Indane Gas ଉପଭୋକ୍ତାଙ୍କ ପାଇଁ ଖୁସି ଖବର; 'ତତ୍କାଳ ସେବା'ରେ ମିଳିବ ଏହି ଲାଭ
Advertisement

Indane Gas ଉପଭୋକ୍ତାଙ୍କ ପାଇଁ ଖୁସି ଖବର; 'ତତ୍କାଳ ସେବା'ରେ ମିଳିବ ଏହି ଲାଭ

ଦେଶରେ ମୋଟ ୨୮ କୋଟି LPG ଉପଭୋକ୍ତାଙ୍କ ମଧ୍ୟରୁ ଅଧାକୁ IOCL ସେବା ଯୋଗାଉଛି। ତେବେ ଏହି ଯୋଜନାରେ ବିଶେଷକରି କର୍ମଜୀବୀ ବ୍ୟକ୍ତି ବା ଦମ୍ପତି ଅଧିକ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କର୍ମଜୀବୀ Indane Gas ଉପଭୋକ୍ତାଙ୍କ ଟେନସନ ଗଲା। ରନ୍ଧନ ଗ୍ୟାସ ରିଫିଲ୍ ପାଇଁ ବୁକିଂ କରି ଆଉ ସେମାନଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। 'ତତ୍କାଳ ସେବା' ନାମରେ IOCL ଏକ ଯୋଜନା ଆଣିବାକୁ ଯାଉଛି। ଯେଉଁଠି ଉପଭୋକ୍ତା LPG ରିଫିଲ୍ ବୁକିଂ କରିବାର ୪୫ ମିନିଟ ମଧ୍ୟରେ ଘରେ ଡେଲିଭରୀ ହେବ।

ଆସନ୍ତା ଫେବୃଆରୀ ପହିଲାରୁ ଦେଶରେ 'ତତ୍କାଳ ସେବା' ଆରମ୍ଭ କରିବାକୁ IOCL ପ୍ରସ୍ତୁତି ଚଳାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନୁନ୍ୟ ଗୋଟିଏ ସହର କିମ୍ବା ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ତେବେ ଏହା କେବଳ ଗୋଟିଏ ସିଲିଣ୍ଡର (Single Cylinder)  ଥିବା ଉପଭୋକ୍ତାଙ୍କ ପାଇଁ ଉର୍ଦ୍ଧିଷ୍ଟ ହେବ। ଯେଉଁମାନଙ୍କର କେବେଳ ଗୋଟିଏ ଘରୋଇ Indane Gas ସିଲିଣ୍ଡର ଅଛି, ସେମାନେ 'ତତ୍କାଳ ସେବା'ର ଲାଭ ଉଠାଇ ପାରିବେ। 

Also Read: ନୂଆବର୍ଷରେ ସାଧାରଣ ଜନତାଙ୍କୁ ଝଟକା! ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ

'ତତ୍କାଳ ସେବା' (Tatkal Seva) ରେ ରିଫିଲ୍ ବୁକିଂ କରିବାର ମାତ୍ର ୩୦ରୁ ୪୫ ମିନିଟ ମଧ୍ୟରେ କମ୍ପାନୀ ହୋମ୍ ଡେଲିଭରୀ (Home Delivery) ଦେବ। ଏଥିପାଇଁ କୌଣସି ଅତିରିକ୍ତ ଚାର୍ଜ କରାଯିବ ନା ନାହିଁ, ସେନେଇ ବର୍ତ୍ତମାନ ସୁଦ୍ଧା IOCL କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ଦେଶରେ ମୋଟ ୨୮ କୋଟି LPG ଉପଭୋକ୍ତାଙ୍କ ମଧ୍ୟରୁ ଅଧାକୁ IOCL ସେବା ଯୋଗାଉଛି। ତେବେ ଏହି ଯୋଜନାରେ ବିଶେଷକରି କର୍ମଜୀବୀ ବ୍ୟକ୍ତି ବା ଦମ୍ପତି ଅଧିକ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଫାଷ୍ଟ ବା ସମାନ ଦିନରେ LPG ସିଲିଣ୍ଡର ଡେଲିଭରୀ ଦେବାରେ IOCL ପ୍ରଥମ କମ୍ପାନୀ ନୁହେଁ। ଏହା ପୂର୍ବରୁ ୨୦୧୦ ଜୁଲାଇରେ ପ୍ରିଫରଡ ଟାଇମ LPG ଡେଲିଭରୀ ନାଁରେ ଏକ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ଉପଭୋକ୍ତାଙ୍କୁ ଦୂରତା ଅନୁଯାୟୀ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଦେବାକୁ ପଡୁଥିଲା। ସେତେବେଳେ ମନମୋହନ ସିଂହ ସରକାରରେ ମୁରଳୀ ଦେଓରା ପେଟ୍ରୋଲିୟମ ମନ୍ତ୍ରୀ ଥିଲେ। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଯୋଜନା ଲୋକାଭିମୁଖୀ ହୋଇପାରିନଥିଲା।