Depression : ଏହି ୫ଟି ସ୍ଥିତିରେ ଅବସାଦରେ ରହିଥାଏ ମଣିଷ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1367125

Depression : ଏହି ୫ଟି ସ୍ଥିତିରେ ଅବସାଦରେ ରହିଥାଏ ମଣିଷ, ଜାଣନ୍ତୁ କାରଣ

ଲୋକ ଅନ୍ୟ କୌଣସି ରୋଗରେ ପୀଡ଼ିତ ହେବା ସମୟରେ ଉଦାସୀନତାର ଶିକାର ହୁଅନ୍ତି ।  ଜୀବନରେ ଆକସ୍ମିକ ପରିବର୍ତ୍ତନ ସମୟରେ ମଧ୍ୟ ଲୋକମାନେ ନିଜ ଉପରେ ନିୟନ୍ତ୍ରଣ ହରାଇ ଅବସାଦର ବଶବର୍ତ୍ତୀ ହୋଇଥାଆନ୍ତି ।

Depression : ଏହି ୫ଟି ସ୍ଥିତିରେ ଅବସାଦରେ ରହିଥାଏ ମଣିଷ, ଜାଣନ୍ତୁ କାରଣ

Depression : ନୂଆଦିଲ୍ଲୀ: ଅବସାଦ (Depression) ଏକ ଗମ୍ଭୀର ସମସ୍ୟା । କିନ୍ତୁ ଏହା ଏପରି ଏକ ସମସ୍ୟା, ଏହାର ସଠିକ କାରଣ କେହି ଜାଣନ୍ତି ନାହିଁ । ଡିପ୍ରେସନର ଅନେକ କାରଣ ହେତୁ ହୋଇପାରେ । କେତେକ ଲୋକ ଅନ୍ୟ କୌଣସି ରୋଗରେ ପୀଡ଼ିତ ହେବା ସମୟରେ ଉଦାସୀନତାର ଶିକାର ହୁଅନ୍ତି ।  ଜୀବନରେ ଆକସ୍ମିକ ପରିବର୍ତ୍ତନ ସମୟରେ ମଧ୍ୟ ଲୋକମାନେ ନିଜ ଉପରେ ନିୟନ୍ତ୍ରଣ ହରାଇ ଅବସାଦର ବଶବର୍ତ୍ତୀ ହୋଇଥାଆନ୍ତି । ଏଠାରେ ଆମେ ଅବସାଦର ୫ଟି ମୁଖ୍ୟ କାରଣ ଆପଣଙ୍କୁ ଜଣାଉଛୁ ।

ଉଦାସୀନତା କ'ଣ?
ଅସଦାଚରଣ, ଦୁଷ୍କର୍ମ କିମ୍ବା ଭାବନାତ୍ମକ ଶୋଷଣ ଲୋକଙ୍କୁ ଅବସାଦଗ୍ରସ୍ତ କରିଥାଏ । ଯେଉଁପରି ସ୍ଥିତି ମୁକାବିଲା କରିବା ପାଇଁ ଆପଣଙ୍କ ପାଖରେ ସାମର୍ଥ୍ୟର ଅଭାବ ଥାଏ ଓ ଆପଣ ଏପରି ବିପଦରୁ ମୁକ୍ତି ପାଇପାଇବେ ନାହିଁ ବୋଲି ମନରେ ବିଚାର ଆସେ, ସେତେବେଳେ ମାଡ଼ିବସେ ମାନସିକ ଅବସାଦ ।

ସାଧାରଣତଃ ବୃଦ୍ଧିମାନେ ଡିପ୍ରେସନର ଶିକାର ହୋଇଥାନ୍ତି । ପାରିବାରିକ ସମସ୍ୟା, ସାମାଜିକ ନିରାପତ୍ତା ହ୍ରାସ ମଧ୍ୟ ଲୋକଙ୍କୁ ଡିପ୍ରେସ କରିଦେଇଥାଏ । ବର୍ତ୍ତମାନ ସମୟରେ ଏକାକୀ ରହିବା ଓ ଅସୁରକ୍ଷା କାରଣରୁ ସମାଜରେ ବୟସ୍କ ବ୍ୟକ୍ତିମାନେ ଡିପ୍ରେସନର ଶିକାର ହେଉଥିବା ବିଶେଷଜ୍ଞ ମତ ରଖନ୍ତି ।

ରିପୋର୍ଟ ଅନୁସାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଡିପ୍ରେସନର ଶିକାର ହୋଇଥାନ୍ତି। ଏହାର ମୁଖ୍ୟକାରଣ ମହିଳାମାନେ ଅଧିକ ଭାବପ୍ରବଣ । ମହିଳାମାନଙ୍କ ଜୀବନରେ ବିଭିନ୍ନ ସମୟରେ ଗତି କରୁଥିବା ହରମୋନାଲ ପରିବର୍ତ୍ତନ ମଧ୍ୟ ଡିପ୍ରେସନର କାରଣ ହୋଇଥାଏ।

ବୟସ ଓ ଲିଙ୍ଗ ଭେଦରେ ଗୁରୁତର ରୋଗରେ ପୀଡ଼ିତ ଅନେକ ବ୍ୟକ୍ତି ଡିପ୍ରେସନର ଶିକାର ହୋଇଥାନ୍ତି। ଏପରିକି ରୋଗରୁ ମୁକ୍ତି ପାଇବା ପରେ ବି ଡିପ୍ରେସନରୁ ମୁକ୍ତ ମିଳିପାରିନଥାଏ।
ଏହାସହିତ ଅନେକ ବ୍ୟକ୍ତିଗତ ସମସ୍ୟା କାରଣରୁ ମଧ୍ୟ ଲୋକେ ଡିପ୍ରେସନର ଶିକାର ହୋଇଥାନ୍ତି। 

ବ୍ୟକ୍ତିଗତ ସଂପର୍କରେ ବିଫଳତା, ପାରିବାରିକ ସମସ୍ୟା, ଗୋଷ୍ଠୀଗତ ଜୀବନରୁ ବାସନ୍ଦ ପରି ସମସ୍ୟା ଲୋକଙ୍କୁ ଡିପ୍ରେସନ ମଧ୍ୟକୁ ନେଇଯାଇଥାଏ । ନିଜ ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କଠାରୁ ଧୋକା ମଧ୍ୟ ଡିପ୍ରେସନର କାରଣ ହୋଇଥାଏ ।

ଅଧିକ ପଢନ୍ତୁ: Navratri Special Diet: ବିନା ଚିନ୍ତାରେ ମିଠାର ସ୍ୱାଦ ନିଅନ୍ତୁ, ପାର୍ବଣକୁ Enjoy କରନ୍ତୁ