଶେଷଜ୍ଞଙ୍କ ମତରେ ତରଭୁଜରେ ୯୫ ପ୍ରତିଶତ ଜଳ ଥାଏ ଯେଉଁ କାରଣରୁ ଆପଣଙ୍କ ଶରୀରରେ ଜଳର ଅଭାବ ରହେ ନାହିଁ । ଏହି କାରଣରୁ ଲୋକମାନେ ଏହାକୁ ଗ୍ରୀଷ୍ମ ସମୟରେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଅନେକ ଥର ଏହି ଫଳ ମିଠା ଲାଗେ ନାହିଁ ଏହି କାରଣରୁ କିଛି ଲୋକେ ଏହାକୁ ଖାଇବା ପସନ୍ଦ କରନ୍ତି ନାହିଁ । ତେବେ କିପରି ଜାଣିବେ ମିଠା ଏବଂ ଲାଲ ତରଭୁଜ ଆସନ୍ତୁ ଜାଣିବା ।

ସାଧାରଣତଃ ହଳଦିଆ ହେବା ଉଚିତ୍ ତରଭୁଜ । ଅନେକ ଲୋକେ ସବୁଜ ତରଭୁଜ କିଣୁଥିବା ବେଳେ ହାଲୁକା ହଳଦିଆ ତରଭୁଜ ନିଶ୍ଚିତ ଭାବରେ ମିଠା ଏବଂ ଲାଲ ରହିଥାଏ । ତରଭୁଜର ତଳ ଭାଗରେ ଅଧିକ ହଳଦିଆ ଦାଗ ହେବା ମାନେ ତରଭୁଜଟି ମିଠା ଅଟେ ।

ଯଦି ଆପଣ ତରଭୁଜ କିଣିବାକୁ ଯାଆନ୍ତି ତେବେ ହାତରେ ଉଠାନ୍ତୁ ଆଉ ହାଲୁକା ଟ୍ୟାପ୍ କରି ଯାଞ୍ଚ କରନ୍ତୁ । ଯଦି ତରଭୁଜ ମିଠା ରହେ ତେବେ ତରଭୁଜରୁ ଢକ ଢକ ଶଦ୍ଦ ଆସିବ ଆଉ ଯଦି ମିଠା ନୁହେଁ ତେବେ କୌଣସି ଶଦ୍ଦ ଆସିବ ନାହିଁ ।

ତରଭୁଜ କିଣିବା ସମୟରେ ନିଶ୍ଚୟ ଭଲ ଭାବେ ଚାରିପଟ ଦେଖନ୍ତୁ କାରଣ ଯଦି କୌଣସି ଛିଦ୍ର ଥାଏ କିମ୍ବା କଟା ଥାଏ ତେବେ ଆପଣ ଜାଣି ନିଅନ୍ତୁ କି ହରମୋନ୍ ଇଞ୍ଜେକ୍ସନ ଦିଆଯାଇ ତରଭୁଜକୁ ବଡ କରାଯାଉଛି ଯାହା ଆପଣ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତି କାରକ ଅଟେ ।

ତରଭୁଜ ନେବା ସମୟରେ ଯଦି ତରଭୁଜ ଭାରି ଥାଏ ତେବେ ଜାଣିବେ ତାହା ସ୍ବାଦହୀନ ଏବଂ ଭଲ ନୁହେଁ । ଯଦି ତରଭୁଜ ଓଜନରେ ହାଲୁକା ଲାଗେ ତେବେ ଏହା ସ୍ବାଦରେ ଖୁବ ଭଲ ଅଟେ ।

ଆକୃତିକୁ ଦେଖି ତରଭୁଜ ନିଅନ୍ତୁ କାରଣ ଅଣ୍ଡା ଆକାର ପରି ତରଭୁଜ ମିଠା ଥାଏ ଆଉ ଅନ୍ୟ ଆକୃତିର ତରଭୁଜ କଞ୍ଚା ରହିଥାଏ ।

ଏହା ବି ପଢ଼ନ୍ତୁ: କଂଗ୍ରେସ ଆମକୁ ସବୁକିଛି ଦେଇଛି, ବର୍ତ୍ତମାନ ଋଣ ପରିଶୋଧ କରିବାର ସମୟ ଆସିଛି: ସୋନିଆ

ଏହା ବି ପଢ଼ନ୍ତୁ: କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ସଞ୍ଜୟ ରାଉତ; କହିଲେ-'ପାକିସ୍ତାନକୁ ଆଡକୁ...'